ETV Bharat / bharat

ଚୀନକୁ ଆଉ ଏକ ଝଟକା ଦେବ ଭାରତ ! ଟାର୍ଗେଟରେ କଲେଜ-ବିଶ୍ବବିଦ୍ୟାଳୟ - china confucius institutes

ଚୀନର ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ଅନେକ ଚୁକ୍ତିନାମା ରଦ୍ଦ କରିବା ପରେ ବର୍ତ୍ତମାନ ସରକାରଙ୍କ ନଜର ସେହି କଲେଜ ଏବଂ ବିଶ୍ୱବିଦ୍ୟାଳୟ ଉପରେ ଅଛି ଯାହା ସହ ଚୀନର ସମ୍ପର୍କ ରହିଛି ।

ଚୀନକୁ ଆଉ ଏକ ଝଟକା ଦେବ ଭାରତ
ଚୀନକୁ ଆଉ ଏକ ଝଟକା ଦେବ ଭାରତ
author img

By

Published : Aug 2, 2020, 12:56 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ପରେ ଡ୍ରାଗନକୁ ଆଉ ଏକ ଝଟକା ଦେବାକୁ ପ୍ରସ୍ତୁତ ହେଉଛନ୍ତି କେନ୍ଦ୍ର ସରକାର । ଚୀନର ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ଅନେକ ଚୁକ୍ତିନାମା ରଦ୍ଦ କରିବା ପରେ ବର୍ତ୍ତମାନ ସରକାରଙ୍କ ନଜର ସେହି କଲେଜ ଏବଂ ବିଶ୍ୱବିଦ୍ୟାଳୟ ଉପରେ ଅଛି ଯାହା ସହ ଚୀନର ସମ୍ପର୍କ ରହିଛି । ଉଚ୍ଚଶିକ୍ଷାରେ ବଢୁଥିବା ଚୀନର ପ୍ରଭାବକୁ ନେଇ ସୁରକ୍ଷା ଏଜେନ୍ସିଗୁଡିକ ସଚେତନ ହେବା ପରେ ଶିକ୍ଷା ମନ୍ତ୍ରଣାଳୟ ସାତୋଟି କଲେଜ ଏବଂ ବିଶ୍ୱବିଦ୍ୟାଳୟର ସମୀକ୍ଷା କରିବ ।

ମନ୍ତ୍ରଣାଳୟ ଆଇଆଇଟି, ବିଏଚୟୁ, ଜେଏନୟୁ, ଏନଆଇଟି ଏବଂ ଚୀନ ଏକାଡେମିକ୍ ଅନୁଷ୍ଠାନ ମଧ୍ୟରେ ସ୍ୱାକ୍ଷରିତ 54 ଟି ଏମଓୟୁର ସମୀକ୍ଷା କରିବାକୁ ଯୋଜନା କରିଛି। ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)କୁ ପୂର୍ବରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଚୀନ ଭାଷା ଏବଂ ଚୀନର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଚୀନର ଏକାଡେମିକ୍ ଅନୁଷ୍ଠାନଗୁଡିକ ଚୀନ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ସିଧାସଳଖ ଅନୁଦାନ ଗ୍ରହଣ କରୁଛନ୍ତି । ତେବେ ଚୀନର ଏହି ପ୍ରଚାର-ପ୍ରସାରକୁ ନେଇ ଆମେରିକା ଏବଂ ବ୍ରିଟେନ ସମେତ ସାରା ବିଶ୍ୱରେ ଏହାର ସମାଲୋଚନା କରାଯାଉଛି । ସେପ୍ଟେମ୍ବର 2019 ରେ ଅଷ୍ଟ୍ରେଲିଆ କ୍ୟା ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନ ମଧ୍ୟରେ ହୋଇଥିବା ଚୁକ୍ତି ବିଦେଶୀ ହସ୍ତକ୍ଷେପ ଆଇନକୁ ଖଣ୍ଡନ କରିଛି କି ନାହିଁ ତାହାର ତଦନ୍ତ ଆରମ୍ଭ କରିଛି । ଏହା ବ୍ୟତୀତ ବିଶ୍ବର ଅନେକ ବିଶ୍ୱବିଦ୍ୟାଳୟ ଏହି ଅନୁଷ୍ଠାନ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ ବନ୍ଦ କରି ଦେଇଛନ୍ତି ।

ସରକାରଙ୍କ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ଅନୁଯାୟୀ, ମୁମ୍ବାଇ ବିଶ୍ୱବିଦ୍ୟାଳୟ, ଭେଲୋର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଲଭଲି ପ୍ରଫେସନାଲ ୟୁନିଭରସିଟି, ଜଲନ୍ଦରର ଓ.ପି. ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟି, କୋଲକାତାର ସ୍କୁଲ ଅଫ୍ ଚାଇନିଜ୍ ଲାଙ୍ଗୁଏଜ , କୋଏମ୍ବାଟୁରର ଭାରତୀ ବିଶ୍ୱବିଦ୍ୟାଳୟ, ଗୁରୁଗ୍ରାମର କେଆର ମଙ୍ଗଲମ୍ ବିଶ୍ୱବିଦ୍ୟାଳୟ, ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ସହ ଚୀନ ଏକାଡେମିକ୍ ଅନୁଷ୍ଠାନର ଏମଓୟୁ ରହିଛି । ତେଣୁ ଏହି ବିଶ୍ବ ବିଦ୍ୟାଳୟଗୁଡିକ ସହ ହୋଇଥିବା ଏମଓୟୁର ସମୀକ୍ଷା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.