ହାଇଦ୍ରାବାଦ: କୌଣସି ବି କୋଣରୁ ଯଦି ଦେଖାଯାଏ ତେବେ ସମକାଳୀନ ରାଜନୀତି ଦୁର୍ନିତି ଓ ଘୋଟାଲାରେ ଭରି ରହିଛି । ବିଡମ୍ବନାର ବିଷୟ ହେଉଛି କି ଶପଥ ଗ୍ରହଣ ସମୟରେ ନେତାମାନେ ନେଉଥିବା ପ୍ରତିଜ୍ଞାରେ ନା ସତ୍ୟତା ରହିଛି ନା ସେମାନଙ୍କ ଅଧିନରେ କାର୍ଯ୍ୟରତ ଭ୍ରଷ୍ଟାଚାର ନିରୋଧକ ବିଭାଗର କୋର୍ଟ ଆଫିଡେଭିଟ । କନ୍ୟାଶୁଲ୍କମର ଚରିତ୍ର ଗିରିଶ୍ମ ଅନୁସାରେ ଯିଏ କେବେ ନିଜ ବିଚାରକୁ ବଦଳାଇ ପାରେ ନାହିଁ, ସେ କେବେ ରାଜନେତା ହୋଇ ନପାରେ । ମହାରାଷ୍ଟ୍ରର ଦୁର୍ନିତି ନିବାରଣ ସଂସ୍ଥା ରାଜନେତାଙ୍କ ଭାଗିଦାରିରେ ନିଜ ବୟାନକୁ ବଦଳାଇବାରେ ଗିରିଶମର ମନ୍ତବ୍ୟକୁ ଅନୁରୂପ ପାଳନ କରିଛି ।
ଜଳ ପରିଯୋଜନା ପୃଷ୍ଠପୂମିରେ ଠିକା ଦେବା ପାଇଁ 70 ହଜାର କୋଟି ଟଙ୍କାର ଘୋଟାଲା ହୋଇଥିଲା । ଦୁର୍ନିତିରେ ଶରଦ ପାଓ୍ବାରଙ୍କ ପୁତୁରା ଅଜୀତ ପାଓ୍ବାରଙ୍କ ସମ୍ପୃକ୍ତି ଥିବାବେଳେ ଏହାର ଯାଞ୍ଚ ପାଇଁ ବମ୍ବେ ହାଇକୋର୍ଟ ଏସିବିକୁ ଆଦେଶ ଦେଇଥିଲେ । ଗତ ବର୍ଷ ନଭେମ୍ବରରେ ଏସିବିର ଡିଜି ନାଗପୁର ବେଞ୍ଚ ହାଇକୋର୍ଟକୁ ଦେଇଥିବା ଦସ୍ତାବିଜରେ ଦର୍ଶାଇଥିଲେ ଯେ ମହାରାଷ୍ଟ୍ର ସରକାରଙ୍କ ପ୍ରଶାସନ ନିୟମାନୁସାରେ ତତ୍କାଳୀନ କଂଗ୍ରେସ ଓ ଏନସିପି ନେତୃତ୍ବଧିନ ସରକାରରେ ଲମ୍ବା ସମୟ ଧରି ରହିଥିବା ଜଳ ସଂସାଧନ ମନ୍ତ୍ରୀ ସମସ୍ତ ଅନିୟମିତତା ପାଇଁ ଦାୟୀ । ଅନ୍ୟପକ୍ଷେ ସଚିବ ଓ କାର୍ଯ୍ୟକାରୀ ନିର୍ଦ୍ଦେଶକ ଏଥିପାଇଁ ଦାୟୀ ବୋଲି ଅଜିତ ପାଓ୍ବାର ଜୋର ଦେଇ କହିଥିଲେ । ହେଲେ ଏସିବି ଅଦାଲତରେ କହିଥିଲେ ଯେ ଯେଉଁମାନେ ଘୋଟାଲା ଓ ସରକାରର କ୍ଷତି ପାଇଁ ଦାୟୀ ସେମାନେ ନିୟମର ସାହାରା ନେଇ ପରସ୍ପର ଉପରେ ଦୋଷ ଲଦୁଥିଲେ । କିନ୍ତୁ ବର୍ତ୍ତମାନ ଏସିବି ନିଜ ଦସ୍ତାବିଜରେ ସ୍ପଷ୍ଟ କରିଛି ଯେ ସରକାରକୁ ଧୋକା ଦେବା ପାଇଁ ଜଳସଂସାଧନ ଭିତରେ ଏକ ଷଡଯନ୍ତ୍ର ରହିଛି । ତେବେ ଏହା ଉପରେ ଧ୍ୟାନ ଦେବା ଜରୁରୀ ଯେ ଏସିବି ଠିକ 1 ବର୍ଷ ମଧ୍ୟରେ କିପରି ନିଜ ରାୟ ବଦଳାଇ ଦେଇଛି ।
ଏସିବିର ପ୍ରତିନିଧିତ୍ବ କରୁଥିବା ଏସପି ଉଚ୍ଚନ୍ୟାୟାଳୟରେ 16 ପୃଷ୍ଠା ବିଶିଷ୍ଠ ଏକ ଦସ୍ତାବିଜ ହସ୍ତାନ୍ତର କରିଛନ୍ତି । ଏଥିରେ କୁହାଯାଇଛି ଯେ ଜଳସଂସାଧନ ମନ୍ତ୍ରୀ ବିଦର୍ଭର ସିଞ୍ଚନ ବିକାଶ ନିଗମର ଅଧ୍ୟକ୍ଷ ଥିବାରୁ କାର୍ଯ୍ୟକାରୀ ସମିତି ଦ୍ବାରା କରାଯାଇଥିବା ଭୁଲ ପାଇଁ ତାଙ୍କୁ ଦାୟୀ କରାଯାଇ ପାରିବ ନାହିଁ । ଅନିୟମିତତାକୁ ଦେଖିବା ତାଙ୍କର ଦାୟିତ୍ବ ନୁହେଁ । ଯେଉଁ ଏସିବି ଦୁର୍ନିତିରେ ଅଜୀତ ପାଓ୍ବାରଙ୍କ ହାତ ଥିବା କହୁଥିଲା ଏବେ ସେ ନିଜର ବୟାନରୁ ଓହରିବା ସହ ସମସ୍ତ ଅନିୟମିତତା ପାଇଁ ଜଳସେଚନର ମୁଖ୍ୟ ସଚିବ ଓ କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କୁ ମୁଣ୍ଡରେ ସବୁ ଦୋଷ ଲଦି ଦେଇଛି । ବିଦର୍ଭ ଜଳସେଚନ ବିକାଶ ନିଗମ ଅଧିନରେ ଥିବା 45ଟି ପରିଯୋଜନା ପାଇଁ 2654 ଟେଣ୍ଡରର ଯାଞ୍ଚ କରୁଛି ଏସିବି । ଏଥିମଧ୍ୟରୁ 32ଟିରେ ଅତିରିକ୍ତ ବ୍ୟୟଠୁ 17,700 କୋଟି ଟଙ୍କା ଅଧିକ ରହିଛି । 2018 ପର୍ଯ୍ୟନ୍ତ ଏହି ଯାଞ୍ଚ ବାସ୍ତବ ଥିଲା ବୋଲି ବିଶ୍ବାସ କରିବା ବଡ କଠିନ । ଯଦି ଏହା କାହାକୁ ଜଣାଥାଏ କି ଜଣେ ରଙ୍ଗ ବଦଳାଇବା ସହ ଆଫିଡେବିଟକୁ ବଦଳାଇବାର କୌଶଳ ଶିଖିଥାଏ, ତେବେ ଏହା ବୁଝିବା କଷ୍ଟ ହେବାନି ଯେ ଏସିବିର ବଦଳିବା ପଛରେ କାରଣ କଣ ରହିଛି ।
ଭାରତ ଭଳି ଲୋକତାନ୍ତ୍ରିକ ଦେଶରେ ଯେଉଁଠି 5 ବର୍ଷରେ ସରକାର ବଦଳିଯାଉଛି, ସେଠି ସମସ୍ତ ବିଭାଗ ମଧ୍ୟ ଆଶଙ୍କା ଅନୁରୂପ ବଦଳିବାର କୌଶଳ ଶିଖିନେଇଛନ୍ତି । ଦଶ ଦିନ ତଳେ ଖବର ସାମ୍ନାକୁ ଆସିଥିଲା ଯେ ଅଜିତ ପାଓ୍ବାର ଦୁର୍ନିତି ମାମଲାରେ କ୍ଲିନଚିଟ ପାଇବାକୁ ଯାଉଛନ୍ତି । ଏହା ତାଙ୍କର ଫଡନାଭିସଙ୍କ ଅଳ୍ପସଂଖ୍ୟାଗରିଷ୍ଠ ସରକାରକୁ ସମର୍ଥନ ଦେବାର ପୁରସ୍କାର ଥିଲା । ପରେ ଏସିବି ସ୍ପଷ୍ଟ କଲା ଯେ ସେ କେବଳ 9ଟି ଜଳସେଚନ ମାମଲାକୁ ବନ୍ଦ କରି ଦେଇଛି ଯେଉଁଥିରେ ଅଜିତ ପାଓ୍ବାରଙ୍କ କୌଣସି ସମ୍ପୃକ୍ତି ନାହିଁ । ବନ୍ଦ ହୋଇଥିବା ମାମଲା 9 କି 19 ଏହା ବର୍ତ୍ତମାନ ଜରୁରୀ ନୁହେଁ, କିନ୍ତୁ ଅତି ଉତ୍ସାହିତ ଏସିବି ସମସ୍ତ ମାମଲାରୁ ଅଜିତ ପାଓ୍ବାରଙ୍କୁ ବଞ୍ଚାଇବାକୁ ପ୍ରୟାସ କରୁଥିବା ସ୍ପଷ୍ଟ ହୋଇସାରିଛି । ଏ ସମସ୍ତ ବିଷୟ ଫଡନାଭିସ ସରକାରରେ ଅଜିତ ଉପମୁଖ୍ୟମନ୍ତ୍ରୀ ହେବାର ଦୁଇ ଦିନ ପରେ ହୋଇଛି । 2012ର ମିଡିଆ ତଥ୍ୟ ଅନୁଶାରେ ଯେବେ ଅଜିତ ପାଓ୍ବାର ଜଳସେଚନ ମନ୍ତ୍ରୀ ଥିଲେ, ସେତେବେଳେ 32ଟି ପ୍ରୋଜେକ୍ଟ ମାତ୍ର 3 ମାସରେ ସ୍ବୀକୃତି ପାଇଥିଲା । 1200 ବଡ ଓ ମଧ୍ୟମ ପ୍ରୋଜେକ୍ଟରେ 70 ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଜଳସେଚନ ବିକାଶ କର୍ପୋରେସନର ବିନା ସୁପାରିସରେ ସେ 8 ମାସ ମଧ୍ୟରେ 20 ହଜାର କୋଟି ଟଙ୍କାର ପ୍ରୋଜେକ୍ଟକୁ ସ୍ବୀକାର ପ୍ରଦାନ କରିଥିଲେ । ଏହି ପ୍ରକାର ଅନିୟମିତତାକୁ ନେଇ ରାଜନୈତିକ ହଲଚଲ 2012ରେ ଅଜିତଙ୍କ କ୍ୟାରିୟର ଅନ୍ଧକାରକୁ ଠେଲିଦେଇଥିଲା ।
ଆକ୍ରୋଶ ଓ ଆଲୋଚନା ସତ୍ତ୍ବେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଅଧିନରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଦୁର୍ନିତି ନିବାରଣ ସଂସ୍ଥା ଆଦି ରାଜନେତାଙ୍କୁ କ୍ଷମତାକୁ ଆଣିବା, କ୍ଷମତାରୁ ହଟାଇବା, ଜନତାଙ୍କ ବିଶ୍ବସ ହରାଇବାର ଲାଇନରେ ଲାଗିଛନ୍ତି ।