ମୁମ୍ବାଇ: ନାରୀ ସେ ଶକ୍ତି ସୂରୁପୀଣି ଓ ନାରାୟାଣୀ। ସେ ଅବଳା କି ଦୁର୍ବଳା ନୁହେଁ। ପୁରୁଷଙ୍କ ସମକକ୍ଷ ଆଜିର ନାରୀ ସମାଜ ସବୁ କିଛି କରିବାକୁ ସମର୍ଥ। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ବିଡ୍ ର ବିଜେପି ବିଧାୟିକା ନମିତାଙ୍କ ପାଖରେ।
ମହାରାଷ୍ଟ୍ରର ସାତ ମାସର ଗର୍ଭବତୀ ବିଧାୟିକା ନମିତା ମୁଣ୍ଡାଡା ବିଧାନସଭାର ବଜେଟ୍ ଅଧିବେଶନରେ ଅଂଶଗ୍ରହଣ କରି ମହିଳାମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେ ମହାରାଷ୍ଟ୍ରର ବିଡ୍ ବିଧାନସଭା ନିର୍ବାଚନରୁ ବିଜେପି ବିଧାୟିକା। ଗର୍ଭବତୀ ଥିବା ସତ୍ତ୍ବେ ନମିତା ତାଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନଦେଇ ଜନ ପ୍ରତିନିଧୀ ଭାବରେ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି ।
ନମିତାଙ୍କ କହିବା ଅନୁସାରେ,ଏହା ବଡ କଥା ନୁହେଁ। ମୁଁ ଏହି ପର୍ଯ୍ୟାୟରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସତର୍କତା ଅବଲମ୍ବନ କରନ୍ତି। ଏହାସହ ମୁଁ ଅନେକ ମହିଳାଙ୍କୁ ଗର୍ଭଧାରଣ ଶେଷ ପର୍ଯ୍ୟନ୍ତ କାମ କରୁଥିବା ଦେଖିଛି।"
ଏହାସହ ସେ ନିଜ ନିର୍ବାଚନମଣ୍ଡଳୀର କାମ କରିବା ପରେ ନିଜ ତଥା ଭବିଷ୍ୟତର ସନ୍ତାନର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତି ଏବଂ ଡାକ୍ତରଙ୍କ ପରାମର୍ଶରେ ଖାଦ୍ୟ, ବ୍ୟାୟାମ ଏବଂ ବିଶ୍ରାମ ନିଅନ୍ତି। ମୁଁ ବିଧାନସଭା ପରିସରରେ କିମ୍ବା ଲବିରେ ସମୟ ପାଇଲେ ବୁଲେ। ଦୈନିକ ବିଧାନସଭା ପ୍ରକ୍ରିୟା ଶେଷ ହେବା ପରେ ମୁଁ ଘରକୁ ଆସି ଆରାମ ନିଏ" ବୋଲି ବିଜେପିର ମହିଳା ବିଧାୟିକା କହିଛନ୍ତି।
ସେ କହିଛନ୍ତି, "ସେ ଭୋଟରଙ୍କୁ ଭେଟିବା ଏବଂ ସେମାନଙ୍କ ସମସ୍ୟା ତଥା ଅଭିଯୋଗ ଶୁଣିବା ପାଇଁ ଏକ ଘଣ୍ଟା ପୂର୍ବରୁ ବିଧାନସଭାରେ ପହଞ୍ଚିଥିଲେ। ସେ ସମ୍ପୃକ୍ତ ଅଧିକାରୀ ଏବଂ ମନ୍ତ୍ରୀଙ୍କ ସହ ଏକ ବୈଠକ ମଧ୍ୟ କରିଥିଲେ।" ସୂଚନା ଥାଉକି, ମହାରାଷ୍ଟ୍ରରେ ହେବାକୁ ଥିବା 2019 ବିଧାନସଭା ନିର୍ବାଚନ ସମୟରେ ନମିତା ମୁଣ୍ଡାଡାଙ୍କୁ ଏନସିପି ପକ୍ଷରୁ ଟିକେଟ୍ ଦିଆଯାଇଥିଲା କିନ୍ତୁ ଏକ ସମୟରେ ସେ ବିଜେପିରେ ଯୋଗ ଦେଇ ବିଡ୍ ନିର୍ବାଚନମଣ୍ଡଳୀରୁ ଜିତିଥିଲେ।