ETV Bharat / bharat

ଭାରତୀୟଙ୍କ ପାଇଁ ଜରୁରୀ ବ୍ୟାଟେରୀ ଲାଇଫ୍ ଓ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି - ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି

ସାଧାରଣତଃ ଲୋକେ ଭାବନ୍ତି ସମସ୍ତେ କ୍ୟାମେରା କ୍ବାଲିଟି ଦେଖି ସ୍ମାର୍ଟଫୋନ୍ କିଣନ୍ତି । କିନ୍ତୁ ପ୍ରକୃତରେ ଅଧିକାଂଶ ଭାରତୀୟ ଚାର୍ଜିଂ ଏବଂ ବ୍ୟାଟେରୀ ଅନୁସାରେ ନୂଆ ଫୋନ୍ କିଣିଥାନ୍ତି । ଅଧିକ ପଢନ୍ତୁ...

ଭାରତୀୟଙ୍କ ପାଇଁ ଜରୁରୀ ବ୍ୟାଟେରୀ ଲାଇଫ୍ ଓ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି

author img

By

Published : Jul 9, 2020, 8:07 PM IST

ହାଇଦ୍ରାବାଦ: ସ୍ମାର୍ଟଫୋନ୍ ବର୍ତ୍ତମାନ ସମସ୍ତଙ୍କ ପାଇଁ ଏକ ଜରୁରୀ ସାମଗ୍ରୀ ପାଲଟିଛି । ଏହା ବିନା କୌଣସି ପ୍ରକାର କାମ କରିବା ଅସମ୍ଭବ ହୋଇପଡିଛି । ଏହାସହ ଲକଡାଉନରେ ଲୋକମାନେ ଷ୍ଟ୍ରିମିଂ ଓ ଗେମିଂ ପାଇଁ ମଧ୍ୟ ଏହା ଉପରେ ଅଧିକ ନିର୍ଭର ଥିଲେ ।

ତେବେ ଏହା ଏତେ ଜରୁରୀ ହୋଇପଡିଛି ଯେ ଏଥିରେ ସାମାନ୍ୟ ସମସ୍ୟା ଦେଖାଦେଲେ ବିଚଳିତ ହୋଇପଡନ୍ତି ଲୋକେ । ଏକ ସର୍ଭେ ଅନୁସାରେ ଭାରତୀୟମାନେ ମୋବାଇଲକୁ ବହୁତ ପ୍ରାଧାନ୍ୟ ଦିଅନ୍ତି । ସେମାନଙ୍କ ପାଇଁ ବ୍ୟାଟେରୀ ଲାଇଫ୍ ଏବଂ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ । ବ୍ୟାଟେରୀ ସବୁବେଳେ ଚାର୍ଜ ଭରି ରହିବା ସହ ଫୋନ୍ କିଣିବାବେଳେ ସେମାନେ ଫାଷ୍ଟ ଚାର୍ଜିଂ ଉପରେ ଅଧିକ ଗୁରୁତ୍ବ ଦିଅନ୍ତି । ସାଇବର ମିଡିଆ ରିସର୍ଚ୍ଚ ଦ୍ବାରା ଏକ ସର୍ଭେ ହୋଇଥିଲା ଯେଉଁଥିରୁ ଏହି ତଥ୍ୟ ମିଳିଥିଲା ।

ସାଧାରଣତଃ ଲୋକେ ଭାବନ୍ତି ସମସ୍ତେ କ୍ୟାମେରା କ୍ବାଲିଟି ଦେଖି ସ୍ମାର୍ଟଫୋନ୍ କିଣନ୍ତି । କିନ୍ତୁ ପ୍ରକୃତରେ ଅଧିକାଂଶ ଭାରତୀୟ ଚାର୍ଜିଂ ଏବଂ ବ୍ୟାଟେରୀ ଅନୁସାରେ ନୂଆ ଫୋନ୍ କିଣିଥାନ୍ତି । ସର୍ଭେରୁ ଜାଣିବାକୁ ମିଳିଥିଲା ଯେ ସ୍ମାର୍ଟଫୋନ୍ ମଧ୍ୟରେ ଚାଇନିଜ କମ୍ପାନୀ ଓପୋର ବ୍ୟାଟେରୀ ଲାଇଫ୍ 94 ପ୍ରତିଶତ ରହିଥାଏ । ସେହିପରି ସାମସଙ୍ଗ 92 ଏବଂ ରିଅଲମି 91 ପ୍ରତିଶତ ବ୍ୟାଟେରୀ ଲାଇଫ୍ ଦେଇଥାଏ । ଫାଷ୍ଟ ଚାର୍ଜିଂ ଭିତରେ ଓପୋ 95 ପ୍ରତିଶତ ଶିଘ୍ର ଚାର୍ଜ ହୋଇଥାଏ । ୱାନପ୍ଲସ 93 ଏବଂ ସାମସଙ୍ଗ 91 ପ୍ରତିଶତ ଚାର୍ଜ ହୋଇଥାଏ ।

ମୋବାଇଲ ୟୁଜର୍ସମାନେ ଅନେକ ସମୟରେ ବ୍ୟାଟେରୀ ବଞ୍ଚାଇବା ପାଇଁ ବିଭିନ୍ନ ଉପାୟ ଅନୁସରଣ କରିଥାନ୍ତି । ବ୍ୟାଟେରୀ ସେଭ ପାଇଁ 70 ପ୍ରତିଶତ ଲୋକ ସ୍କ୍ରିନ ବ୍ରାଇଟନେସ୍ କମାନ୍ତି । 66 ପ୍ରତିଶତ ୟୁଜର୍ସ ବ୍ୟାଟେରୀ ସେଭର ମୋଡ୍ ଅନ କରିଦିଅନ୍ତି । ସେହିପରି 63 ପ୍ରତିଶତ ବ୍ୟାଟେରୀ ସାରୁଥିବା ଆପ୍ ବନ୍ଦ କରନ୍ତି ଏବଂ 56 ପ୍ରତିଶତ ୱାଇଫାଇ ଅଫ୍ କରିଦିଅନ୍ତି । 50 ପ୍ରତିଶତ ଲୋକ ଲୋକେସନ ସର୍ଭିସ ଅଫ କରି ରଖନ୍ତି । ସର୍ଭେରୁ ଜଣାପଡିଛି ଯେ ପ୍ରତି 8 ଜଣ ଭାରତୀୟଙ୍କ ଭିତରେ 7 ଜଣ ଅତିକମରେ ଦିନକୁ ଥରେ ନିଜ ସ୍ମାର୍ଟଫୋନ୍ ଚାର୍ଜ କରନ୍ତି । ଗୋଟିଏ ଦିନର ଫୋନ୍ ଚାର୍ଜିଂ କରିବାର ହାରାହାରି ସମୟସୀମା 66 ମିନିଟ୍ ରହିଥାଏ ବୋଲି ରିପୋର୍ଟରୁ ପ୍ରକାଶ ପାଇଛି ।

ସର୍ଭେ ସମୟରେ ୟୁଜର୍ସଙ୍କୁ ସ୍ମାର୍ଟଫୋନ୍ ଫିଚର ପଚାରିବାରୁ 61 ପ୍ରତିଶତ କ୍ୟାମେରା ସହ ଉପଯୁକ୍ତ ବ୍ୟାଟେରୀ ଉପରେ ଗୁରୁତ୍ବ ଦେଇଥିଲେ । କାମଠାରୁ ସାଙ୍ଗସାଥୀଙ୍କ ସହ ଗପିବା ଯାଏଁ ସ୍ମାର୍ଟଫୋନର ବ୍ୟାଟେରୀ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜିନିଷ । ଏହା ଉପରେ ଅନେକ କମ୍ପାନୀ ମଧ୍ୟ ଏବେ ଗୁରୁତ୍ବ ଦେଉଛନ୍ତି । ମୋବାଇଲ କିଣିବା ସମୟରେ ଲୋକଙ୍କ ପ୍ରାଥମିକ ଟାର୍ଗେଟ କ୍ୟାମେରା ଏବଂ ସ୍ମାର୍ଟଫୋନ୍ ରହିଥିବା ଜଣାପଡିଛି । ବିଶେଷ କରି ଭାରତୀୟ ୟୁଜର୍ସ ବ୍ୟାଟେରୀକୁ ଫାଷ୍ଟ ଚାର୍ଜ ଦେଉଥିବା କମ୍ପାନୀ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.