ନୂଆଦିଲ୍ଲୀ: ରାଜ୍ୟସଭାରେ ବୁଧବାର 20 ରାଜ୍ୟରୁ ମୋଟ ନବନିର୍ବାଚିତ 61 ସଦସ୍ୟଙ୍କ ମଧ୍ୟରୁ 45 ଜଣ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ଏପରି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷିତ କରିଛି ।
ପରସ୍ପର ରାଜନୈତିକ ବିରୋଧି ରହିଥିବା ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କଂଗ୍ରେସ ସାଂସଦ ଦିଗବିଜୟ ସିଂହ ଆମ୍ନାସାମ୍ନି ହୋଇଯାଇଥିଲେ । ଏହି ସମୟରେ ଦୁଇ ନେତା ପରସ୍ପରକୁ ହାତଯୋଡି ଅଭିବାଦନ ମଧ୍ୟ ଜଣାଇଥିଲେ । କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ସେଠାରେ ଉପସ୍ଥିତ ଥିବାବେଳେ ସିନ୍ଧିଆ ତାଙ୍କୁ ମଧ୍ୟ ଅଭିବାଦନ ଜଣାଇଥିବାର ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ