ETV Bharat / bharat

ବାଲ ଗଙ୍ଗାଧରଙ୍କ 100ତମ ପୂଣ୍ୟତିଥି: ଲୋକମାନ୍ୟ ତିଲକଙ୍କ ‘ସ୍ବରାଜ’ ହିଁ ଏକମାତ୍ର ସ୍ବପ୍ନ - ବାଲ ଗଙ୍ଗାଧରଙ୍କ 100ତମ ଜନ୍ମବାର୍ଷିକୀ

1856 ମସିହା ଜୁଲାଇ 23ରେ ଜନ୍ମଗ୍ରହଣ କରିଥିଲେ ବାଲ ଗଙ୍ଗାଧର ତିଲକ୍ । ମହାରାଷ୍ଟ୍ରର ରତ୍ନାଗିରିରେ ପିତା ଗଙ୍ଗାଧର ତିଲକ୍ ଓ ପାର୍ବତୀବାଇଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ସେ । ବାଲ ଗଙ୍ଗାଧର ତିଲକ ଏକ ମଧ୍ୟବିତ୍ତ-ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।

ବାଲ ଗଙ୍ଗାଧର ତିଲକ୍
ବାଲ ଗଙ୍ଗାଧର ତିଲକ୍
author img

By

Published : Aug 1, 2020, 11:45 AM IST

ହାଇଦ୍ରାବାଦ: 1856 ମସିହା ଜୁଲାଇ 23ରେ ଜନ୍ମଗ୍ରହଣ କରିଥିଲେ ବାଲ ଗଙ୍ଗାଧର ତିଲକ୍ । ମହାରାଷ୍ଟ୍ରର ରତ୍ନାଗିରିରେ ପିତା ଗଙ୍ଗାଧର ତିଲକ୍ ଓ ପାର୍ବତୀବାଇଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ସେ । ବାଲ ଗଙ୍ଗାଧର ତିଲକ ଏକ ମଧ୍ୟବିତ୍ତ-ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । 1876 ମସିହାରେ, ସେ ଗଣିତ ଓ ସଂସ୍କୃତରେ ପୁନେରେ ଥିବା ଡେକାନ୍ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । 1879 ମସିହାରେ ସେ ବମ୍ବେ ବିଶ୍ବବିଦ୍ୟାଳୟରୁ ଆଇନ ସମାପ୍ତ କରିଥିଲେ। ଏହାସହା ସେ ପୁନେର ଏକ ଘରୋଇ ବିଦ୍ୟାଳୟରେ ଗଣିତ ଶିକ୍ଷା କରିବାକୁ ସ୍ଥିର କଲେ ଯେଉଁଠାରୁ ତାଙ୍କର ରାଜନୈତିକ ଭବିଷ୍ୟତ ଆରମ୍ଭ ହୋଇଥିଲା ।

ଲୋକଙ୍କୁ ବିଶେଷ ଭାବରେ ଇଂରାଜୀ ଭାଷାରେ ଶିକ୍ଷା ଦେବା ପାଇଁ ସେ 1884 ମସିହାରେ ଡେକାନ୍ ଏଜୁକେସନ୍ ସୋସାଇଟି ପ୍ରତିଷ୍ଠା କରିଥିଲେ । କାରଣ ସେହି ସମୟରେ ସେ ଓ ତାଙ୍କ ସହଯୋଗୀମାନେ ବିଶ୍ବାସ କରୁଥିଲେ ଯେ ଉଦାରବାଦୀ ତଥା ଗଣତାନ୍ତ୍ରିକ ଆଦର୍ଶ ପାଇଁ ଇଂରାଜୀ ଏକ ଶକ୍ତିଶାଳୀ ମାଧ୍ୟମ ଅଟେ। ସେ ମରାଠୀ ଭାଷାରେ ‘କେସରୀ’ ଓ ଇଂରାଜୀରେ ‘ମହରଟା’ ଭଳି ଖବରକାଗଜ ମାଧ୍ୟମରେ ଲୋକଙ୍କୁ ଜାଗ୍ରତ କରିବା ଆରମ୍ଭ କରିଥିଲେ। ଏହି କାଗଜପତ୍ରରୁ ସେ ପ୍ରସିଦ୍ଧ ହେଲେ । ବ୍ରିଟିଶ ପଦ୍ଧତିକୁ ସମାଲୋଚନା କଲେ । ଏପ୍ରିଲ 1916 ରେ ବାଲ ଗଙ୍ଗାଧର ତିଲକ ‘ସ୍ବରାଜ ମୋର ଜନ୍ମଗତ ଅଧିକାର ଓ ଏହାକୁ ମୁଁ ହାସଲ କରିବି’ ବୋଲି ସ୍ଲୋଗାନ ଦେଇ ଇଣ୍ଡିଆନ୍ ହୋମ୍ ଲିଗ୍ ଆରମ୍ଭ କରିଥିଲେ ।

ରାଜନୈତିକ ଜୀବନ-

1890ରେ ସେ କଂଗ୍ରେସରେ ଯୋଗ ଦେଲେ । ସେ ବ୍ରିଟିଶ ଶାସନ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ରଖିଥିଲେ। ସେ ସ୍ବରାଜ ଭାରତର ପ୍ରଥମ ଓକିଲମାନଙ୍କ ମଧ୍ୟରୁ ଜଣେ ଥିଲେ । ସେ କଂଗ୍ରେସର ଉଗ୍ରବାଦୀ ଦଳର ଏକ ଅଂଶ ଥିଲେ । ସ୍ବଦେଶୀ ଆନ୍ଦୋଳନର ସମର୍ଥକ ଥିଲେ। ସେ 2 ଟି କାଗଜପତ୍ର ପ୍ରକାଶ କରିଥିଲେ- ମରାଠୀରେ କେଶରୀ ଓ ଇଂରାଜୀରେ ମହରାଠ । ଏହି କାଗଜପତ୍ରରେ ସରକାରଙ୍କୁ ନିର୍ଭୟରେ ସମାଲୋଚନା କରିଥିଲେ ।

ହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗରେ ସେ 18 ମାସ ଜେଲରେ ଥିଲେ ସେ । ଅତ୍ୟାଚାରୀଙ୍କୁ ହତ୍ୟା କରିବା ଭୁଲ ନୁହେଁ ବୋଲି ସେ କହିଥିଲେ । ଏହାକୁ ଆଧାର କରି ଦୁଇ ଭାରତୀୟ ବ୍ରିଟିଶ ଅଧିକାରୀଙ୍କ ହତ୍ୟା କରିଥିଲେ । ବିପିନ ଚନ୍ଦ୍ର ପାଲ ଓ ଲାଲା ଲଜପତ ରାୟଙ୍କ ସହ ତାଙ୍କୁ ଉଗ୍ରବାଦୀ ନେତା ଭାବରେ ‘ଲାଲ-ବାଲ-ପାଲ’ କୁହାଯାଉଥିଲା।

ତାଙ୍କୁ ଅନେକ ଥର ଦେଶଦ୍ରୋହ ବୋଲି ବିଚାର କରାଯାଇଥିଲା । 1908 ରୁ 1914 ସେ ମାଣ୍ଡେଲା ଜେଲରେ ସେ ପ୍ରଫୁଲ୍ଲା ଚାକି ଓ ଖୁଦିରାମ ବୋଷଙ୍କୁ ବିଷୟରେ ପ୍ରବନ୍ଧ ଲେଖିଥିଲେ । ସେ ବିପ୍ଳବୀ ଥିଲେ ଓ 2 ଜଣ ଇଂରାଜୀ ମହିଳାଙ୍କୁ ହତ୍ୟା କରିବା ପାଇଁ ଗାଡିରେ ବୋମା ଫିଙ୍ଗିଥିଲେ। ମାଜିଷ୍ଟ୍ରେଟ୍ ଡଗଲାସ୍ କିଙ୍ଗସଫୋର୍ଡ ଗାଡିରେ ଥିବା ଅନୁମାନ କରି ସେ ବୋମା ଫିଙ୍ଗିଥିଲେ ।

ତେବେ 1916ରେ ତିଲକ୍ ପୁଣି କଂଗ୍ରେସରେ ଯୋଗ ଦେଇଥିଲେ । ସେ ଆନି ବେସାନ୍ତ ଓ ଜିଏସ୍ ଖାପାର୍ଡଙ୍କ ସହ ଅଲ୍ ଇଣ୍ଡିଆ ହୋମ୍ ରୁଲ୍ ଲିଗର ଅନ୍ୟତମ ପ୍ରତିଷ୍ଠାତା ଥିଲେ। ରାଜନୈତିକ ଆଦର୍ଶ ପାଇଁ ତିଲକ ପ୍ରାଚୀନ ହିନ୍ଦୁ ଶାସ୍ତ୍ର ଗୁଡିକରୁ ଅଧିକ ଆକର୍ଷିତ ହୋଇଥିଲେ। ଲୋକଙ୍କୁ ସେମାନଙ୍କର ଐତିହ୍ୟ ପାଇଁ ଗର୍ବିତ ହେବାକୁ ସେ ଆହ୍ବାନ କରିଥିଲେ। ସେ ସମାଜର ଖୋଲା ପାଶ୍ଚାତ୍ୟକରଣ ବିରୁଦ୍ଧରେ ଥିଲେ। ସେ ଘରେ ଘରେ ହେଉଥିବା ଗଣେଶ ପୂଜାକୁ ସର୍ବସାଧାରଣ ଉତ୍ସବରେ ପରିଣତ କରିଥିଲେ । 1894 ମସିହାରୁ ତିଲକ ମହାରାଷ୍ଟ୍ରରେ ମହୋତ୍ସବ ଆରମ୍ଭ କରିଥିଲେ ।

ସାମାଜିକ ଚିନ୍ତାଧାରା-

ଜଣେ ଜାତୀୟତାବାଦୀ ନେତା ହୋଇଥିଲେ ମଧ୍ୟ ବାଲ ଗଙ୍ଗାଧର ତିଲକଙ୍କ ସାମାଜିକ ଦୃଷ୍ଟିକୋଣ ରକ୍ଷଣଶୀଳ ଥିଲା। ସେ ହିନ୍ଦୁ ମହିଳାଙ୍କୁ ଆଧୁନିକ ଶିକ୍ଷା ପାଇବାକୁ ବିରୋଧ କରୁଥିଲେ। ସେ ମହିଳାଙ୍କ ଅଧିକାର ପାଇଁ ଜାରି କରାଯାଇଥିବା ବିଲକୁ ବିରୋଧ କରୁଥିଲେ । ମହିଳାଙ୍କ ବିବାହ ବୟସକୁ ପାରିତ ହୋଇଥିବା ଆଇନର ବିରୋଧି ଥିଲେ । ସାମାଜିକ କାର୍ଯ୍ୟରେ ସରକାରଙ୍କ ହସ୍ତକ୍ଷେପକୁ ସେ ପସନ୍ଦ କରୁନଥିଲେ ।

ଲୋକମାନ୍ୟ ତିଲକଙ୍କ ସତ୍ୟତା-

1893 ମସିହାରେ ଯେତେବେଳେ ବମ୍ବେ ଓ ପୁନେରେ ହିନ୍ଦୁ-ମୁସଲମାନ ଦଙ୍ଗା ଆରମ୍ଭ ହୋଇଥିଲା । ସେତେବେଳେ ତିଲକ ହିନ୍ଦୁ-ମୁସଲମାନ ସମ୍ପର୍କ ପ୍ରତି ବ୍ରିଟିଶ ସରକାରଙ୍କ ଦ୍ବିପାକ୍ଷିକ ମନୋଭାବକୁ ସମାଲୋଚନା କରିଥିଲେ। ସେ ବ୍ରିଟିଶଙ୍କ ‘ବିଭାଜନ ଓ ଶାସନ’ ନୀତି ବିରୋଧରେ ଥିଲେ । ସ୍ବଦେଶୀ ଆପଣେଇବା, ଜାତୀୟ ଶିକ୍ଷା ଓ ସ୍ବୟଂ ସରକାର ଶାସନକୁ ସେ ବିରୋଧ କରୁଥିଲେ ।

ବାଲ ଗଙ୍ଗାଧର ତିଲକ ଦ୍ବାରା 1893 ମସିହାରେ ଗଣେଶ ପୂଜା ଓ 1895 ମସିହାରେ ଶିବାଜୀ ମହୋତ୍ସବ ଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ପର୍ବ ମଧ୍ୟ ଆୟୋଜିତ କରିଥିଲେ। ଗଣେଶ ଅଗ୍ରପୂଜ୍ୟ କାରଣରୁ ଓ ଶିବାଜୀ ପ୍ରଥମ ହିନ୍ଦୁ ଶାସକ ଥିଲେ । ଶିବାଜୀ 17 ତମ ଶତାବ୍ଦୀରେ ମରାଠା ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ଜନତାଙ୍କୁ ଶିକ୍ଷା ଦେବା ଓ ବ୍ରିଟିଶମାନଙ୍କ ବିରୁଦ୍ଧରେ ରାଲି କରୁଥିଲେ । ଉତ୍ତେଜିତ ଭାଷଣ ଓ ଦେଶଦ୍ରୋହ ପାଇଁ ତିଲକଙ୍କୁ ବମ୍ବେ ହାଇକୋର୍ଟ 3 ଥର ବିଚାରଧିନ ରଖିଥିଲେ । ମହମ୍ମଦ ଅଲି ଜିନ୍ନା ତାଙ୍କ ପ୍ରତିପକ୍ଷ ଓକିଲ ଥିଲେ ।

ସେ ପୁନେର ଫର୍ଗୁସନ୍ କଲେଜର ପ୍ରତିଷ୍ଠାତାଙ୍କ ମଧ୍ୟରୁ ଜଣେ ଥିଲେ ଓ ସେଠାରେ ଗଣିତ ମଧ୍ୟ ଶିକ୍ଷା ଦେଇଥିଲେ। ଲୋକଙ୍କୁ ଶିକ୍ଷିତ ତଥା ସୂଚନା ଦେବା ଉଦ୍ଦେଶ୍ୟରେ ସେ ଖବରକାଗଜ ଆରମ୍ଭ କରିଥିଲେ। କେସରୀ ମୁଖ୍ୟତଃ ଜନତାଙ୍କୁ ସମ୍ବୋଧିତ କରିଥିଲେ ଓ ସେମାନଙ୍କର ଅଜ୍ଞତାକୁ ଦୂର କରିବାକୁ ଚେଷ୍ଟା କରିଥିଲେ ।

ପ୍ରେସ ସ୍ବାଧିନତା-

ଅମଲାତନ୍ତ୍ରକୁ ସମାଲୋଚନା କରିବାକୁ ଗଣମାଧ୍ୟମର ଅଧିକାର ଅଛି ବୋଲି ତିଲକ ମତ ରଖିଥିଲେ। ବାସ୍ତବରେ ଲୋକଙ୍କ ଅଭିଯୋଗ ସରକାରଙ୍କ ନିକଟରେ ରଖିବା ଖବରକାଗଜର କର୍ତ୍ତବ୍ୟ। ତିଲକଙ୍କ ଆକ୍ରମଣ ଦିନକୁ ଦିନ ଭୟଙ୍କର ହେବାପରେ ଅମଲାତନ୍ତ୍ର ତାଙ୍କୁ ନିର୍ଯ୍ୟାତନା ଦେବା ସହ ଦୋଷୀ ସାବ୍ୟସ୍ତ କରିବାକୁ ଲାଗିଲା। ତେବେ ତିଲକଙ୍କ ଏଥିରେ ଅନୁତାପ ନଥିଲା ଓ ସେ ତାଙ୍କର ଆକ୍ରମଣ ଜାରି ରଖିଥିଲେ ।

ସେ କହିଥିଲେ, ଆମେ ସରକାରଙ୍କ ସପକ୍ଷରେ ନାରାବାଜି କରିବାକୁ ଖବରକାଗଜ ଆରମ୍ଭ କରିନୁ । ଆମ ପ୍ରତି ଅସନ୍ତୋଷରେ ଆମେ ଦୁଃଖିତ ହେବୁ ନାହିଁ କାରଣ ସମାଲୋଚନା ଆମ ନୀତି । ଯଦି ସରକାରଙ୍କ ନୀତିକୁ ବିରୋଧ କରିବା ଉଚିତ୍ ନୁହେଁ, ଆଉ ଯଦି ସରକାରଙ୍କ ନୀତି ଲୋକଙ୍କୁ କଷ୍ଟ ଦେବ ତେବେ ସରକାର ସମସ୍ତଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କିପରି କଲେ । ପ୍ରକୃତରେ, ଅମଲାତନ୍ତ୍ର ଉପରେ ହୋଇଥିବା ଏହି ଆକ୍ରମଣ ଦ୍ବାରା ତିଲକ୍ 1908 ମସିହାରେ ଅଭିଯୋଜନା ଗଢିଥିଲେ । ସାମ୍ବାଦିକ ସ୍ବାଧୀନତା ଅଧିକାର ପାଇଁ ତିଲକ୍ ଏହାକୁ ବ୍ୟବହାର କରିଥିଲେ ।

ସ୍ବରାଜଙ୍କ ପାଇଁ ତିଲକଙ୍କ ଧାରଣା- ଲୋକାଲ୍ ଫର୍ ଭୋକାଲ୍

  • ବାଲ ଗଙ୍ଗାଧର ତିଲକଙ୍କ ରାଜନୈତିକ ଲକ୍ଷ୍ୟ ଥିଲା ଭାରତର ଲୋକଙ୍କ ପାଇଁ ସ୍ବରାଜ । ବିଂଶ ଶତାବ୍ଦୀର ପ୍ରାରମ୍ଭର ତିଲକ ସବୁଠାରୁ ମହତ୍ବପୂର୍ଣ୍ଣ ତଥା ପ୍ରାଧାନ୍ୟବାଦୀ ରାଜନୈତିକ ବ୍ୟକ୍ତିତ୍ବ ଯିଏ ଦେଶର ଲୋକଙ୍କୁ ସ୍ବରାଜ ଅଧିକାରର ଚେତନା ଦେଇଥିଲେ ।
  • 1916 ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ନୌ ଅଧିବେଶନରେ ତିଲକ ଘୋଷଣା କରିଥିଲେ, ‘ସ୍ବରାଜ ହେଉଛି ଭାରତୀୟଙ୍କର ଜନ୍ମଗତ ଅଧିକାର ’। ସ୍ବରାଜ ଅର୍ଥାତ ଭାରତର ଲୋକଙ୍କ ପାଇଁ ନିଜ ସରକାର ଗଠନ ତାଙ୍କର ଉଦ୍ଦେଶ୍ୟ ଥିଲା ।
  • ସ୍ବରାଜ ଅନୁପସ୍ଥିତିରେ ଆମ ଜୀବନ ଓ ଆମ ଧର୍ମ ବୃଥା ବୋଲି ତିଲକ ଦୃଢୋକ୍ତି ପ୍ରକାଶ କରିଥିଲେ । ସ୍ବରାଜ ବିନା ଜୀବନ ମୂଲ୍ୟବାନ ନଥିଲା । ଭାରତରେ ଯୋଗ୍ୟତା ପାଇଁ ସରକାରୀ ଚାକିରି ପାଇବାକୁ ତିଲକ ଅତ୍ୟନ୍ତ ଆଗ୍ରହୀ ନଥିଲେ । ବଡ ଚାକିରୀ କରି ଅଧିକ ବେତନ ପାଇଁ ତାଙ୍କ ପାଇଁ ସ୍ବରାଜ ନଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.