ETV Bharat / bharat

ଜମ୍ମୁ କଶ୍ମୀର ସମସ୍ୟାର ସମାଧାନ ପାଇଁ ଭଲ ଭାବେ ଚିନ୍ତା କରନ୍ତୁ ସରକାର: କର୍ଣ୍ଣ ସିଂହ - ଜମ୍ମୁକଶ୍ମୀର

ଜମ୍ମୁ କଶ୍ମୀରର ସବୁଠୁ ସମ୍ବେଦନଶୀଳ ସମସ୍ୟା ଧାରା 370 ଓ 35(ଏ)କୁ ସୁଧାରିବାରେ ଲାଗିଛନ୍ତି କେନ୍ଦ୍ର ସରକାର ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Jul 29, 2019, 4:47 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ଜାରି ରହିଥିବା ବିବାଦୀୟ ସମସ୍ୟା ଗୁଡିକୁ ସୁଧାରିବାରେ ଲାଗିଛନ୍ତି । ଯାହାଉପରେ ମତ ଦେଇଛନ୍ତି ରାଜ୍ୟର ପ୍ରଥମ ପୂର୍ବତନ ରାଜ୍ୟପାଳ ଡାକ୍ତର କର୍ଣ୍ଣ ସିଂହ । ସେ କହିଛନ୍ତି ସରକାର ଏହି ମାମଲାରେ ସୁଧାର ଆଣିବାକୁ ଚାହୁଁଛନ୍ତି ତେବେ ଏହା ଉପରେ ଭାବି ଚିନ୍ତି ବିଚାର କରନ୍ତୁ । ଯେପରି ଏଥିପାଇଁ ରାଜ୍ୟରେ କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ନହୁଏ ।

ସେ କହିଛନ୍ତି ଜମ୍ମୁ-କଶ୍ମୀରରେ ବିଧାନସଭା ଭଙ୍ଗକୁ ନେଇ ମୁଁ କୌଣସି ପ୍ରଶ୍ନ ଉଠାଉନାହିଁ । କିନ୍ତୁ ଧାରା 370 ଓ 35(ଏ)କୁ ହଟାଇବା ପାଇଁ କେନ୍ଦ୍ରସରକାର ଚାହୁଁଛନ୍ତି, ସେ ଏହି ନିଷ୍ପତ୍ତି ଉପରେ ଭାବିଚିନ୍ତି ବିଚାର କରନ୍ତୁ । କାରଣ ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ନଚେତ ଆଗାମୀ ଦିନରେ ଏହାକୁ ନେଇ ବହୁତ ବଡ ଦଙ୍ଗା ସୃଷ୍ଟି ହେବ ।

କର୍ଣ୍ଣ ସିଂହ ଆହୁରି କହିଛନ୍ତି ଯେ, କିଛି ଭୁଲ ପାଇଁ ରାଜ୍ୟର 45 ପ୍ରତିଶତ ଅଞ୍ଚଳ ପାକିସ୍ତାନ ଓ ଚୀନ ଅଧିକାର କରିସାରିଥିବାବେଳେ, 30 ପ୍ରତିଶତ ଲୋକ ଗତ କିଛି ବର୍ଷ ଧରି ଅନ୍ୟ ଦେଶକୁ ବିସ୍ଥାପିତ ହୋଇଯାଇଛନ୍ତି । ସେପଟେ କେନ୍ଦ୍ର ସରକାର ବିଚାର କରି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ଉଚିତ । ନଚେତ ଅନୁତାପ କରିବା ବ୍ୟତୀତ ଆଉ କିଛି ବାଟ ନଥିବ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.