ଗାନ୍ଧୀନଗର: ଭାରତ-ଚୀନ ସୀମାରେ ସଂଘର୍ଷ ସମୟରେ 20 ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣା ପରେ ପୁରା ଦେଶରେ ଚୀନ ବିରୋଧରେ ଆକ୍ରୋଶ ଦେଖିବାକୁ ମିଳିଛି । ଦେଶର ପ୍ରାୟ ସମସ୍ତ ରାଜ୍ୟର ଲୋକେ ଚୀନ ସାମଗ୍ରୀ ବର୍ଜନ କରିବାକୁ ଆହ୍ବାନ କରୁଛନ୍ତି । ତେବେ ଇତି ମଧ୍ୟରେ ରାଜକୋଟର ଜଣେ ଯୁବକ ବୁକ କରିଥିବା ଚୀନ ନିର୍ମିତ ଏକ କାରର ଅଡରକୁ କ୍ୟାନସେଲ କରିଛନ୍ତି ।
ରାଜକୋଟର ମୟୁରଦ୍ବସ ସିଂହ ନାମକ ଜଣେ ଯୁବକ କିଛି ଦିନ ପୂର୍ବରୁ 19 ଲକ୍ଷ ଟଙ୍କାର ଚୀନ ନିର୍ମିତ କାର କିଣିବା ପାଇଁ ଅଡର ଦେଇଥିଲେ । କିନ୍ତୁ ଭାରତ-ଚୀନ ସୀମାରେ 20 ଯବାନ ଶହୀଦ ହେବା ପରେ ସେ ଏହି ଅଡର କ୍ୟାନସେଲ କରିଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଜୁନ 15 ତାରିଖରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତୀୟ ଏବଂ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ କର୍ଣ୍ଣେଲ ବି ସନ୍ତୋଷ ବାବୁଙ୍କ ସମେତ 20 ଯବାନ ଶହୀଦ ହୋଇଥିଲେ ।