ETV Bharat / bharat

ପୂର୍ବ ଲଦାଖରେ ହାଡ଼ଭଙ୍ଗା ଶୀତ, ପହରା ଦେଇ ପାରୁନାହାନ୍ତି ଚୀନ ଯବାନ

author img

By

Published : Dec 1, 2020, 4:35 PM IST

ପୂର୍ବ ଲଦ୍ଦାଖରେ ଶୀତ ସମ୍ଭାଳି ପାରୁନାହାନ୍ତି ଚୀନ ଯବାନ । ଏଥିପାଇଁ ପ୍ରତି 6 ରୁ 7 ଘଣ୍ଟା ମଧ୍ୟରେ ଚୀନ ଯବାନଙ୍କୁ ପରିବର୍ତ୍ତନ କରାଯାଉଛି। ଅଧିକ ପଢ଼ନ୍ତୁ...

ପୂର୍ବ ଲଦ୍ଦାଖରେ ହାଡ଼ଭଙ୍ଗା ଶୀତ, ପହରା ଦେଇ ପାରୁନାହାନ୍ତି ଚୀନ ସୈନ୍ୟ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଶୀତ ସମ୍ଭାଳି ପାରୁନାହାନ୍ତି ଚୀନ ଯବାନ । ଏଥିପାଇଁ ପ୍ରତି 6ରୁ 7 ଘଣ୍ଟା ମଧ୍ୟରେ ଚୀନ ଯବାନଙ୍କୁ ପରିବର୍ତ୍ତନ କରାଯାଉଛି। ପୂର୍ବ ଲଦାଖ ସୀମାରେ ଚୀନ ସୈନିକ ମାତ୍ରାଧିକ ଶୀତ ସହ୍ୟ କରି ପାରୁନାହାନ୍ତି। ଗତ ଜୁନ ମାସରୁ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ବାରମ୍ବାର ଆଲୋଚନା ହୋଇଥିଲେ ସୁଦ୍ଧା କୌଣସି ନିଷ୍କର୍ଷ ବାହାରି ପାରୁନାହିଁ। ଏଭଳି ସ୍ଥିତିରେ ଲଦାଖ ସୀମାରେ ଦୁଇ ଦେଶର ବ୍ୟାପକ ସୁରକ୍ଷା ବଳ ସୀମାରେ ଜଗି ରହିଛନ୍ତି।

ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହୋଇଛି। ଲଦାଖରେ ପ୍ରବଳ ମାତ୍ରାରେ ତୁଷାରପାତ ସହ ପ୍ରବଳ ଶୀତ ଆରମ୍ଭ ହୋଇଛି। ପୂର୍ବ ଲଦାଖରେ ଥିବା ଚୀନ ସୈନ୍ୟମାନେ ଏହି ଶୀତ ସହ୍ୟ କରି ପାରୁନଥିବା ନେଇ ଲଦାଖ ସୀମା ସୁରକ୍ଷା ଦାୟିତ୍ବରେ ଥିବା ଜଣେ ସେନା ଅଧିକାରୀ କହିଛନ୍ତି। ଭାରତୀୟ ସୁରକ୍ଷାବଳ ଏଭଳି ଶୀତ ସହ ଖାପ ଖୁଆଇ ସୀମା ସୁରକ୍ଷା ଦାୟିତ୍ବ ତୁଲାଇ ଆସିଛି। ଚୀନ ସୈନ୍ୟ ଏଭଳି ହାଡ଼ ଭଙ୍ଗା ଶୀତ ସହ ପ୍ରଥମ ଥର ପାଇଁ ପରିଚିତ ହେଉଛନ୍ତି।

ସୀମାରେ ଥିବା ଚୀନ ସୈନ୍ୟମାନଙ୍କୁ ଗୋଟିଏ ଦିନରେ ବାରମ୍ବାର ବଦଳାଯାଉଛି। ଲଦାଖ ଶୀତକୁ ସମ୍ଭାଳି ପାରୁନାହାନ୍ତି ଚୀନ ସୈନ୍ୟ। ଏଥିପାଇଁ ସେମାନଙ୍କୁ ବାରମ୍ବାର କ୍ୟାମ୍ପକୁ ନିଆଯାଇ ବିଶ୍ରାମ ଦିଆଯାଉଛି। ଯେଉଁ ସ୍ଥାନରେ ଭାରତୀୟ ସୁରକ୍ଷାବଳ ଲଗାତାର 12 ଘଣ୍ଟା କାଳ ସୀମା ସୁରକ୍ଷା ଦାୟିତ୍ବରେ ରହୁଛନ୍ତି ସେହି ସ୍ଥାନରେ ଚୀନ ସୁରକ୍ଷା ବଳ ପକ୍ଷରେ 6ରୁ 7 ଘଣ୍ଟା ଛିଡ଼ା ହେବା କଷ୍ଟକର ହୋଇ ପଡ଼ୁଛି।

ପୂର୍ବରୁ ସିଆଚେନରେ ହାଡ଼ଭଙ୍ଗା ଶୀତରେ ମଧ୍ୟ କାର୍ଯ୍ୟ କରି ଆସିଛି ଭାରତୀୟ ସୀମା ସୁରକ୍ଷା ବଳ। ଏଥିପାଇଁ ପୂର୍ବ ଲଦ୍ଦାଖର ଶୀତରେ ମଧ୍ୟ ଖାପ ଖୁଆଇ ପାରୁଛନ୍ତି ଭାରତୀୟ ସୁରକ୍ଷାକର୍ମୀ। ଏପ୍ରିଲ ଓ ମେ' ମାସରେ 60 ହଜାରରୁ ଅଧିକ ଚୀନର ସୁରକ୍ଷାବଳ ଏଲଏସି ପାର କରି ଭାରତୀୟ ସୀମା ଭିତରକୁ ଆସିଥିଲେ। ଏହାକୁ ନେଇ ଜୁନ ମାସ 15 ତାରିଖରେ ଦୁଇ ଦେଶ ସୈନ୍ୟ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇଥିଲା। ଏଥିରେ 20 ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ବହୁ ଚୀନ ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା। ସୀମା ବିବାଦକୁ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଜାରି ରହିଛି। ପ୍ୟାଙ୍ଗଙ୍ଗ ହ୍ରଦର ଦକ୍ଷିଣାଞ୍ଚାଳକୁ ଅକ୍ତିଆର କରି ନେଇଛି ଚୀନ।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.