ETV Bharat / bharat

‘ଭାରତ ସମେତ ସମଗ୍ର ବିଶ୍ବ ପାଇଁ ବିପଦ ଚୀନ' - ଭାରତରେ ଥିବା ବ୍ରିଟେନ ରାଷ୍ଟ୍ରଦୂତ

ଚୀନର ସମସ୍ତ ଚ୍ୟାଲେଞ୍ଜ ସମ୍ପର୍କରେ ବ୍ରିଟେନ ପାଖରେ ସ୍ପଷ୍ଟ ଖବର ରହିଛି । ତଥାପି ଆମେ ଏହା ସହ କାମ କରିବାକୁ ଇଚ୍ଛୁକ ବୋଲି ଫିଲିପ୍ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

'କେବଳ ଭାରତ ନୁହେଁ ଚୀନ ସମଗ୍ର ବିଶ୍ବ ପାଇଁ ବିପଦ'

author img

By

Published : Jul 23, 2020, 10:37 PM IST

Updated : Jul 24, 2020, 12:21 AM IST

ନୂଆଦିଲ୍ଲୀ: ଚୀନ୍ କେବଳ ଭାରତ ପାଇଁ ବିପଦ ନୁହେଁ । ଏହା ସାରା ବିଶ୍ବ ଲାଗି ସମସ୍ୟା ସୃଷ୍ଟି କରିଛି । ବ୍ରିଟେନ ଚୀନ ଦ୍ବାରା ସୃଷ୍ଟି ସମସ୍ତ ଚ୍ୟାଲେଞ୍ଜ ସମ୍ପର୍କରେ ଅବଗତ ଅଛି । ଭାରତ ସମେତ ବିଶ୍ବ ମଧ୍ୟ ଏହାକୁ ସାମନା କରୁଛି ବୋଲି ଭାରତରେ ଥିବା ବ୍ରିଟେନ ରାଷ୍ଟ୍ରଦୂତ ସାର ଫିଲିପ୍ ବାର୍ଟୋନ କହିଛନ୍ତି ।

ଚୀନର ସମସ୍ତ ଚ୍ୟାଲେଞ୍ଜ ସମ୍ପର୍କରେ ବ୍ରିଟେନ ପାଖରେ ସ୍ପଷ୍ଟ ଖବର ରହିଛି । ହଂକଂ ପ୍ରସଙ୍ଗ ଯୁଗ୍ମ ଘୋଷଣାନାମା ଅନୁସାରେ ଥିବା ଚୁକ୍ତିର ଏକ ଗୁରୁତର ଉଲ୍ଲଙ୍ଘନ । ସେହିପରି ଦକ୍ଷିଣ ଚୀନ ସାଗର ପ୍ରସଙ୍ଗରେ ଆମେ ସ୍ପଷ୍ଟ ବାର୍ତ୍ତା ଦେଇସାରିଛୁ । ଚୀନ ବିଭିନ୍ନ ବିଷୟରେ ଅଯଥା ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ତଥାପି ଆମେ ଏହା ସହ କାମ କରିବାକୁ ଇଚ୍ଛୁକ ବୋଲି ଫିଲିପ୍ ପ୍ରକାଶ କରିଛନ୍ତି ।

ହଂକଂରେ ଚୀନର ନୂଆ ଜାତୀୟ ସୁରକ୍ଷା ବିଲ ନେଇ ବିବାଦ ସୃଷ୍ଟି ହୋଇଛି । ଏହାକୁ ହଂକଂବାସୀ ବିରୋଧ କରୁଥିବାବେଳେ ସାରା ବିଶ୍ବ ସେମାନଙ୍କୁ ସମର୍ଥନ ଦେଉଛି । ଏହି ପ୍ରସଙ୍ଗରେ ଚଳିତ ମାସରେ ବ୍ରିଟିଶ ସରକାର କହିଥିଲେ ଯେ ହଂକଂବାସୀଙ୍କୁ ୟୁକେରେ ବାସ କରିବା ସହ ନାଗରିକତ୍ବ ଗ୍ରହଣ କରିବା ପାଇଁ ଏହା ଅଫର ପ୍ରଦାନ କରୁଛି । ଯାହାକୁ ନେଇ ଚୀନ୍ କ୍ଷୁବ୍ଧ ହେବା ସହ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ନପୁରାଇବାକୁ ବ୍ରିଟେନକୁ ଚେତାବନୀ ଦେଇଥିଲା ।

Last Updated : Jul 24, 2020, 12:21 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.