ETV Bharat / bharat

ଅନଲାଇନ ଜୁଆଖେଳରେ ହାରି କଲେଜ ଛାତ୍ରଙ୍କ ଆତ୍ମହତ୍ୟା

author img

By

Published : Jul 28, 2020, 3:07 PM IST

ତାମିଲନାଡୁର ଅମିନଜିକାରାଇ ଅଞ୍ଚଳରେ ଜଣେ ତୃତୀୟ ବର୍ଷର କଲେଜ ଛାତ୍ରର ଅନଲାଇନ ଜୁଆ ଖେଳରେ ହାରିବା ପରେ ଆତ୍ମହତ୍ୟା କରିଥିବା ଜଣାପଡିଛି ।

College students commits suicide
ଅନଲାଇନ ଜୁଆଖେଳରେ ହାରି ଆତ୍ମହତ୍ୟା

ଚେନ୍ନାଇ: ଅନଲାଇନ ଜୁଆଖେଳରେ ହାରି ଆତ୍ମହତ୍ୟା କଲେ କଲେଜ ଛାତ୍ର । ଏଭଳି ଦୁଃଖଦ ଘଟଣା ଘଟିଛି ତାମିଲନାଡୁର ଅମିନଜିକାରାଇ ଅଞ୍ଚଳରେ । ମୃତକ ଜଣକ ହେଲେ ନୀତିଶ କୁମାର । ସେ ଏକ ଘରୋଇ କଲେଜରେ ତୃତୀୟ ବର୍ଷର ଛାତ୍ର ଥିବାବେଳେ ତାଙ୍କ ପିତାମାତାଙ୍କ ସହ ଅମିନଜିକାରାଇ ଅଞ୍ଚଳର ଟିପିଚାତ୍ରମରେ ରହୁଥିଲେ । ମାତ୍ର ଏବେ କୋରୋନା ଯୋଗୁଁ କଲେଜ ଛୁଟି ଥିବାରୁ ସେ ଅମିନଜିକାରାଇର ଏକ ଟାଟୁ ଷ୍ଟୁଡିଓରେ ପାର୍ଟ ଟାଇମ୍ କାମ କରୁଥିଲେ ।

College students commits suicide
ଜୁଆଖେଳରେ ହାରି କଲେଜ ଛାତ୍ରଙ୍କ ଆତ୍ମହତ୍ୟା

ରବିବାର ରାତିରେ, ସେ ବହୁତ ସମୟ ଧରି ଘରକୁ ନଫେରିବାରୁ ନୀତିଶଙ୍କ ବାପା ତାଙ୍କୁ କଲ କରିଥିଲେ । ହେଲେ ମୋବାଇଲ ଫୋନ ସୁଇଚ ଅଫ ଆସିବାରୁ ନୀତିଶ କାମ କରୁଥିବା ଟାଟୁ ଷ୍ଟୁଡିଓ ମାଲିକକୁ ମଧ୍ୟ ତାଙ୍କ ବାପା କଲ କରିଥିଲେ । ଯାହାପରେ ନୀତିଶ ସେହି ଟାଟୁ ଷ୍ଟୁଡିଓ ଛାତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ମାଲିକ ତାଙ୍କ ପିତାମାତାଙ୍କୁ ସୂଚନା ଦେଇଥିଲେ ।

College students commits suicide
ମିଳିଥିବା ସୁଇସାଇଡ ନୋଟ

ଏନେଇ ଅମିନଜିକାରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି । ଯେଉଁଥିରେ ସେ କାଷ୍ଟୋ କ୍ଲବ ନାମକ ଅନଲାଇନ ଜୁଆଖେଳରେ ନିଜର ସମସ୍ତ ସଞ୍ଚିତ ଅର୍ଥ ହାରିବା ପରେ ଏଭଳି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଥିବା ଲେଖାଯାଇଛି । ଏଥିପାଇଁ କେହି ଦାୟୀ ନୁହଁନ୍ତି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.