ETV Bharat / bharat

ପ୍ରଧାନମନ୍ତ୍ରୀ ମୋଦି ନିଜ ମନ୍ତବ୍ୟକୁ ପ୍ରତ୍ୟାହାର କରନ୍ତୁ: ଅଶୋକ ଗେହଲଟ

author img

By

Published : Jun 29, 2020, 1:46 PM IST

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୁନ-19 ରେ ଏକ ସର୍ବଦଳୀୟ ବୈଠକରେ ଦେଇଥିବା ବିବୃତ୍ତି ପ୍ରତ୍ୟାହାର କରିବାକୁ କହିଛନ୍ତି ।

gehlot govt
ପ୍ରଧାନମନ୍ତ୍ରୀ ମୋଦି ନିଜ ମନ୍ତବ୍ୟକୁ ପ୍ରତ୍ୟାହାର କରନ୍ତୁ

ଜୟପୁର: ଲଦାଖ ଗଲୱାନ ଘାଟିକୁ ନେଇ ଭାରତ ଚାଇନା ମୁହାଁମୁହିଁ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ବିବୃତ୍ତିକୁ ପ୍ରତ୍ୟାହାର କରିବାକୁ କହିଛନ୍ତି ଅଶୋକ ଗେହଲଟ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୁନ-19 ରେ ଏକ ସର୍ବଦଳୀୟ ବୈଠକରେ ଦେଇଥିବା ବିବୃତ୍ତି ପ୍ରତ୍ୟାହାର କରିବାକୁ କହିଛନ୍ତି ।

ସୂଚନା ଅନୁଯାୟୀ, ଗତ ଜୁନ 15ରେ ଲଦାଖ ଗଲୱାନ ଘାଟିରେ ଭାରତ ଚୀନ ମୁହାଁମୁହିଁ ଘଟଣାକୁ ନେଇ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହି ଘଟଣା ପରେ ଦେଶରେ କ୍ରୋଧର ବାତାବରଣ ସୃଷ୍ଚି ହୋଇଥିଲା । ଯାହାକୁ ନେଇ ଲୋକେ ବୟକଟ ଚାଇନା ଦାବି କରିଥିଲେ । ଏହାପରେ ଗତ ଜୁନ 19ରେ ପ୍ରଧାନମନ୍ତ୍ରୀ ମୋଦି ଏକ ସର୍ବଦଳାୟ ବୈଠକରେ କହିଥିଲେ, ଚୀନ ଆମ ସୀମା ଭିତରକୁ ପ୍ରବେଶ କରିନାହିଁ କି ଆମ ପୋଷ୍ଟକୁ କବଜା କରିନାହିଁ ।

ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ବିରୋଧୀ ଦଳ ଏହାକୁ ନେଇ ରାଜନୀତି ଆରମ୍ଭ କରିଥିଲେ । ଏହାକୁ ନେଇ ଅଶୋକ ଗେହଲଟ କହିଛନ୍ତି, ପ୍ରଧାନମନ୍ତ୍ରୀ ଏକ ଭୁଲ କରିଛନ୍ତି। ସେ ଜାଣିଶୁଣି କିମ୍ବା ଅଜାଣତରେ ଚୀନକୁ ଏକ ସାର୍ଟିଫିକେଟ୍ ଦେଇଛନ୍ତି । ଯାହା ଚୀନ ଚାହୁଁଥିଲା। କିନ୍ତୁର ଏହାର ଆବଶ୍ୟକ ନଥିଲା। ତେଣୁ ପ୍ରଧାନମନ୍ତ୍ରୀ ତାଙ୍କ ବିବୃତ୍ତିକୁ ସେ ପ୍ରତ୍ୟାହାର କରିନେବା ଉଚିତ୍ ।

ଏଥିସହ ଅଶୋକ ଗେହଲଟ କହିଛନ୍ତି, ସେ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯାହାଙ୍କ ବିବୃତ୍ତିକୁ ଚୀନ୍ ସ୍ୱାଗତ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.