ETV Bharat / bharat

କାଶ୍ମୀର ସେଓରେ ‘ବୁରହାନ ୱାନି’; ‘ମେରି ଜାନ ଇମ୍ରାନ ଖାନ’ - କାଶ୍ମୀର ସେଓରେ ପାକିସ୍ତାନ ଭାଷା ଲେଖା

କାଶ୍ମୀର ସେଓ ପେଟି ଓ ସେଓ ଉପରେ କଳା କାଳୀରେ ‘ହମେ ଚାହିୟୈ ଆଜାଦି’, ‘ମୁଝେ ବୁରହାନ ୱାନି ପସନ୍ଦ ହୈ’ ‘ଜାକିର ମୂସା ବାପସ ଆଓ’ ଭଳି ଆତଙ୍କୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଭଳି ବାର୍ତ୍ତା ଲେଖାଅଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Oct 16, 2019, 8:24 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀର କାଠୁଆ ଜିଲ୍ଲାରେ ଫଳ ବିକ୍ରେତାଙ୍କ ଦ୍ବାରା କିଣା ଯାଇଥିବା କାଶ୍ମୀର ସେଓ ପେଟି ଓ ସେଓ ଉପରେ କଳା କାଳୀରେ ‘ହମେ ଚାହିୟୈ ଆଜାଦି’, ‘ମୁଝେ ବୁରହାନ ୱାନି ପସନ୍ଦ ହୈ’ ‘ଜାକିର ମୂସା ବାପସ ଆଓ’ ଭଳି ଆତଙ୍କୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଭଳି ବାର୍ତ୍ତା ଲେଖାଅଛି । ଏହାପରେ ଏହି ମାମଲାକୁ ନେଇ ପୋଲିସ ଖୋଳତାଡ କରୁଛି ।

ସେଓରେ ଏଭଳି ଅତ୍ୟନ୍ତ ସ୍ପର୍ଶକାତର ବାର୍ତ୍ତା ଲେଖା ନେଇ ଫଳ ବିକ୍ରେତା ବୁଧବାର ସରକାରଙ୍କୁ ଧମକ ଦେଇଛନ୍ତି । ଖୁବଶୀଘ୍ର ସରକାର ଯଦି କୌଣସି ପ୍ରକାର ପଦକ୍ଷେପ ନେବାରେ ଅସଫଳ ରହିବେ, ତେବେ କାଶ୍ମୀର ସେଓ କିଣିବା ବହିଷ୍କାର କରାଯିବ । ଏହି ଆତଙ୍କୀ ଖେଳାଇବା ବାର୍ତ୍ତା ଲେଖାଥିବା ସେଓ କିଣିବା ପାଇଁ ଗ୍ରାହକ ଅନିଚ୍ଛା ପ୍ରକାଶ କରୁଛନ୍ତି । ସେଓରେ କଳା ସ୍ୟାହିରେ ଏହି ଆତଙ୍କୀଙ୍କ ଭାଷା ଲେଖାକୁ ନେଇ ସେଓ ବିକ୍ରିରେ କ୍ଷତି ସହୁଛନ୍ତି ବେପାରୀ ।

କାଠୁଆ ଥୋକ ବଜାର ଅଧ୍ୟକ୍ଷ ରୋହିତ ଗୁପ୍ତାଙ୍କ ନେତୃତ୍ବରେ ଫଳ ବିକ୍ରେତା ମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପାକିସ୍ତାନ ଓ ଆତଙ୍କବାଦୀଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି । ଏହି ସମସ୍ତ ସେଓ ପେଟି ପାକିସ୍ତାନରୁ ଆସିଛି ଓ ଏଥିରେ ଇଂରାଜୀ ତଥା ଉର୍ଦ୍ଦୁରେ ଏହି ସମସ୍ତ ସନ୍ଦେଶ ଲେଖାଅଛି । ସରକାର ଓ ପୋଲିସ ଏହି ଘଟଣା ପଛରେ ହାତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।

ଏହି ଘଟଣା ପରେ ପୋଲିସ ଏହି ମାମଲାର ଖୋଳତାଡ ଆରମ୍ଭ କରିଛି । ସମସ୍ତ ଫଳ ବିକ୍ରେତାଙ୍କୁ ଭେଟିବା ସହ ପଚରାଉଚରା କରିଛି ପୋଲିସ । ପୋଲିସ ଉପାଧ୍ୟକ୍ଷ ମାଜିଦ କହିଛନ୍ତି ଯେ, ‘ସେଓ ଉପରେ ଭାରତ ବାପସ ଜାଓ-ଭାରତ ବାପସ ଜାଓ’, ‘ମେରି ଜାନ୍‌ ଇମ୍ରାନ ଖାନ’ ଓ ‘ପାକିସ୍ତାନ-ପାକିସ୍ତାନ’ ଭଳି ବାର୍ତ୍ତା ମଧ୍ୟ ଲେଖାଯାଇଛି । ଯାଞ୍ଚ ପ୍ରକ୍ରିୟା ଜୋରଦାର ଚାଲିଥିବା ସୂଚନା ଦେଇଛନ୍ତି ପୋଲିସ ଉପାଧ୍ୟକ୍ଷ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.