ETV Bharat / bharat

ଭାରତ ବଞ୍ଚାଅ ରାଲିରେ ମୋଦି-ଶାହାଙ୍କୁ କଂଗ୍ରେସର ଟାର୍ଗେଟ - ରାମଲୀଳା ମୈଦାନରେ ଭାରତ ବଞ୍ଚାଅ ରାଲି

ଦିଲ୍ଲୀର ରାମଲୀଳା ମୈଦାନରେ ‘ଭାରତ ବଞ୍ଚାଅ ରାଲି’ ଜରିଆରେ ବିଜେପି ଏବଂ ମୋଦି ସରକାର ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା। ଜାଣନ୍ତୁ କିଏ କ'ଣ କହିଛି...

bharat-bachao-rally
ଫାଇଲ ଫଟୋ
author img

By

Published : Dec 14, 2019, 2:45 PM IST

ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମୈଦାନରେ ‘ଭାରତ ବଞ୍ଚାଅ ରାଲି’ ଜରିଆରେ ବିଜେପି ଏବଂ ମୋଦି ସରକାର ଉପରେ ବର୍ଷିଛନ୍ତି କଂଗ୍ରେସର ବରିଷ୍ଠ ନେତା । ରାଲିରେ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର, ଆର୍ଥିକ ମାନ୍ଦାବସ୍ଥା, ବେରୋଜଗାରୀ ସମସ୍ୟା ଏବଂ ଦରବୃଦ୍ଧି ସମେତ ଅନେକ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ।

ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମୋଦି ହେ ତୋ ମୁମକିନ ହେ' ପ୍ରଚାରକୁ ସମାଲୋଚନା କରି ପ୍ରିୟଙ୍କା କହିଛନ୍ତି ଯେ, ବିଜେପି ଅଛି ତ 100 ଟଙ୍କା କିଲୋ ପିଆଜ ମଧ୍ୟ ସମ୍ଭବ, 45 ବର୍ଷରେ ସର୍ବୋଚ୍ଚ ବେକାରୀ ସମସ୍ୟା ସମ୍ଭବ, 4 କୋଟି ଲୋକଙ୍କୁ ଛଟେଇ କରିବା ସମ୍ଭବ, 50 ହଜାର ଚାଷୀ ଆତ୍ମହତ୍ୟା କରିବା ସମ୍ଭବ। ବିଜେପି ଅଛି ତ ଦେଶର ସମ୍ବିଧାନ ବିରୋଧରେ ଆଇନ ପ୍ରଣୟନ କରିବା ମଧ୍ୟ ସମ୍ଭବ ବୋଲି ପ୍ରିୟଙ୍କା କହିଛନ୍ତି। ଗୋଟିଏ ପଟେ ଲୋକେ ଚାକିରୀ ହରାଉଛନ୍ତି। ଦେଶର ଅନେକ କମ୍ପାନୀ ବନ୍ଦ ହେଉଛି। ପ୍ରତ୍ୟେକ ସ୍ଥାନରେ 'ମୋଦି ହେ ତୋ ମୁମକିନ ହେ' ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି ।

ଏହା ସହିତ ଜନତାଙ୍କୁ ଭାରତର ଅର୍ଥ ବୁଝାଇ ପ୍ରିୟଙ୍କା କହିଛନ୍ତି ଯେ, ଭାରତ ପ୍ରେମ ଏବଂ ଅହିଂସାର ଦେଶ । ଏହି ଦେଶ ଗଣତନ୍ତ୍ରକୁ ଶକ୍ତି ପ୍ରଦାନ କରିଥାଏ। ଆମକୁ ଏହାକୁ ରକ୍ଷା କରିବାକୁ ହେବ। ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଲୋକଙ୍କୁ ଆହ୍ବାନ କରି ସେ କହିଛନ୍ତି ଯେ, ଅନୀତି ବିରୋଧରେ ଲଢିବା ପ୍ରତ୍ୟେକ ମଣିଷର ଅଧିକାର।ଅନ୍ୟାୟ ବିରୋଧରେ ଲଢିବା ବ୍ୟକ୍ତିଠୁ ବଡ ଦେଶଭକ୍ତ ଆଉ କେହି ନାହିଁ। ଯେଉଁମାନେ ସଚ୍ଚା ଦେଶପ୍ରେମୀ ଅନ୍ୟାୟ ବିରୋଧରେ ଲଢ଼ିବା ଆରମ୍ଭ କର। ଆଜି ଦେଶ ଅନ୍ୟାୟରେ ଚାଲୁଛି। ଆଜି ଯିଏ ଅନ୍ୟାୟ ବିରୋଧରେ ନଲଢ଼ିବ ସେ ଇତିହାସରେ ଭୀରୁ ପାଲଟିବ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ମୋଦି ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ପ୍ରାୟ 6 ବର୍ଷ ତଳେ ମୋଦି ସରକାର ଲୋକଙ୍କୁ ବଡ ବଡ ପ୍ରତିଶୃତି ଦେଇଥିଲେ । ହେଲେ ତାଙ୍କର ସମସ୍ତ ପ୍ରତିଶ୍ରୃତି ମିଥ୍ୟା ସାବ୍ୟସ୍ତ ହୋଇଛି।

ସେପଟେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍‌ ମଧ୍ୟ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି । ରାଲିରେ ସମ୍ବୋଧିତ କରି ଚିଦାମ୍ବରମ୍‌ କହିଛନ୍ତି, ଛଅ ମାସ ଭିତରେ ମୋଦି ସରକାର ଭାରତର ଅର୍ଥ ବ୍ୟବସ୍ଥାକୁ ନଷ୍ଟ କରିଦେଇଛନ୍ତି । ତଥାପି ଅର୍ଥମନ୍ତ୍ରୀ ନିଜ ଦୋଷ ସ୍ବୀକାର କରିବା ବଦଳରେ ଦେଶରେ ସବୁକିଛି ଠିକ ଥିବା କହୁଛନ୍ତି । ଏବେ ବି ଭାରତ ଦୁନିଆରେ ଶୀର୍ଷ ସ୍ଥାନରେ ରହିଛି ବୋଲି ଅର୍ଥମନ୍ତ୍ରୀ କହୁଛନ୍ତି । ମୋଦିଙ୍କ ଭଲ ଦିନ କେବେ ଆସିବ ବୋଲି ପ୍ରଶ୍ନ କରିଛନ୍ତି ଚିଦାମ୍ବରମ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.