ETV Bharat / bharat

‘କୃଷି କ୍ଷେତ୍ରରେ ଅଧିକ ବିନିଯୋଗ ପାଇଁ ସରକାର ପ୍ରୟାସ କରିଛନ୍ତି’

author img

By

Published : Feb 5, 2021, 1:41 PM IST

କୃଷି କ୍ଷେତ୍ରରେ ଅଧିକ ବିନିଯୋଗ ପାଇଁ ସରକାର ପ୍ରୟାସ କରିଛନ୍ତି ବୋଲି ରାଜ୍ୟସଭାରେ କହିଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଅଧିକ ପଢନ୍ତୁ...

କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର
କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର

ନୂଆଦିଲ୍ଲୀ: କୃଷି ଆଇନ ଓ ଆନ୍ଦୋଳନକୁ ନେଇ ଆଜି(ଶୁକ୍ରବାର) ରାଜ୍ୟସଭାରେ ମତ ରଖିଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ସେ । ଏହାସହ କୃଷିକ୍ଷେତ୍ର ପାଇଁ ସରକାର କରିଥିବା ଅନେକ ଯୋଜନା ବାବଦରେ ଗୃହରେ ଉଲ୍ଲେଖ କରିଛନ୍ତି କୃଷିମନ୍ତ୍ରୀ ।

ସେହିପରି କୃଷିକ୍ଷେତ୍ର ପାଇଁ ସରକାର ଏକ ଲକ୍ଷ କୋଟି ଟଙ୍କା ଆତ୍ମନିର୍ଭର ପ୍ୟାକେଜରେ ଆବଣ୍ଟନ କରିଥିବା ସେ କହିଛନ୍ତି । ଏହାସହ ସରକାର କୃଷି କ୍ଷେତ୍ରରେ ଅଧିକ ବିନିଯୋଗ କରିବାକୁ ପ୍ରୟାସ କରିଛନ୍ତି ବୋଲି ଶୁକ୍ରବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସେ ଏପରି କହିଛନ୍ତି ।

ଆମେ ଖର୍ଚ୍ଚର 50 ପ୍ରତିଶତରୁ ଅଧିକ ଏମଏସପି ଦେବାକୁ ଆରମ୍ଭ କରିଛୁ । ଆତ୍ମନିର୍ଭର ପ୍ୟାକେଜରେ କୃଷି କ୍ଷେତ୍ର ପାଇଁ ଏକ ଲକ୍ଷ କୋଟି ଆବଣ୍ଟିତ କରିଛୁ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ 15 ତମ ଅର୍ଥ କମିଶନ ଗ୍ରାମ ପଞ୍ଚାୟତ ପାଇଁ 2.36 ଲକ୍ଷ କୋଟି ଟଙ୍କା ଦେବାକୁ କହିଛନ୍ତି । ଯାହାକୁ କ୍ୟାବିନେଟ ଗ୍ରହଣ କରିଛି ।

ସେହିପରି ପାଖାପାଖି 43,000 କୋଟି ଗ୍ରାମୀଣ ଅଞ୍ଚଳ ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ଦିଆଯାଇଥିବା ସେ କହିଛନ୍ତି । ମନରେଗା ପାଇଁ ଅଧିକ ପାଣ୍ଠି ଆବଣ୍ଟିତ ହୋଇଛି । ଯାହା ରୋଜଗାରରେ ସହାୟକ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ କୋରୋନାରେ ଆମେ ଅନେକ ସମସ୍ୟା ମଧ୍ୟରେ ଗତି କରିଛୁ । ଅର୍ଥନୀତି ଓ ରୋଜଗାର ଏଥିରେ ପ୍ରଭାବିତ ହୋଇଛି ବୋଲି ସେ ଦର୍ଶାଇଛନ୍ତି । ତେବେ ଏହି ସମୟରେ ଲୋକେ ଧୈର୍ଯ୍ୟ ଦେଖାଇବା ସହ ଏହାକୁ ମୁକାବିଲା କରିଛନ୍ତି ବୋଲି କୃଷି ମନ୍ତ୍ରୀ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.