ETV Bharat / bharat

କଂଗ୍ରେସ ସମର୍ଥନରେ ଗ୍ଲୋବାଲ ଟାଇମ୍ସ , ଘେରିଲା ବିଜେପି

author img

By

Published : Sep 5, 2020, 7:51 PM IST

ଗ୍ଲୋବାଲ ଟାଇମ୍ସ କଂଗ୍ରେସ ସପକ୍ଷରେ ଏକ ଆର୍ଟିକଲ ଲେଖିଥିଲା । ଯାହାକୁ ନେଇ ଏବେ ବିଜେପି କଂଗ୍ରେସକୁ ଘେରିଛି ।

କଂଗ୍ରେସ ସମର୍ଥନରେ ଗ୍ଲୋବାଲ ଟାଇମ୍ସ , ଘେରିଲା ବିଜେପି
କଂଗ୍ରେସ ସମର୍ଥନରେ ଗ୍ଲୋବାଲ ଟାଇମ୍ସ , ଘେରିଲା ବିଜେପି

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ଏବଂ ଅର୍ଥବ୍ୟବସ୍ଥାକୁ ନେଇ ବିରୋଧୀ କଂଗ୍ରେସ କ୍ରମାଗତ ଭାବରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଛି । କଂଗ୍ରେସ ଏବଂ ରାହୁଲ ଗାନ୍ଧୀ ଖୋଦ ଉଭୟ ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କୁ ଘେରିବାର ପ୍ରୟାସ କରୁଛନ୍ତି । ଇତିମଧ୍ୟରେ ଚୀନର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ କଂଗ୍ରେସ ପାଇଁ ଏକ ସମସ୍ୟା ସୃଷ୍ଟି କରିଛି । ଗ୍ଲୋବାଲ ଟାଇମ୍ସ କଂଗ୍ରେସ ସପକ୍ଷରେ ଏକ ଆର୍ଟିକଲ ଲେଖିଥିଲା । ଯାହାକୁ ନେଇ ଏବେ ବିଜେପି କଂଗ୍ରେସକୁ ଘେରିଛି ।

ଗ୍ଲୋବାଲ ଟାଇମ୍ସ ଏକ ଟ୍ବିଟରେ ଲେଖିଥିଲା, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଚୀନ ସହ ସୀମା ବିବାଦକୁ ନେଇ ନିଜ ଦେଶରେ ଚାପର ସମ୍ମୁଖୀନ ହେଉଛନ୍ତି । କଂଗ୍ରେସ ବିଜେପିକୁ ଶାସନ କ୍ଷମତାରୁ ହଟାଇବା ପାଇଁ ସୁଯୋଗ ଖୋଜୁଛି । ବିଫଳ ଘରୋଇ ଶାସନ ଏବଂ ବିପଦପୂର୍ଣ୍ଣ ବୈଦେଶିକ ନୀତିକୁ ତୀବ୍ର ସମାଲୋଚନା କରି ଭାରତୀୟ ଜାତୀୟ କଂଗ୍ରେସ ବିଜେପିକୁ ଗାଦିଚ୍ୟୁତ କରିବା ସୁଯୋଗକୁ ଅପେକ୍ଷା କରିଛି ।' ତେବେ ଏହା ଏକ୍ସପର୍ଟଙ୍କ ଦ୍ବାରା କରାଯାଇଥିବା ଏକ ଆକଳନ ବୋଲି ଟ୍ବିଟରରେ କହିଛି ଗ୍ଲୋବାଲ ଟାଇମ୍ସ ।

ସେପଟେ ଗ୍ଲୋବାଲ ଟାଇମ୍ସ ପକ୍ଷରୁ କଂଗ୍ରେସ ପାଇଁ କରାଯାଇଥିବା ପ୍ରଶଂସାକୁ ନେଇ ବିଜେପି ଘେରିବା ଆରମ୍ଭ କରିଛି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏନେଇ ଟ୍ବିଟ କରି କହିଛନ୍ତି, ' ମା ଏବଂ ପୁଅ ଏପରି ହିଁ 2008 ରେ ଚୀନ ସହିତ ଏମଓୟୁ ସ୍ବାକ୍ଷର କରିନଥିଲେ । ଏହା ପଛରେ ଏକ ଷଡଯନ୍ତ୍ର ରହିଛି। ଆଜି ସେହି ଷଡଯନ୍ତ୍ରର ଖୁଲାସା ହୋଇଛି। ମା-ପୁଅ ଚୀନରେ ତାଙ୍କ ସମ୍ମାନ ବନ୍ଧକ ରଖିଥିଲେ। ଆଜି ଚୀନ ଏବଂ କଂଗ୍ରେସ ମୋଦି ସରକାରକୁ ଗାଦିରୁ ହଟାଇବା ପାଇଁ ମିଳିତ ପ୍ରୟାସ କରୁଛନ୍ତି। ଗ୍ଲୋବାଲ ଟାଇମ୍ସ କଂଗ୍ରେସକୁ ସମର୍ଥନ କରୁଛି ବୋଲି ସମ୍ବିତ ପାତ୍ର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.