ETV Bharat / bharat

'ହନୁମାନଙ୍କ ଗଦାରେ ଭଷ୍ମ ହୋଇଯିବ ନେପାଳ'- ବାବ୍ରୀ ମସଜିଦ ପକ୍ଷକାର

author img

By

Published : Jul 15, 2020, 11:23 AM IST

ଅଯୋଧ୍ୟା ଉପରେ ବିବାଦୀୟ ଟିପ୍ପଣୀ ଦେଇ ଆଲୋଚନାର ଶିକାର ହେଲେ ନେପାଳ ପିଏମ । ତାଙ୍କୁ କଡା କଟାକ୍ଷ କରିଛନ୍ତି ବାବ୍ରୀ ମସଜିଦର ମୁସଲିମ ପକ୍ଷକାର ଇକବାଲ ଅନସାରୀ । ଅଧିକ ପଢନ୍ତୁ...

'ହନୁମାନଙ୍କ ଗଦାରେ ଭଷ୍ମ ହୋଇଯିବ ନେପାଳ'
'ହନୁମାନଙ୍କ ଗଦାରେ ଭଷ୍ମ ହୋଇଯିବ ନେପାଳ'

ନୂଆଦିଲ୍ଲୀ: ନିକଟରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ବିବାଦୀୟ ମନ୍ତବ୍ୟ ପରେ ଉତ୍ତେଜନା ଦେଖାଦେଇଛି। କେ.ପି ଶର୍ମା ପ୍ରଭୁ ରାମଙ୍କ ଜନ୍ମସ୍ଥାନ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି । ନିକଟରେ ବାବ୍ରୀ ମସଜିଦ ମାମଲାରେ ମୁସଲିମ ପକ୍ଷକାର ଇକବାଲ ଅନସାରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଇକବାଲ ଅନସାରୀ ନେପାଳର ବିନାଶ ବିଷୟରେ କହିଛନ୍ତି।

ନେପାଳ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପରେ ଇକବାଲ ଅନସାରୀ କହିଛନ୍ତି ଯେ, 'ନେପାଳ ପ୍ରଧାନମନ୍ତ୍ରୀଙ୍କର ଧର୍ମ ବିଷୟରେ କୌଣସି ଜ୍ଞାନ ନାହିଁ। ଅଯୋଧ୍ୟା ହେଉଛି ଧର୍ମର ନଗରୀ। ଏଠାରେ ସବୁ ଧର୍ମର ଭଗବାନ ବାସ କରନ୍ତି। ଅଯୋଧ୍ୟାରୁ 5 କିମି ଦୂରତା ମଧ୍ୟରେ ମନ୍ଦିର, ମସଜିଦ, ଚର୍ଚ୍ଚ ଓ ଗୁରୁଦ୍ୱାର ଆଦି ରହିଛି'।

ବାବ୍ରୀ ମସଜିଦ ମାମଲାରେ ମୁସଲିମ ପକ୍ଷକାର ଇକବାଲ ତାଙ୍କ ଭିଡିଓରେ କହିଛନ୍ତି ଯେ, 'ଯଦି ନେପାଳ ପ୍ରଧାନମନ୍ତ୍ରୀ ଓଲି କେବେ ଅଯୋଧ୍ୟାକୁ ଆସିନାହାଁନ୍ତି, ତେବେ ଏହାକୁ ନ ଦେଖି ଏପରି ମନ୍ତବ୍ୟ ଦେବା ଅତ୍ୟନ୍ତ ଭୁଲ ଅଟେ। ସେ କହିଛନ୍ତି ଯେ କେ.ପି ଶର୍ମା ପ୍ରଥମେ ଅଯୋଧ୍ୟା ବିଷୟରେ ଜାଣିବା ଉଚିତ। ଭଗବାନ ଶ୍ରୀରାମଙ୍କ ବିଷୟରେ ଜାଣନ୍ତୁ ଏବଂ ତା’ପରେ ମନ୍ତବ୍ୟ ଦିଅନ୍ତୁ'।

ସେ ଆହୁରି କହିଛନ୍ତି ଯେ, ‘ଅଯୋଧ୍ୟା ବିଷୟରେ କିଛି ବିବାଦ ମନ୍ତବ୍ୟ ଦେବାର ପରିଣାମ ଅତି ଭୟଙ୍କର ହୋଇପାରେ। ଅଯୋଧ୍ୟାରେ ପ୍ରଭୁ ରାମଙ୍କ ସହ ହନୁମାନ ବିରାଜିତ । ଯଦି ହନୁମାନ କ୍ରୋଧିତ ହୁଅନ୍ତି, ତେବେ ପତ୍ତା ମିଳିବନି ଯେ, କେଉଁଆଡେ ଗଲା ନେପାଳ । ତାଙ୍କ ଗଦାରେ ହିଁ ଭଷ୍ମ ହୋଇଯିବ ନେପାଳ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.