ଭଲରେ ନଥିଲେ ବା ମନ ଭଲ ନଥିବାରୁ ଅନୁଭବ ପ୍ରକାଶ କରିବା ପାଇଁ ବିଶ୍ୱରେ ଗୋଟିଏ ଶବ୍ଦ ‘ଦୁଃଖ’ ବ୍ୟବହାର ହୋଇଆସୁଛି । ଦୁଃଖର ଆଉ ଗୋଟିଏ ଶବ୍ଦ ହେଲା ବିଷାଦ । ଜଣେ ଦୁଃଖୀ ଲୋକକୁ ଯଦି ସିନେମା ଟିକେଟ ଦିଆଯାଏ ବା ତାକୁ ଖୁସି କରିବା ପାଇଁ କୌଣସି କାର୍ଯ୍ୟ କଳାପରେ ମନୋନିବେଶ କଲେ, ସେ ଉତଫୁଲ୍ଲିତ ହେବା ସ୍ୱାଭାବିକ ଅବସ୍ଥାକୁ ସେ ଫେରିଆସିବ । କିନ୍ତୁ କ୍ନିନିକାଲି ଡିପ୍ରେସନ କ୍ଷେତ୍ରରେ ଏହା କାମ ଦିଏ ନାହିଁ ।
ତେବେ, ଏଠାରେ ବଡ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ଡିପ୍ରେସନ ଓ କ୍ଲିନିକାଲ୍ ଡିପ୍ରେସନ ସେହି ସମାନ ପ୍ରସଙ୍ଗ ନା ଦୁଇଟା ମଧ୍ୟରେ ତଫାତ ରହିଛି ? କ୍ଲିନିକାଲ୍ ଡିପ୍ରେସନ ବା ଚିକିତ୍ସକୀୟ ଭାବେ ବିଷାଦ ପୂର୍ବେ ‘ମିଲାନକୋଲିଆ’ ନାଁରେ ପରିଚିତ ଥିଲା । ଗଭୀର ଭାବେ ଦୁଃଖିତ ବା ବିଷାଦଗ୍ରସ୍ତ ଅବସ୍ଥାକୁ ମିଲାନକୋଲିଆ କୁହାଯାଉଥିଲା । ଆଜି ଏହି ମାନସିକ ରୋଗକୁ ଡାକ୍ତରୀ ଭାଷାରେ ‘ମେଜର୍ ଡିପ୍ରେସିଭ୍ ଡିଜଅର୍ଡର’ କୁହାଯାଏ ।
ବିଷାଦଗ୍ରସ୍ତ ଓ କ୍ଲିନିକାଲି ବିଷାଦଗ୍ରସ୍ତ ଏକା ପ୍ରକାର ଲାଗୁଥିଲେ ମଧ୍ୟ ଏହି ଦୁଇ ମାନସିକ ରୋଗ ସହ ଜଡିତ ବ୍ୟବବାରିକ ସମସ୍ୟା କିନ୍ତୁ ଭିନ୍ନ ଭିନ୍ନ । ଏହି ଫରକ ଜାଣିପାରିଲେ ହିଁ ଜଣେ କ୍ଲିନିକାଲ୍ ଡିପ୍ରେସନରେ ପୀଡିତ ରୋଗୀ ସଂପର୍କରେ ଜାଣିପାରିବ । ଏ ପ୍ରସଙ୍ଗରେ ଇଟିଭି ଭାରତ ହାଇଦ୍ରାବାଦ ସ୍ଥିତ ଆଶା ହସ୍ପିଟାଲ୍ର ମନସ୍ତତ୍ୱବିତ୍ ଡକ୍ଟର ଏମ.ଏସ ରେଡ୍ଡିଙ୍କ ସହ ଆଲୋଚନା କରିଥିଲା ।
କ୍ଲିନିକାଲ୍ ଡିପ୍ରେସନ ଓ ଏହାର ଲକ୍ଷଣ ସଂପର୍କରେ ଆମେ ଜାଣିବାକୁ ଚାହିଁଥିଲୁ । ଡକ୍ଟର ରେଡ୍ଡିଙ୍କ ଅନୁସାରେ ଡିପ୍ରେସନ ହେଉଛି ଏକ ସ୍ୱାଭାବିକ ଭାବନା । ଦୁଃଖୀ ହେବା ବା ଉଦାସକୁ ଡିପ୍ରେସନ ସ୍ଥିତି ବୋଲି କୁହାଯାଏ । କିନ୍ତୁ ଗଭୀର ଭାବେ ବହୁ ଦିନ ଧରି ବିଷାଦଗ୍ରସ୍ତ ହୋଇ ରହିବା ସ୍ଥିତିକୁ କ୍ଲିନିକାଲ୍ ଡିପ୍ରେସନ ବା ଚିକିତ୍ସୀୟ ବିଷାଦ କୁହାଯାଏ । ଜଣେ ବ୍ୟକ୍ତି ଦୀର୍ଘ ସମୟ ଓ ଦିନ ଧରି ଦୁଃଖିତ ବା ଉଦାସରେ ରହିଲେ, ଆମେ ଜାଣିବା ସେ ମେଜର୍ ଡିପ୍ରେସିଭ ଡିଜଅର୍ଡରରେ ପୀଡିତ । ଅନ୍ତତଃ ଦୁଇ ସପ୍ତାହ ଧରି ବ୍ୟକ୍ତି ଜଣକ ଏଭଳି ଅବସ୍ଥାରେ ରହିଲେ ରୋଗ ଚିହ୍ନଟ ହୋଇଯାଏ ବୋଲି ଡକ୍ଟର ରେଡ୍ଡି ଇଟିଭି ଭାରତକୁ କହିଛନ୍ତି ।
ଏହି ରୋଗରେ ପୀଡିତ ବ୍ୟକ୍ତି କୌଣସି କାମରେ ଆଗ୍ରହ ଦେଖାନ୍ତି ନାହିଁ । ଖାଇବା ପିଇବାରେ ତାଙ୍କର ମନ ଲାଗେ ନାହିଁ । କାହା ସହିତ କଥାବାର୍ତା ହେବାକୁ ଭଲ ପାଆନ୍ତି ନାହିଁ । ନିଘୋଡ ନିଦରେ ଶୁଅନ୍ତି ନାହିଁ । ସବୁବେଳେ ନିରାଶା ପ୍ରକଟ କରନ୍ତି ଓ ନିଜକୁ ବେଶ୍ ଅସହାୟ ମନେ କରନ୍ତି । ନିଜକୁ ମୂଲ୍ୟହୀନ ମନେ କରନ୍ତି ରୋଗୀ । ନକାରାତ୍ମକ ଭାବନା ତାଙ୍କ ମନକୁ ଆସିଥାଏ ଓ ସେ ଅସୁରକ୍ଷିତ ମନେ କରନ୍ତି । ଏସବୁ ଲକ୍ଷଣ ଯଦି ଜଣଙ୍କଠରେ ଦୀର୍ଘ ଦିନ ଧରି ପରିଲକ୍ଷିତ ହୁଏ, ତାହା ହେଲେ ସେ ମେଜର ଡିପ୍ରେସିଭ୍ ଡିଜଅର୍ଡରରେ ପୀଡିତ ବୋଲି ଆମେ କହିପାରିବା ।
କ୍ଲିନିକାଲ୍ ଡିପ୍ରେସନର ସବୁବେଳ ପ୍ରଲମ୍ବିତ ହୋଇ ରହିବ । କିନ୍ତୁ କେବଳ ଦୁଃଖିତ ବା ଉଦାସର ଲକ୍ଷଣ ସବୁବେଳେ ରହେ ନାହିଁ । ଡିପ୍ରେସନ ଓ କ୍ଲିନିକାଲ ଡିପ୍ରେସନ କଣ ତାହା ଲୋକେ ଭଲଭାବେ ବୁଝିବା ଦରକାର ବୋଲି କହନ୍ତି ଡକ୍ଟର ରେଡ୍ଡି । ଦୁଇଟିଯାକ କ୍ଷେତ୍ରରେ ବ୍ୟକ୍ତି ଦୁଃଖ ଓ ଉଦାସ ଅନୁଭବ କଲେ ମଧ୍ୟ କ୍ଲିନିକାଲ୍ ଡିପ୍ରେସନରେ ପୀଡିତ ଲୋକେ ଦୀର୍ଘ ଦିନ ଧରି ଲୋକେ ଅତ୍ୟଧିକ ବିଷାଦଗ୍ରସ୍ତ ହୋଇପଡନ୍ତି । ଅପର ପକ୍ଷେ ଡିପ୍ରେସନରେ ଥିବା ଲୋକେ ଖୁବ୍ କମ୍ ଦିନ ମଧ୍ୟରେ ସ୍ୱାଭାବିକ ସ୍ଥିତିକୁ ଫେରିଆସିବେ ।
କ୍ଲିନିକାଲି ଡିପ୍ରେସନରେ ଥିବା ଲୋକଙ୍କ ଚିହ୍ନଟ ପାଇଁ ବେଳେ ବେଳେ ବେଶ୍ ପରିଶ୍ରମ କରିବାକୁ ପଡେ ବୋଲି ଡକ୍ଟର ରେଡ୍ଡି କହନ୍ତି । କାରଣ କ୍ଲିନିକାଲି ଡିପ୍ରେସନରେ ପୀଡିତ ଲୋକଙ୍କଠାରେ ଡିପ୍ରେସନରେ ପୀଡିତ ଲୋକଙ୍କ ଲକ୍ଷଣ ବି ଦେଖାଯାଇଥାଏ । ଡିପ୍ରେସନ ଓ କ୍ଲିନିକାଲି ଡିପ୍ରେସନ ମଧ୍ୟରେ ଫରକ ଜାଣିବାକୁ ପଡିବ । ଲକ୍ଷଣ ଭଲଭାବେ ଅନୁଧ୍ୟାନ କଲେ ହିଁ କ୍ଲିନିକାଲି ଡିପ୍ରେସନରେ ପୀଡିତ ଲୋକଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା କରାଯାଇପାରିବ ।