ETV Bharat / bharat

ଭାରତ ସହ ଏହି 5 ଦେଶ ଅଗଷ୍ଟ 15ରେ ପାଳନ୍ତି ସ୍ୱାଧୀନତା ଦିବସ

ରାତି ପାହିଲେ ଭାରତ ପାଳିବ 74 ତମ ସ୍ୱାଧୀନତା ଦିବସ । ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ପାଳନ ହେବ । ତେବେ ଖାଲି ଭାରତ ଏକମାତ୍ର ଦେଶ ନୁହେଁ ଯିଏ ଅଗଷ୍ଟ 15 କୁ ସ୍ୱାଧୀନତା ଦିବସ ଭାବରେ ପାଳନ କରିଥାଏ । କଙ୍ଗୋ, ଦକ୍ଷିଣ କୋରିଆ, ଉତ୍ତର କୋରିଆ, ବହାରେନ ଏବଂ ଲିଚଟେଷ୍ଟାଇନ୍ ମଧ୍ୟ ଅଗଷ୍ଟ 15 କୁ ସେମାନଙ୍କର ସ୍ୱାଧୀନତା ଦିବସ ଭାବରେ ପାଳନ କରନ୍ତି ।

ଭାରତ ବ୍ୟତୀତ ଏହି 5ଟି ଦେଶ ଅଗଷ୍ଟ 15 ରେ ପାଳନ୍ତି ସ୍ୱାଧୀନତା ଦିବସ

author img

By

Published : Aug 14, 2020, 5:58 PM IST

ନୂଆଦିଲ୍ଲୀ: ରାତି ପାହିଲେ ଭାରତ ପାଳିବ 74 ତମ ସ୍ୱାଧୀନତା ଦିବସ । ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ପାଳନ ହେବ । ତେବେ ଖାଲି ଭାରତ ଏକମାତ୍ର ଦେଶ ନୁହେଁ ଯିଏ ଅଗଷ୍ଟ 15 କୁ ସ୍ୱାଧୀନତା ଦିବସ ଭାବରେ ପାଳନ କରିଥାଏ । କଙ୍ଗୋ, ଦକ୍ଷିଣ କୋରିଆ, ଉତ୍ତର କୋରିଆ, ବାହାରେନ ଏବଂ ଲିଚଟେଷ୍ଟାଇନ୍ ମଧ୍ୟ ଅଗଷ୍ଟ 15 କୁ ସେମାନଙ୍କର ସ୍ୱାଧୀନତା ଦିବସ ଭାବରେ ପାଳନ କରନ୍ତି ।

ସେହିପରି ଦକ୍ଷିଣ କୋରିଆ ଏବଂ ଉତ୍ତର କୋରିଆରେ ଅଗଷ୍ଟ 15, 1945 କୁ 'କୋରିଆର ଜାତୀୟ ମୁକ୍ତି ଦିବସ' ବୁଝାଏ । ଯେତେବେଳେ ଆମେରିକା ଏବଂ ସୋଭିଏତ୍ ବାହିନୀ ଜାପାନର କୋରିଆ ଉପଦ୍ୱୀପ ଦଖଲକୁ ସମାପ୍ତ କରିଥିଲେ । ଏହି ଦିନକୁ ଗ୍ୱାଙ୍ଗବୋକଜେଓଲ ମଧ୍ୟ କୁହାଯାଏ (ଅର୍ଥାତ୍ ଆଲୋକର ପୁନରୁଦ୍ଧାର ସମୟ) । ତେବେ ଏହାର ତିନି ବର୍ଷ ପରେ ସ୍ୱାଧୀନ କୋରିଆ ସରକାର ଗଠନ ହୋଇଥିଲା ।

ବାହାରେନ - ଜାତିସଂଘର ବାହାରେନ ଜନସଂଖ୍ୟା ଉପରେ ହୋଇଥିବା ସର୍ଭେ ପରେ ଅଗଷ୍ଟ 15, 1971 ରେ ଦେଶ ବ୍ରିଟିଶମାନଙ୍କଠାରୁ ସ୍ୱାଧୀନତା ଘୋଷଣା କରିଥିଲା ​​। ଉଭୟ ପକ୍ଷ ଏକ ବନ୍ଧୁତା ଚୁକ୍ତି ସ୍ୱାକ୍ଷର କରିବାକୁ ଆଗେଇ ଆସିଲେ ।

ଲିଚଟେଷ୍ଟାଇନ୍ - 1866 ମସିହାରେ ଜର୍ମାନୀ ଶାସନରୁ ମୁକ୍ତିକୁ ସ୍ମରଣ କରିବା ପାଇଁ ସ୍ୱାଧୀନତା ଦିବସ ପାଳନ କରେ । ଏହି ଦିନ ସାଧାରଣ ଜନତାଙ୍କୁ ରାଜ ପରିବାର ସହିତ ଯୋଗାଯୋଗ କରିବାକୁ ଅନୁମତି ଦେଇଥାଏ ।

ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ - 1960 ରୁ ଅଗଷ୍ଟ 15 ରେ କଙ୍ଗୋ ଜାତୀୟ ଦିବସ ପାଳନ କରାଯାଏ । ଏହି ଦିନ ହିଁ 80 ବର୍ଷ ଅଧୀନତା ପରେ ଫ୍ରାନ୍ସରୁ ଦେଶ ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇଥିଲା ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.