ETV Bharat / bharat

ୟୁପିରେ ସୁରକ୍ଷିତ ନୁହଁନ୍ତି ମହିଳା: ମାୟାବତୀ - bsp supremo

ଉତ୍ତରପ୍ରଦେଶର ହାଥରସରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଦଳିତ ଝିଅକୁ ଗଣଦୁଷ୍କର୍ମ କରାଯାଇଛି । ଏପିରିକି ତାଙ୍କୁ ମାଡ ମରାଯିବାର ଖବର ମଧ୍ୟ ରହିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ମାୟାବତୀ
ମାୟାବତୀ
author img

By

Published : Sep 27, 2020, 1:22 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଦଳିତ ଝିଅକୁ ଗଣଦୁଷ୍କର୍ମ କରାଯାଇଛି । ଏପିରିକି ତାଙ୍କୁ ମାଡ ମରାଯିବାର ଖବର ମଧ୍ୟ ରହିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି (ବିଏସପି) ର ଅଧ୍ୟକ୍ଷ ମାୟାବତୀ ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି ଓ ଅପରାଧୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ବିଏସପି ମୁଖ୍ୟ ମାୟାବତୀ ଏକ ଟ୍ବିଟରେ ଲେଖିଛନ୍ତି, ‘ୟୁପିର ହାଥରସରେ ଜଣେ ଦଳିତ ଝିଅକୁ ପ୍ରଥମେ ମାଡ ମରାଯାଇଥିଲା ଓ ପରେ ଗଣଦୁଷ୍କର୍ମ କରାଯାଇଥିଲା । ଏହା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଅତ୍ୟନ୍ତ ନିନ୍ଦନୀୟ । ରାଜ୍ୟରେ ଝିଅ-ଭଉଣୀ ମାନେ ସୁରକ୍ଷିତ ନୁହଁନ୍ତି । ସରକାର ଏଥିପ୍ରତି ଧ୍ୟାନ ଦେବା ଉଚିତ୍ ’ ।

ପ୍ରକାଶଥାଉକି, ମାଜିଷ୍ଟ୍ରେଟଙ୍କ ନିକଟରେ ପୀଡିତା ଦେଇଥିବା ବିବୃତ୍ତିରେ କହିଥିଲେ ଯେ ଚାରିଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲେ ଓ ବିରୋଧ କରିବାରୁ ତାଙ୍କ ଗଳା କାଟି ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏଥିରେ ପୀଡିତାଙ୍କ ଜିଭ କଟି ଯାଇଥିଲା। ଏହି ଘଟଣା 14 ସେପ୍ଟେମ୍ବରରେ ଘଟିଥିଲା। ପୋଲିସର ସୂଚନାନୁସାରେ, ଏହି ଚାରିଜଣ ଅଭିଯୁକ୍ତଙ୍କୁ ଗଣଦୁଷ୍କର୍ମ ଘଟଣାରେ ଗିରଫ କରାଯାଇଛି ଏବଂ ପୋଲିସ ଏହାର ତଦନ୍ତ ଜାରି ରଖିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.