ETV Bharat / bharat

ଆସାମରେ ଥମୁନି ଜଳପ୍ରଳୟ, ମୃତ୍ୟୁ ସଂଖ୍ୟା 112କୁ ବୃଦ୍ଧି - asam flood

ଥମୁନି ଆସାମରେ ଜଳ ଦୁର୍ଦ୍ଦଶା। ମହାମାରୀ ଭିତରେ ଛଟପଟ ହେଉଛି ସାରା ରାଜ୍ୟ । ହେଲେ ଆସାମରେ ବନ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ଶୁକ୍ରବାର ଦିନ 112 କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ 56 ଲକ୍ଷରୁ ଅଧିକ ଲୋକ ଏହି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଅଧିକ ପଢନ୍ତୁ...

ଆସାମରେ ଥମୁନି ଜଳପ୍ରଳୟ, ମୃତ୍ୟୁ ସଂଖ୍ୟା 112କୁ ବୃଦ୍ଧି

author img

By

Published : Aug 15, 2020, 11:45 AM IST

ଗୌହାଟୀ: ଆସାମରେ ଥମୁନି ଜଳ ଦୁର୍ଦ୍ଦଶା । ବର୍ତ୍ତମାନ ସମୟରେ ସାରା ରାଜ୍ୟ ମହାମାରୀ ଭିତରେ ଛଟପଟ ହେଉଥିବା ବେଳେ ଆସାମରେ ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ଶୁକ୍ରବାର ଦିନ 112କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ 56 ଲକ୍ଷରୁ ଅଧିକ ଲୋକ ଏହି ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (SDMA) ଗୁରୁବାର ସୂଚନା ଦେଇଛି ଯେ ରାଜ୍ୟର 30ଟି ଜିଲ୍ଲାରେ ମୋଟ 56,89,584 ଜଣ ପ୍ରଭାବିତ ହୋଇଛନ୍ତି ।

ବିଭିନ୍ନ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଆସାମରେ ବନ୍ୟା ପରିସ୍ଥିତି ବିଗିଡି ଯାଉଛି । ଏହି ସପ୍ତାହ ପୂର୍ବରୁ, ଏକ ସରକାରୀ ବୁଲେଟିନ୍ କୁହାଯାଇଛି ଯେ ଏହି ଜିଲ୍ଲାଗୁଡ଼ିକରେ ବନ୍ୟା ଯୋଗୁଁ 9,200 ରୁ ଅଧିକ ଲୋକ ଯନ୍ତ୍ରଣା ଭୋଗୁଛନ୍ତି ।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ASDMA)ର ବନ୍ୟା ରିପୋର୍ଟ ଅନୁଯାୟୀ, ଧମାଜୀ, ବକସା ଏବଂ ମୋରିଗାଓଁ ଜିଲ୍ଲାରେ ବନ୍ୟା ଯୋଗୁଁ 14,205 ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.