ETV Bharat / bharat

ଦିଲ୍ଲୀରେ ଶାହ-କେଜ୍ରିୱାଲ ବୈଠକ, ଏନସିଆରକୁ ଦିଆଯିବ ପ୍ରାଧାନ୍ୟ - amit shah

ରାଜଧାନୀ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ମଧ୍ୟ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଏନଆରସି କ୍ଷେତ୍ରର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଦିଲ୍ଲୀରେ ଶାହଙ୍କ ଗୃରୁତ୍ବପୂର୍ଣ୍ଣ ବୈଠକ
ଦିଲ୍ଲୀରେ ଶାହଙ୍କ ଗୃରୁତ୍ବପୂର୍ଣ୍ଣ ବୈଠକ
author img

By

Published : Jun 18, 2020, 3:20 PM IST

Updated : Jun 18, 2020, 10:17 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସର ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ମଧ୍ୟ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଏନଆରସି କ୍ଷେତ୍ରର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ଗୃହମନ୍ତ୍ରାଳୟରେ ଅନୁଷ୍ଠିତ ହୋଇଛି ।

ଏନସିଆରରେ ପରିସ୍ଥିତି ଅଧିକ ଖରାପ ଥିବାରୁ ଏଠାରେ କୋରୋନା ମୁକାବିଲା ନେଇ ଦିଲ୍ଲୀ ସରକାରଙ୍କ ସହ ଆଲୋଚନା ହୋଇଛି । ଏନସିଆରକୁ କୌଣସି ଉପାୟରେ ପୃଥକ୍ କରାଯାଇପାରିବନି । ସେଥିପାଇଁ ଏହାର ଦାୟିତ୍ବ ସମସ୍ତଙ୍କୁ ମିଳିମିଶି ନେବାକୁ ପଡିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ ସେ କହିଛନ୍ତି ଯେ କୋଭିଡ 19 ସଂକ୍ରମଣରୁ ସମଗ୍ର ଏନସିଆରକୁ ସୁରକ୍ଷା ଦେବାପାଇଁ ଯୋଜନା କରିଛନ୍ତି ଉଭୟ ସରକାର । ଉତ୍ତର ପ୍ରଦେଶ, ପଞ୍ଜାବ, ଦିଲ୍ଲୀ, ହରିୟାଣା ସରକାରଙ୍କୁ ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ । ଏନସିଆରର ଦାୟିତ୍ବ ସମସ୍ତେ ନେବେ ବୋଲି ଏହି ବୈଠକରେ ସ୍ଥିର ହୋଇଛି । ଏହା ସୀମାରେ ଥିବାରୁ ଏଠାରେ ଅଧିକ ସଂକ୍ରମଣ ବ୍ୟାପୁଛି । ଯାହାକୁ ରୋକିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିବା ବୈଠକ ପରେ କେଜ୍ରିୱାଲ ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉ କି, କୋରୋନା ମହାମାରୀରେ ଅଧିକ ପ୍ରଭାବିତ ହୋଇଛି ଦିଲ୍ଲୀ । ପ୍ରତିଦିନ ଏଠାରେ ହଜାର ହଜାର ସଂଖ୍ୟାରେ ଆକ୍ରାନ୍ତ ବାହାରୁଛନ୍ତି । ଦିଲ୍ଲୀରେ ମୋଟ୍ କୋରୋନା ପଜିଟିଭ 50 ହଜାର ମୁହାଁ ହୋଇଛି । ପରିସ୍ଥିତି ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଘନ ଘନ ବୈଠକ ଅନୁଷ୍ଠିତ ହେଉଛି ।

ସୌଜନ୍ୟ@ANI

Last Updated : Jun 18, 2020, 10:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.