ETV Bharat / bharat

ବିମାନ ବନ୍ଦରରେ ବି ମିଳିବ ମାଟିପାତ୍ର ଚା' - ବିମାନ ବନ୍ଦରରେ ବି ମିଳିବ ମାଟିପାତ୍ର ଚା'

ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଆରମ୍ଭ ହୋଇଯାଇଛି ଯୋରସୋରରେ ଅଭିଯାନ । ପ୍ରଥମେ ପଲିଥିନ ଠାରୁ ଆରମ୍ଭ କରି ସମସ୍ତ ପ୍ଲାଷ୍ଟିକ ବସ୍ତୁକୁ ବର୍ଜନ କରିବାକୁ ଚାଲିଛି ପ୍ରୟାସ । ଯାହାକୁ ନେଇ ଏବେ ରେଳଷ୍ଟେସନ ସହ ଏୟାରପୋର୍ଟ ଓ ସପିଙ୍ଗମଲ ମାନଙ୍କରେ ମିଳିବ ମାଟି ପାତ୍ରରେ ଚା ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 26, 2019, 12:24 PM IST

ନୂଆଦିଲ୍ଲୀ: ଦେଶର ପ୍ରମୁଖ ରେଳ ଷ୍ଟେସନ, ବସ ଷ୍ଟାଣ୍ଡ, ଏୟାରପୋର୍ଟ ଓ ସପିଙ୍ଗ ମଲ ମାନଙ୍କରେ ଖୁବଶିଘ୍ର ମାଟି ପାତ୍ରରେ ଚା' ମିଳିବ । କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଓ ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଏନେଇ ଏକ ଚିଠି ଲେଖାଯାଇଛି । ତେବେ ବାରଣାସୀ ଓ ରାୟବରେଲୀ ଷ୍ଟେସନରେ ମାଟି ପାତ୍ରରେ ଚା ଦିଆଯାଉଛି ।

ଏ ବିଷୟରେ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ଏ ସମ୍ବନ୍ଧରେ ସେ ରେଳ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଏକ ଚିଠି ଲେଖିଛନ୍ତି ଆଉ 100ଟି ରେଳ ଷ୍ଟେସନ ଗୁଡିକରେ ମାଟି ପାତ୍ରରେ ଚା' ଦିଆଯିବାକୁ ଅନୁମତି ଦେବାକୁ କହିଛନ୍ତି । ଏହା ବ୍ୟତୀତ ଏୟାରପୋର୍ଟ ଓ ବସ ଡିପୋରେ ମଧ୍ୟ ଚା' ଦୋକାନ ମାନଙ୍କରେ ମାଟି ପାତ୍ରରେ ଚା ପରସିବାର ବ୍ୟବସ୍ଥା ବାଧ୍ୟତା କରିବାକୁ ସେ କହିଛନ୍ତି । ଏହାସହ ସପିଙ୍ଗ ମଲ ଗୁଡିକରେ ମଧ୍ୟ ଏହାର ବ୍ୟବହାର ହେବା ନେଇ ସେ କହିଛନ୍ତି ।

ଏହାଦ୍ବାରା ସ୍ଥାନୀୟ କୁମ୍ଭାରଙ୍କୁ ଆହୁରି ରୋଜଗାରର ପନ୍ଥା ମିଳିବ । ଏହାସହିତ କାଗଜ ଓ ପ୍ଲାଷ୍ଟିକର ବ୍ୟବାହାର ମଧ୍ୟ କମ ହେବ । ଆଉ ଏହାର ପ୍ରଭାବ ପରିବେଶ ଉପରେ କମ ପଡିବ । ଏନେଇ ଗଡକରୀ ଖଦୀ ଗ୍ରାମ୍ୟୋଦଗଙ୍କୁ ବ୍ୟାପକ ଭାବେ ମାଟି ପାତ୍ର ଉତ୍ପାଦନ କରିବାପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇବାପାଇଁ କହିଛନ୍ତି ।

ଏହି ସମ୍ବଦ୍ଧରେ ଆୟୋଗର ଚେୟାରମ୍ଯାନ ବିନୟ କୁମାର ସକସେନାଙ୍କ କହିବାନୂଯାୟୀ, ଗତବର୍ଷ ଆମେ କୁମ୍ଭାର ମନାଙ୍କୁ ଏହି ମାଟି କପ ତିଆରି କରିବା ପାଇଁ 10 ହଜାର ଇଲେକ୍ଟ୍ରିକ ଚକ୍ରି ଦେଇଥିଲୁ । ଚଳିତଥର 25 ହଜାର ଇଲେକ୍ଟ୍ରିକ ଚକ୍ରି ଦେବାର ଲକ୍ଷ୍ୟ ରଖିଛୁ । ତେବେ ସରକାର କୁମ୍ଭାର ସଶକ୍ତିକରଣ ଯୋଜନାରେ କୁମ୍ଭାର ମାନଙ୍କୁ ଏହି ଇଲେକ୍ଟ୍ରିକ ଚକ୍ରି ପ୍ରଦାନ କରୁଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.