ETV Bharat / bharat

ଆସାମ-ମିଜୋରାମ ସୀମା ବିବାଦ; ଆଜି ଉଭୟ ରାଜ୍ୟ ସହ କେନ୍ଦ୍ରର ଆଲୋଚନା - ଆସାମର କାଚର ଜିଲ୍ଲା

ଆସାମ-ମିଜୋରାମ ସୀମା ବିବାଦ ଉଗ୍ରରୂପ ଧାରଣ କରିଛି । ବିବାଦୀୟ ଅଞ୍ଚଳରେ ଉଭୟ ରାଜ୍ୟର ଲୋକ ମୁହାଁମୁହିଁ ହୋଇଛନ୍ତି । ସେପଟେ ଏହାର ସମାଧାନ ପାଇଁ ଉଭୟ ରାଜ୍ୟ ସହ ଆଜି କେନ୍ଦ୍ର ଆଲୋଚନା କରିବ ବୋଲି ଜଣାପଡିଛି ।

ଆସାମ-ମିଜୋରାମ ସୀମା ବିବାଦ
ଆସାମ-ମିଜୋରାମ ସୀମା ବିବାଦ
author img

By

Published : Oct 19, 2020, 9:00 AM IST

ଗୌହାଟି: ଆସାମ-ମିଜୋରାମ ସୀମା ବିବାଦ । ଆସାମର କାଚର ଜିଲ୍ଲାରେ ଦୁଇ ରାଜ୍ୟର ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହିଁ । 5 ଜଣ ଆହତ । ମିଜୋରାମ, କାଚର ଜିଲ୍ଲାର ଲିଲାବରୀ ଅଞ୍ଚଳ ଓ ମିଜୋରାମର କୋଲାସିବ ଜିଲ୍ଲାର ଭାରିଙ୍ଗେଟ୍‌ର କିଛି ଜମିକୁ ଅକ୍ତିଆର କରିବାରୁ ଏପରି ସ୍ଥିତି ଦେଖାଯାଇଥିବା ସୂଚନା ।

ତେବେ ଏହି ସଂଘର୍ଷ ପରେ ରବିବାର ମିଜୋରାମ ଜରୁରୀକାଳିନ କ୍ୟାବିନେଟ ବୈଠକ ଡକାଇଥିଲେ । ଏହାସହ ଏହି ପ୍ରସଙ୍ଗରେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଟ୍ବିଟ୍‌ କରି ସୂଚନା ଦେଇଥିଲେ ।

ଆସାମ-ମିଜୋରାମ ସୀମା ବିବାଦ

ଦୁଇ ରାଜ୍ୟ ମଧ୍ୟରେ ସପ୍ତାହେ ପୂର୍ବରୁ କରିମଗଞ୍ଜ ଓ ମମିତ ଜିଲ୍ଲାରେ ସୀମା ବିବାଦକୁ ନେଇ ତିକ୍ତତା ଦେଖାଦେଇଥିବାବେଳେ ଏବେ ଏହି ଘଟଣା ଉୟର ରାଜ୍ୟର ଉଷ୍ଣତା ବଢାଇଦେଇଛି । ତେବେ ଏହି ଅଞ୍ଚଳରେ 144 ଧାରା ଲଗାଯାଇଛି ।

ସୂଚନା ଅନୁସାରେ, ମିଜୋରାମ ପକ୍ଷରୁ କିଛି ଲୋକ ଆସାମର ବିବାଦୀୟ ଲୈଲାପୁର ଅଞ୍ଚଳର କିଛି କୁଡିଆରେ ନିଆଁ ଲଗାଇ ଦେଇଥିଲେ । ପରେ ସ୍ଥିତି ଅଣାୟତ୍ତ ହୋଇଥିଲା । ସେପଟେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆସାମ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସମେତ କିଛି ବରିଷ୍ଠ ଅଧିକାରୀ ଘଟଣାସ୍ଥଳ ଗସ୍ତ କରିଛନ୍ତି । ରବିବାର ଗସ୍ତ ସମୟରେ ଏପରି ଘଟଣା ଅନ୍ୟପକ୍ଷର ବଦମାସୀ ପାଇଁ ହୋଇଥିବା ମନ୍ତ୍ରୀ କହିଛନ୍ତି ।

ଏହାସହ ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ ସରକାର ସୁରକ୍ଷାବାହିନୀ ନିୟୋଜିତ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ସେହିପରି ଆସାମ କଂଗ୍ରେସର ଏକ ଟିମ୍‌ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଅନ୍ୟପଟେ ରବିବାର ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସମ୍ପର୍କ କରିବା ସହିତ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି । ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ କଥା ହୋଇଛନ୍ତି । ତେବେ ଉଭୟ ମୁଖ୍ୟମନ୍ତ୍ରୀ ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବେ ବୋଲି ରାଜି ହୋଇଥିବା ସୂଚନା ମିଳିଛି ।

ବିବାଦକୁ ସମାଧାନ କରିବାକୁ କେନ୍ଦ୍ର ମଧ୍ୟ ତତ୍ପରତା ଦେଖାଇଛି । ଏନେଇ ଆଜି ଉଭୟ ରାଜ୍ୟର ମୁଖ୍ୟଶାସନ ସଚିବଙ୍କ ସହିତ କେନ୍ଦ୍ର ଗୃହ ସଚିବ ଭିସି ଯୋଗେ ଆଲୋଚନା କରିବେ ବୋଲି ଜଣାପଡିଛି ।

ସୂଚନାଥାଉକି, ଉଭୟ ରାଜ୍ୟ ମଧ୍ୟରେ 165 କିମି ସୀମା ଲାଗିଛି । 1972 ମସିହା ପର୍ଯ୍ୟନ୍ତ ମିଜୋରାମ ଆସାମରେ ଥିବାବେଳେ 1972ରେ କେନ୍ଦ୍ର ଶାସିତ ଅଞ୍ଚଳ ଓ 1987ରେ ରାଜ୍ୟ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.