ETV Bharat / bharat

N-95 ମାସ୍କ ଉପରେ ଭରଷା କରୁଥିଲେ ହୋଇଯାଆନ୍ତୁ ସତର୍କ - centre warns against use of n 95 masks

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ N-95 ମାସ୍କ ଉପରେ ଚେତାଇଲା କେନ୍ଦ୍ର । ଭଲବ ରେସ୍ପିରୋଟରୀ(valved respirators) ) ଯୁକ୍ତ N-95 ମାସ୍କ ବ୍ୟବହାର କୋରୋନା ମୁକାବିଲାର ସମ୍ପୂର୍ଣ୍ଣ ବିପରୀତ ବୋଲି କେନ୍ଦ୍ର କହିଛି । ଅଧିକ ପଢନ୍ତୁ...

N-95 ମାସ୍କ  ଉପରେ ଭରଷା କରୁଥିଲେ
N-95 ମାସ୍କ ଉପରେ ଭରଷା କରୁଥିଲେ
author img

By

Published : Jul 21, 2020, 12:35 PM IST

ନୂଆଦିଲ୍ଲୀ: N-95 ମାସ୍କକୁ ନେଇ ଚେତାଇଲା କେନ୍ଦ୍ର । ଭଲବ ରେସ୍ପିରୋଟରୀ(valved respirators) ) ଯୁକ୍ତ N-95 ମାସ୍କ ବ୍ୟବହାର ଉପରେ ସତର୍କତା ଜାରି କରିଛନ୍ତି । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମଧ୍ୟ ପତ୍ର ଲେଖି ଜଣାଇଛି କେନ୍ଦ୍ର । କୋରୋନା ଭାଇରସ ବିସ୍ତାର ରୋକିବା ଦିଗରେ କିମ୍ବା ସଂକ୍ରମଣ ହ୍ରାସ ଦିଗରେ ନିଆଯାଇଥିବା ପଦକ୍ଷେପରେ ଏହାର ସମ୍ପୂର୍ଣ୍ଣ ’ବିପରୀତ’ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ସେବାର ମହାନିର୍ଦ୍ଦେଶକ ରାଜୀବ ଗର୍ଗ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା ବିଭାଗର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି କହିଛନ୍ତି ଯେ ,ପ୍ରାଧିକୃତପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସ୍ଥାନରେ ଲୋକେ N-95 ମାସ୍କକୁ ଅନୁପଯୁକ୍ତ ଭାବେ ଭାବରେ ବ୍ୟବହାର କରୁଛନ୍ତି । ବିଶେଷକରି ସେହିମାନେ ଯେଉଁମାନେ ଭଲବ ରେସ୍ପିରେଟୋରୀ (valved respirators) ବ୍ୟବହାର କରୁଛନ୍ତି ।

ସେ କହିଛନ୍ତି, ଭଲବ ରେସ୍ପିରେଟୋରୀ ଯୁକ୍ତ N-95 କୋରୋନାକୁ ରୋକିବା ବ୍ୟବହାର କରାଯାଉଛି । କିନ୍ତୁ ପ୍ରକୃତିରେ ଏହା କୋରୋନା ମୁକାବିଲା ଦିଗରେ ବିପରୀତ ଅଟେ । କାରଣ ଏହି ମାସ୍କ ଭାଇରସକୁ ରୋକିବାର କ୍ଷମତା ରଖିନାହିଁ । ତେଣୁ ସେ ଏହି ମାସ୍କ ନ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.