ETV Bharat / bharat

ହୋମ ଆଇସୋଲେସନରେ ଥିବା ରୋଗୀଙ୍କୁ ମିଳିବ କୋଭିଡ କିଟ୍‌: ଆନ୍ଧ୍ର ମୁଖ୍ୟମନ୍ତ୍ରୀ - Andhra CM provide corona kits

ରାଜ୍ୟରେ କୋରୋନା ସ୍ଥିତି ସମୀକ୍ଷା କଲେ ଜଗମୋହନ ରେଡ୍ଡୀ । ହୋମ ଆଇସୋଲେସନରେ ଥିବା ରୋଗୀଙ୍କୁ କୋଭିଡ କିଟ୍‌ ମିଳିବା ନେଇ ହୋଇଛି ଆଲୋଚନା । ଅଧିକ ପଢନ୍ତୁ....

Andhra CM asks officials to provide kits to home isolated COVID-19 patients
କୋରୋନା ସ୍ଥିତିର ସମୀକ୍ଷା , ହୋମ ଆଇସୋଲେସନରେ ଥିବା ରୋଗୀଙ୍କୁ ମିଳିବ କୋଭିଡ କିଟ
author img

By

Published : Sep 19, 2020, 12:45 PM IST

ଅମରାବତୀ: ରାଜ୍ୟରେ କୋରୋନା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ଆନ୍ଧ୍ର ସରକାର । ହୋମ ଆଇସୋଲେସନରେ ଥିବା ରୋଗୀଙ୍କୁ ମିଳିବ କୋଭିଡ କିଟ ମିଳିବା ନେଇ ଆଲୋଚନା ହୋଇଛି । ଖୁବ ଶିଘ୍ର ରୋଗୀଙ୍କୁ ଏହି ସେବା ଯୋଗାଇ ଦେବେ ରାଜ୍ୟ ସରକାର । କେବଳ ସେତିକି ନୁହେଁ, ରାଜ୍ୟରେ ଥିବା କୋଭିଡ ମେଡିକାଲ ଗୁଡିକରେ ପ୍ଲାଜମା ଥେରାପି ଉପଲବ୍ଧ କରିବା । ଡାକ୍ତରଖାନାର ଚିକିତ୍ସା ସୁବିଧା ସହିତ ଡାକ୍ତରଙ୍କ ଅଭାବ ନ ରହିବା, ଖାଦ୍ୟ ଏବଂ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ସେ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ ।

କେବଳ ସରକାରୀ ହସପିଟାଲ ଗୁଡିକ ନୁହେଁ, ଘରୋଇ ମେଡିକାଲ ଗୁଡିକରେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହେବ । ରାଜ୍ୟରେ 18,609 ଅମ୍ଳଜାନ ଶଯ୍ୟା ଉପଲବ୍ଧ ରହିଛି । ଏହାସହ 5,723 ରୋଗୀ ଅମ୍ଳଜାନ ସୁବିଧା ସହିତ ଚିକିତ୍ସିତ ହେଉଛନ୍ତି। 15,060ଟି ସାଧାରଣ ଶଯ୍ୟା ରହିଛି । ସେଥି ମଧ୍ୟରୁ ମଧ୍ୟରୁ 9,777 ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେହିପରି, 4,469 ଆଇସିୟୁ ଶଯ୍ୟାରେ 2,246 ଜଣ ଚିକିତ୍ସିତ ହେଉଛନ୍ତି । 178 ରୋଗୀ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ 48,84,371 କୋଭିଡ ପରୀକ୍ଷା କରାଯାଇଛି । ଏହାସହ 94,453ଟି ସକ୍ରିୟ ମାମଲା ରହିଛି। ପଜିଟିଭ ହାର 12.31 ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର 84.48 ପ୍ରତିଶତ ରହିଛି । ଏବଂ ମୃତ୍ୟୁ ହାର ମାତ୍ର 0.86 ପ୍ରତିଶତ ରହିଛି ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.