ବେଙ୍ଗାଲୁରୁ: ଦେଶରେ ବଢିଚାଲିଛି ମହାମାରୀ କୋରୋନା ଆତଙ୍କ । ଅନେକ ହେଭିୱେଟ ନେତାମନ୍ତ୍ରୀ ଏବେ କୋରୋନା କବଳରେ । ଏପରିସ୍ଥିତିରେ ରାଜ୍ୟସଭା ସାଂସଦ ତଥା କର୍ଣ୍ଣାଟକ ବିଜେପି ନେତା ଅଶୋକ ଗସ୍ତିଙ୍କ କୋରୋନାରେ ଦେହାନ୍ତ ହୋଇଛି ।
ଗୁରୁବାର କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ସାଂସଦ ଅଶୋକ ଗସ୍ତିଙ୍କର ପରଲୋକ ହୋଇଛି । ସେପ୍ଟେମ୍ବର 2ରେ ଗସ୍ତି କୋରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ କ୍ୟାପିଟାଲ ସିଟିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ବିଜେପି ନେତା ଅଶୋକ ଗସ୍ତି କର୍ଣ୍ଣାଟକ ପଛୁଆ ବର୍ଗ ଆୟୋଗର ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଚଳିତ ବର୍ଷ ଜୁଲାଇ 22ରେ ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କରିଥିଲେ ଗସ୍ତି । ପୂର୍ବରୁ ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଗଠନର ଜଣେ ସ୍ବଂୟସେବକ ରହିଥିଲେ ।