ନୂଆଦିଲ୍ଲୀ: କୋରୋନା ଭାଇରସର ମୁକାବିଲା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ଦୀପ ଜଳାଇବାକୁ ଅପିଲ କରିଛନ୍ତି । ମୋଦିଙ୍କ ଏହି ଆହ୍ବାନକୁ ଛତିଶଗଡ କଂଗ୍ରେସ ଟ୍ବିଟ କରି କଡା ପ୍ରତିକ୍ରିୟା ଦେଇଛି ।
ଛତିଶଗଡ କଂଗ୍ରେସ ଟ୍ବିଟ କରି ଲେଖିଛି ଯେ, ଯିଏ ଜଳିଲା ତାକୁ ନିଆଁ କୁହାଯାଏ, ଯିଏ ଲିଭିଗଲା ତାକୁ ପାଉଁଶ କୁହାଯାଏ, ଆଉ ଯିଏ ମହାମାରୀକୁ ମହୋତ୍ସବ କରେ, ତାକୁ ନରେନ୍ଦ୍ର ଦାମୋଦର ଦାସ କୁହାଯାଏ । ସୂଚନାଯୋଗ୍ୟ, ଛତିଶଗଡ କଂଗ୍ରେସ ପକ୍ଷରୁ କରାଯାଇଥିବା ଏହି ଟ୍ବିଟଟି ଚର୍ଚ୍ଚିତ ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଫିଲ୍ମ ‘ବିଶ୍ବନାଥ’ର ଏହି ଡାଇଲଗ । ଯାହକୁ ସେ ପରିସ୍ଥିତି ହିସାବରେ ସାମାନ୍ୟ ପରିବର୍ତ୍ତନ କରି ଟ୍ବିଟ୍ କରିଛନ୍ତି ।
ଦୀପ ଜଳାଇବା ଅପିଲକୁ ନେଇ ଟ୍ବିଟ କରି ଲୋକମାନଙ୍କୁ କହିଛନ୍ତି କି ସେମାନେ ଲଣ୍ଠନ ବି ଜଳାଇପାରିବେ । କାରଣ ଲଣ୍ଠନ ଆରଜେଡିର ଚିହ୍ନ ଅଟେ । ଯାହାକୁ ନେଇ ସୁଶୀଲ ମୋଦି ଟ୍ବିଟ୍ ଯୋଗେ ପ୍ରତିକ୍ରିୟା ରଖିଛନ୍ତି । ଏବେ ଲଣ୍ଠନ ଜାଳିବା ସମୟ ଚାଲି ଯାଇଛି । ପ୍ରତ୍ୟେକ ଘରେ ଏବେ ବିଜୁଳି ଆଲୋକ ପହଞ୍ଚିସାରିଛି । ଦୀପ-ମହମବତୀ ହିନ୍ଦୁ-ଖ୍ରୀଷ୍ଚିଆନ ନିଜ ଘରେ ପୂଜା ପାଇଁ ରଖିଥାନ୍ତି । ମୋବାଇଲ ସମସ୍ତଙ୍କ ପାଖରେ ଥିବାରୁ ପ୍ରଧାନମନ୍ତ୍ରୀ ଲଣ୍ଠନ ଜଳେଇବା କଥା କହିନାହାନ୍ତି ।
ପ୍ରକାଶଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳ 9ଟାରେ ଭାରତବର୍ଷ ଉଦ୍ଦେଶ୍ୟରେ ଏକ ଭିଡିଓ ଜାରି କରିଛନ୍ତି । ଉକ୍ତ ଭିଡିଓରେ ସେ ରବିବାର ରାତି 9ଟାରେ ନିଜ ନିଜ ଘର ଲାଇଟ ଲିଭାଇ 9 ମିନିଟ୍ ପାଇଁ ଦୀପ, ମହମବତୀ କିମ୍ବା ମୋବାଇଲ ଫ୍ଲାଶ ଲାଇଟ ଲଗାଇବାକୁ କହିଛନ୍ତି । ସାରା ଦେଶକୁ ଏକାଠି ରଖିବାର ଏହା ଏକ ମନ୍ତ୍ର ବୋଲି ସେ କହିଛନ୍ତି । ପୂର୍ବରୁ ମୋଦି ଜନତାକର୍ଫ୍ୟୁ ପାଇଁ ଅପିଲ କରି ସେବା ପ୍ରଦାନକାରୀଙ୍କୁ ଉତ୍ସାହିତ ଉଦ୍ଦେଶ୍ୟରେ ଦେଶବାସୀଙ୍କୁ ତାଳି ଓ ଥାଳି ବଜାଇବାକୁ ଆହ୍ବାନ ଦେଇଥିଲେ ।