ETV Bharat / bharat

'ତରୁଣ ଗୋଗୋଇଙ୍କ ମୌଳିକ ବିଚାର ଥିଲା ଏନଆରସି'

author img

By

Published : Dec 28, 2019, 2:18 AM IST

ଏନଆରସିକୁ ନେଇ ବିଜେପି ଆଇଟି ସେଲ ଅଧ୍ୟକ୍ଷ ଅମିତ ମାଲବୀୟ କଂଗ୍ରେସ ନେତା ତରୁଣ ଗୋଗୋଇଙ୍କ ପୁରୁଣା ଟ୍ବିଟ ଦେଖାଇ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି । ଅଧିକ ପଢନ୍ତୁ...

bjp-it-cell-chief-amit-malaviya-twit-attack-on-tarun-gogoi-for-caa-adn-nrc
ଫଟୋ ସୌଜନ୍ୟ: ଫାଇଲ ଫଟୋ

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଜୋରଦାର ଲଢେଇ ଚାଲିଛି । ପ୍ରତିଦିନ ପ୍ରେସ ବାର୍ତ୍ତା, ଭାଷଣ, ସାମାଜିକ ଗଣମାଧ୍ୟମ ସହିତ ଦଳୀୟ ନେତା ମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ବିଜେପି ଆଇଟି ସେଲ ଅଧ୍ୟକ୍ଷ ଅମିତ ମାଲବୀୟ କଂଗ୍ରେସ ନେତା ତରୁଣ ଗୋଗୋଇଙ୍କ ପୁରୁଣା ଟ୍ବିଟ ଦେଖାଇ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି ।

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଜୁଲାଇ 2018ରେ କରିଥିବା ଟ୍ବିଟର ସ୍କ୍ରୀନ ସଟ ସେୟାର କରିଛନ୍ତି ଅମିତ ମାଲବୀୟ । ସେ କହିଛନ୍ତି ତରୁଣ ଗୋଗୋଇ ଏବେ ମଧ୍ୟ କଂଗ୍ରେସରେ ଅଛନ୍ତି, ସୋନିଆ ଗାନ୍ଧୀଙ୍କ ନିକଟସ୍ଥ କଂଗ୍ରେସ ତାଙ୍କୁ ତ୍ୟାଗ କରିପାରିବ କି ?

bjp-it-cell-chief-amit-malaviya-twit-attack-on-tarun-gogoi-for-caa-adn-nrc
'ତରୁଣ ଗୋଗୋଇଙ୍କ ମୌଳିକ ବିଚାର ଥିଲା ଏନଆରସି'

ମାଲବୀୟ କରିଥିବା ଟ୍ବିଟର ସ୍କ୍ରୀନ ସଟରେ ତରୁଣ ଗୋଗୋଇ ଲେଖିଛନ୍ତି 'ଏନଆରସି ମୋର ମୌଳିକ ବିଚାର ଥିଲା । ରାଜ୍ୟର ଏଭଳି କିଛି ଦାବି ନଥିଲା । କଂଗ୍ରେସ ଶାସନ ସମୟରେ କିଛି ଅବୈଧ ଲୋକଙ୍କୁ ଭୋଟ ଦେବାର ଅଧିକାର ଦିଆଯାଇଛି । ଏଥିପାଇଁ ଏନଆରସି ବ୍ୟବସ୍ଥା କରାଯାଇଥିଲା' ।

ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନଆରସି) ବିରୋଧରେ ଲଗାତାର କେନ୍ଦ୍ର ସରକାରକୁ କାଠଗଡାରେ ଠିଆ କରିବା ପାଇଁ କଂଗ୍ରେସ ଲାଗିରହିଛି । କଂଗ୍ରେସ ବିଜେପିକୁ ଟାର୍ଗେଟ କରି ଏନଆରସି ଲାଗୁକରି ଦେଶକୁ ଧର୍ମ ଆଧାରରେ ବାଣ୍ଟିବାକୁ ଚାହୁଁଛି ବୋଲି କହିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.