ETV Bharat / bharat

ଚୀନକୁ ଡରାଇଲା ଇଥିଓପିଆ ବିମାନ ଦୁର୍ଘଟଣା; ବୋଇଂ ବିମାନ ଉଡାଣକୁ କଲା ବାତିଲ - Ethiopian

ଇଥିଓପିଆର ବିମାନ ବୋଇଂ 737 ଦୁର୍ଘଟଣା ଗ୍ରସ୍ତ ହେବା ପରେ ସତର୍କ ହୋଇଯାଇଛି ଚୀନ ବିମାନ ପରିଚାଳନା ସଂସ୍ଥା ଏନେଇ ଚୀନ ତାର ସମସ୍ତ ବୋଇଂ-737 ମ୍ୟାକ୍ସ 8 ବିମାନକୁ ଅସ୍ଥାୟୀ ଭାବେ ଅବତରଣ କରିବାକୁ ନିର୍ଦ୍ଦେଶ ଦେଇଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Mar 11, 2019, 8:39 PM IST

ବେଜିଂ: ଇଥିଓପିଆର ବିମାନ ବୋଇଂ 737 ଦୁର୍ଘଟଣା ଗ୍ରସ୍ତ ହେବା ପରେ ସତର୍କ ହୋଇଯାଇଛି ଚୀନ ବିମାନ ପରିଚାଳନା ସଂସ୍ଥା ଏନେଇ ଚୀନ ତାର ସମସ୍ତ ବୋଇଂ-737 ମ୍ୟାକ୍ସ 8 ବିମାନକୁ ଅସ୍ଥାୟୀ ଭାବେ ଅବତରଣ କରିବାକୁ ନିର୍ଦ୍ଦେଶ ଦେଇଛି । ଚୀନ ପ୍ରଶାସନର କହିବା ଅନୁସାରେ ଏହି ନିର୍ଦ୍ଦେଶନାମା ସକାଳ ପ୍ରାୟ 9ଟା ସମୟରେ ଦିଆଯାଇଥିଲା ।

ତେବେ ସମସ୍ତ ବିମାନ ଯାତ୍ରୀମାନଙ୍କ ସୁରକ୍ଷା ବିଷୟରେ ଚିନ୍ତା କରାଯାଇ ଏହି ଆଦେଶ ଦିଆଯାଇଛି । ବୋଇଂ ବିମାନର ଏପରି ଦୁର୍ଘଟଣା ଦ୍ବିତୀୟ ଥର ପାଇଁ ହୋଇଛି । ଏହାପୂର୍ବରୁ ଡିସେମ୍ବର 29 ତାରିଖରେ ଇଣ୍ଡୋନେସିଆର ସମୁଦ୍ର ଭିତରେ ପଡିବାରୁ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ସମସ୍ତ ବିମାନଯାତ୍ରୀ ପ୍ରାଣ ହରାଇଥିଲେ ।

ତେବେ ଆଗାମୀ ସମୟରେ ଆମେରିକା ଆଭିଏସେନ ଓ ବୋଇଂ ସଂସ୍ଥା ସହ ବିଚାର ବିମର୍ଷ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ । ସୂଚନା ଅନୁସାରେ, ଗତକାଲି ଇଥିଓପିଆର ବିମାନ ବୋଇଂ 737 ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏହି ବିମାନଟି ଇଥିଓପିଆର ଆଦ୍ଦିସର ଆବାବାରୁ କେନିଆର ନାଇରୋବି ଯାଉଥିଲା । ବିମାନରେ ସର୍ବମୋଟ 157 ଜଣ ଯାତ୍ରୀ ଓ 8 ଜଣ କର୍ମଚାରୀ ଥିଲେ । ଆପଣଙ୍କୁ ଜଣାଇଦିଆଯାଉଛି କି ଇଥଓପିଆନ ଏୟାରଲାଇନ୍ସ ଆଫ୍ରିକାର ସର୍ବବୃହତ ବିମାନ ସଂସ୍ଥା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.