ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ । ତେବେ ରୁଟିନ ଚେକ୍ଅପ୍ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ସୋନିଆ ଚଳିତ ବଜେଟ ଅଧିବେଶନରେ ସାମିଲ ହୋଇନଥିଲେ । କିଛି ଦିନରୁ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତିତ ଅଛନ୍ତି ସୋନିଆ । ଅସୁସ୍ଥ ରହୁଥିବା କାରଣରୁ ସେ ରାଜନୀତିରେ ବି ବିଶେଷ ସକ୍ରିୟ ରହୁ ନଥିବା ଦେଖିବାକୁ ମିଳୁଛି । ଆଉ ଅଳ୍ପ ଦିନ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ନିର୍ବାଚନୀ ରାଲିରେ ନଜର ଆସି ନାହାଁନ୍ତି ସୋନିଆ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ