ETV Bharat / bharat

ବିଗିଡିଲା ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ସ୍ବାସ୍ଥ୍ୟବସ୍ଥା, ମେଦାନ୍ତରେ ଭର୍ତ୍ତି - ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀ

ପୂର୍ବରୁ କୋରୋନା ସଂକ୍ରମିତ ହୋଇଥିବା ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ବିଗିଡିବାରେ ଲାଗିଛି । ତାଙ୍କୁ ଏବେ ପିଜିଆଇ ଲକ୍ଷ୍ନୌରୁ ଦିଲ୍ଲୀ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ...

ବିଗିଡିଲା ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ସ୍ବାସ୍ଥ୍ୟବସ୍ଥା, ମେଦାନ୍ତରେ ଭର୍ତ୍ତି

author img

By

Published : Sep 10, 2020, 10:12 AM IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ବିଗିଡିବାରେ ଲାଗିଛି । ତାଙ୍କୁ ଏବେ ପିଜିଆଇ ଲକ୍ଷ୍ନୌରୁ ଦିଲ୍ଲୀ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବିଜେପି ସାଂସଦଙ୍କ ପତି ପିସି ଯୋଶୀ ମଧ୍ୟ ପୂର୍ବରୁ ମେଦାନ୍ତରେ ଆଡମିଟ ଅଛନ୍ତି । ଏହା ବ୍ୟତୀତ କୋଭିଡ -19 ହେତୁ ତାଙ୍କ ବୋହୂ ରିଚା ଏବଂ ନାତୁଣୀକୁ ମଧ୍ୟ ମେଦାଣ୍ଟକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁଯାୟୀ, କୋରୋନା ପଜିଟିଭ୍ ମିଳିବା ପରେ ରୀତା ଯୋଶୀଙ୍କୁ ଲକ୍ଷ୍ନୌର PGI ରେ ଭର୍ତ୍ତି କରାଯାଇଥିଲା । PGI ଲକ୍ଷ୍ନୌ ନିର୍ଦ୍ଦେଶକ ପ୍ରଫେସର ଆର.କେ ଧିମନଙ୍କ ଅନୁଯାୟୀ, ରୀତା ବହୁଗୁଣା ଯୋଶୀଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ରାତି ପ୍ରାୟ 6.30 ସମୟରେ ଏୟାର ଆମ୍ବୁଲାନ୍ସ ଯୋଗେ ମେଦାନ୍ତ ପଠାଯାଇଥିଲା। ନିଶ୍ୱାସ ନେବାରେ ଅସୁବିଧା ହେଉଛି ବୋଲି ସେ କହିଥିଲେ।

ୟୁପିରେ କୋରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗତ 24 ଘଣ୍ଟା ମଧ୍ୟରେ, ଏଠାରେ 6500 ରୁ ଅଧିକ ନୂତନ ମାମଲା ରିପୋର୍ଟ ହୋଇଥିବା ବେଳେ 65 ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ 2,85,000 ରୁ ଅଧିକ କୋରୋନା ମାମଲା ପଞ୍ଜିକୃତ ହୋଇଛି। 4100 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ରାଜ୍ୟରେ 64,028 ସକ୍ରିୟ ମାମଲା ଥିବାବେଳେ 2 ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.