ETV Bharat / bharat

କ୍ରିକେଟର ଶିଖର ଧାୱନଙ୍କ ନାମରେ କୋର୍ଟରେ ମାମଲା - ଶିଖର ଧାୱନ

ବିଦେଶ ପକ୍ଷୀଙ୍କୁ ଦାନା ଦେବା ପଡିଲା ମହଙ୍ଗା । କ୍ରିକେଟର ଶିଖର ଧାୱନଙ୍କ ବିରୋଧରେ ବାରାଣାସୀ କୋର୍ଟରେ ମାମଲା ରୁଜୁ । ଅଧିକ ପଢନ୍ତୁ...

କ୍ରିକେଟର ଶିଖର ଧାୱନଙ୍କ ନାମରେ କୋର୍ଟରେ ମାମଲା

author img

By

Published : Jan 28, 2021, 8:55 AM IST

ଲକ୍ଷ୍ନୌ: କ୍ରିକେଟର ଶିଖର ଧାୱନଙ୍କ ବିରୋଧରେ ବାରାଣାସୀ କୋର୍ଟରେ ମାମଲା ରୁଜୁ ହୋଇଛି । ଯାହାର ଶୁଣାଣି ଫେବୃଆରୀ 6 ତାରିଖରେ ହେବ ବୋଲି ସୂଚନା ମିଳିଛି । ଶିଖର ଧାୱନ କିଛିଦିନ ତଳେ ବାରାଣାସୀ ଗସ୍ତ କରିଥିବା ସମୟରେ ବିଦେଶୀ ପକ୍ଷୀଙ୍କୁ ଦାନା ଦେବା ସହ ସେମାନଙ୍କ ସହିତ ଫଟୋ ଉଠାଇ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଯାହାକୁ ନେଇ ଏହି ମାମଲା ହୋଇଛି ।

ତେବେ ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନାବିକକୁ ଉତ୍ତରଦାୟୀ ଦର୍ଶାଇବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଅନ୍ୟପଟେ ଜଣେ ଆଇନଜୀବୀ ଏନେଇ କୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି ।

ସୂଚନାଥାଉକି, ବିଦେଶୀ ପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଜାନୁଆରୀ 11 ତାରିଖରେ ଘାଟକୁ ଆସୁଥିବା ପ୍ରବାସୀପକ୍ଷୀଙ୍କୁ ଦାନା ନ ଦେବା ପାଇଁ କଟକଣା କରିଥିଲେ । ଯାହାକୁ ଶିଖର ଧାୱନ ଉଲଂଘନ କରିଥିବା କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.