ମୁମ୍ବାଇ: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ଅଭାବନୀୟ ଘଟଣା ଘଟିଛି । ସାଙ୍ଗଲି ଜିଲ୍ଲା ପଲୁସ ବ୍ଲକ ଭମନାଲରେ ଏକ ଡଙ୍ଗା ଓଲଟି 9 ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି 6 ନିଖୋଜ ଥିବା ଜଣାପଡିଛି ।
ସୂଚନାନୁସାରେ ଡଙ୍ଗାରେ 27-30 ଲୋକ ଯାତ୍ରା କରୁଥିବା ଅନୁମାନ କରାଯାଉଛି । ତେବେ ଦୁର୍ଘଟଣାଗ୍ରସ୍ତ ଡଙ୍ଗାଟି କୌଣସି କମ୍ପାନୀ କିମ୍ବା ସଂସ୍ଥାର ନୁହେଁ । ଏହା ଗ୍ରାମବାସୀଙ୍କ ନିଜସ୍ବ ଥିଲା । ନିଖୋଜ ଥିବା ଲୋକଙ୍କୁ ଖୋଜିବାକୁ ତଦନ୍ତ ଜାରି ରହିଛି । ସେପଟେ ମୃତକଙ୍କ ପରିବାରକୁ ମହାରାଷ୍ଟ୍ର ସରକାର ପକ୍ଷରୁ 5 ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରାଯାଇଛି ।