ETV Bharat / bharat

ଆମ୍ବୁଲାନ୍ସରେ ନିଆଁ ଲଗାଇବା ଅଭିଯୋଗରେ ଜଣେ ଗିରଫ - ଆମ୍ବୁଲାନ୍ସକୁ ନିଆଁ ଲଗାଇବା ଅଭିଯୋଗରେ ବ୍ୟକ୍ତି ଗିରଫ

ଆନ୍ଧ୍ରପ୍ରଦେଶ ଅଙ୍ଗୋଲେ ତାଲୁକ ପୋଲିସ ଷ୍ଟେସନକୁ କ୍ଷତି ପହଞ୍ଚାଇବା ଏବଂ ପରେ ଏକ ଆମ୍ବୁଲାନ୍ସରେ ନିଆଁ ଲଗାଇବା ଅଭିଯୋଗରେ ପ୍ରକାଶମ ଜିଲ୍ଲା ଅନଗୋଲ ସହରର ଜଣେ ଗିରଫ କରାଯାଇଛି । ତେବେ ଏନେଇ ଆସିଷ୍ଟାଣ୍ଟ ଏଏସଆଇ ରମେଶ ସୂଚନା ଦେଇଛନ୍ତି ।

ଆମ୍ବୁଲାନ୍ସକୁ ନିଆଁ ଲଗାଇବା ଅଭିଯୋଗରେ ବ୍ୟକ୍ତି ଗିରଫ

author img

By

Published : Sep 16, 2020, 5:39 PM IST

ଅମରାବତୀ: ଆମ୍ବୁଲାନ୍ସ ଜାଳିବା ଅଭିଯୋଗ ଜଣେ ଗିରଫ । ବୁଧବାର ଆନ୍ଧ୍ରପ୍ରଦେଶ ଅଙ୍ଗୋଲେ ତାଲୁକ ପୋଲିସ ଷ୍ଟେସନକୁ କ୍ଷତି ପହଞ୍ଚାଇବା ଏବଂ ପରେ ଏକ ଆମ୍ବୁଲାନ୍ସରେ ନିଆଁ ଲଗାଇବା ଅଭିଯୋଗରେ ପ୍ରକାଶମ ଜିଲ୍ଲା ଅନଗୋଲ ସହରର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତେବେ ଏନେଇ ଆସିଷ୍ଟାଣ୍ଟ ଏଏସଆଇ ରମେଶ ସୂଚନା ଦେଇଛନ୍ତି ।

ପୋଲିସ ସୂଚନା ଅନୁଯାୟୀ, ନେଲାତୁରା ସୁରେଶ ନାମକ ବ୍ୟକ୍ତି ଜୋତା ଏବଂ ଚପଲ ସିଲାଇ କରି ନିଜ ପେଟ ପୋଷିଥାନ୍ତି । ତେବେ ସେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଷ୍ଟେସନକୁ ଆସି କାନ୍ଥର କାଚ ଭାଙ୍ଗି ନିଜକୁ ଆଘାତ କରିଥିଲେ । ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ । ଏହାପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ମେଡିକାଲ ନେବାପାଇଁ ଆମ୍ବୁଲାନ୍ସ ଡକାଇଥିଲେ ।

ଡାକ୍ତରଖାନା ନେବାବେଳେ ବ୍ୟକ୍ତି ଜଣଙ୍କ ଆମ୍ବୁଲାନ୍ସରେ ନିଆଁ ଲଗାଇ ଖସିପଳାଇଥିଲେ । କିଛି ସମୟ ପରେ ପୋଲିସ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ତେବେ ପୋଲିସ ଷ୍ଟେସନକୁ କ୍ଷତି ପହଞ୍ଚାଇବା ଏବଂ ଆମ୍ବୁଲାନ୍ସକୁ ନିଆଁ ଲଗାଇବା ଅଭିଯୋଗରେ ପୋଲିସ ସୁରେଶଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.