ETV Bharat / bharat

ତେଲେଙ୍ଗାନାକୁ ତବଲିଘି ଡର: ଧାର୍ମିକ ସମାବେଶରୁ ଫେରିଛନ୍ତି 1200

ମାର୍ଚ୍ଚ ପ୍ରଥମ ସପ୍ତାହରେ ଆୟୋଜିତ ଏହି ସମାବେଶରେ ଦେଶର ଅଧିକାଂଶ ରାଜ୍ୟରୁ ବହୁ ଲୋକ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ କୋରୋନା ସଂକ୍ରମିତ ଥିବା ଜଣାପଡିବା ପରେ ସମ୍ପୃକ୍ତ ରାଜ୍ୟ ପକ୍ଷରୁ ପୀଡିତଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ତେଲେଙ୍ଗାନାକୁ ତବଲିଘି ଡର: ଧାର୍ମିକ ସମାବେଶରୁ ଫେରିଛନ୍ତି 1200
ତେଲେଙ୍ଗାନାକୁ ତବଲିଘି ଡର: ଧାର୍ମିକ ସମାବେଶରୁ ଫେରିଛନ୍ତି 1200
author img

By

Published : Apr 1, 2020, 4:14 PM IST

ହାଇଦ୍ରାବାଦ: ତେଲେଙ୍ଗାନା ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ଦିଲ୍ଲୀ ନିଜାମୁଦ୍ଦିନର ତବଲିଘି ଜମାତ ଧାର୍ମିକ ସମାବେଶ । ଏଠାରେ ଯୋଗ ଦେଇ 1200 ଲୋକ ରାଜ୍ୟକୁ ଫେରିଥିବା ସ୍ବାସ୍ଥ୍ୟମନ୍ତ୍ରୀ ରାଜେନ୍ଦର ସୂଚନା ଦେଇଛନ୍ତି । ସେହିପରି ଏମାନଙ୍କ ମଧ୍ୟରୁ ଅନେକ ଲୋକ କୋଭିଡ 19ର ଶିକାର ହେବା ସହ 6 ଜଣଙ୍କର ମୃତ୍ୟୁ ଘଟିଥିବା ସେ କହିଛନ୍ତି ।

ମାର୍ଚ୍ଚ ପ୍ରଥମ ସପ୍ତାହରେ ଆୟୋଜିତ ଏହି ସମାବେଶରେ ଦେଶର ଅଧିକାଂଶ ରାଜ୍ୟରୁ ବହୁ ଲୋକ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ କୋରୋନା ସଂକ୍ରମିତ ଥିବା ଜଣାପଡିବା ପରେ ସମ୍ପୃକ୍ତ ରାଜ୍ୟ ପକ୍ଷରୁ ପୀଡିତଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ତେଲେଙ୍ଗାନାରୁ ଏହି ସମାବେଶରେ 1200 ଲୋକ ଯୋଗ ଦେଇଥିଲେ । ଗତ ତିନି ଦିନ ଧରି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଅନେକ କୋରୋନା ସଂକ୍ରମିତ ଲୋକ । ଏମାନେ ସମସ୍ତେ ଦିଲ୍ଲୀର ମର୍କାଜରେ ଯୋଗ ଦେଇ ଫେରିଥିବା ଜଣାପଡିଛି । ଏହାସହ ଏମାନଙ୍କ ସଂସ୍ପର୍ଶରେ ଆହୁରି ବହୁତ ଲୋକ ଥିବାର ସନ୍ଦେହ କରାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ନିଜାମୁଦ୍ଦିନର ତବଲିଘି ଜମାତକୁ ଏବେ କରୋନା ଭୂତାଣୁ ସଂକ୍ରମଣର କେନ୍ଦ୍ରସ୍ଥଳୀ ବୋଲି କୁହାଯାଉଛି । ଏଠାରେ ଆୟୋଜିତ ଧାର୍ମିକ ସମାବେଶରେ ଯୋଗଦେଇଥିବା ୨୪ ଲୋକଙ୍କ ମଧ୍ୟରେ କୋଭିଡ 19 ଭୂତାଣୁ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି । ଏହି ଧାର୍ମିକ ସମାବେଶରେ ଇଣ୍ଡୋନେସିଆ, ମାଲେସିଆ ଓ ସାଉଦି ଆରବରୁ ପ୍ରାୟ 2000 ପ୍ରତିନିଧି ଯୋଗ ଦେଇଥିଲେ ।

ସରକାର ନିଜାମୁଦ୍ଦିନ ଅଞ୍ଚଳରୁ ପ୍ରାୟ 700 ଲୋକଙ୍କୁ କ୍ବାରେଣ୍ଟାଇନରେ ରଖିଛନ୍ତି । 334 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଖପାଖ ଅଞ୍ଚଳକୁ ବିଶୋଧନ ମଧ୍ୟ କରାଯାଇଛି । ସେହିପରି ଏହି ଅନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଘୋଷଣା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.