ETV Bharat / bharat

ଦିଦିଙ୍କ ଦବାବ୍: ଶାହଙ୍କ ରାଲି ରଦ୍ଦ, ହେଲିକପ୍ଟରକୁ ବି ଓହ୍ଲାଇବାକୁ ମିଳିଲାନି ଅନୁମତି

ପଶ୍ଚିମବଙ୍ଗର ଯାଦବପୁରଠାରେ ସୋମବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ରୋଡ୍‌ ସୋ' ଲାଗି ଅନୁମତି ଦିଆଗଲା ନାହିଁ । ଖାଲି ସେତିକି ନୁହେଁ ଅମିତଙ୍କ ହେଲିକେପ୍ଟରକୁ ମଧ୍ୟ ଲ୍ୟାଣ୍ଡ କରିବା ଲାଗି ଅନୁମତି ଦେଲେ ନାହିଁ ପଶ୍ଚିମବଙ୍ଗ ସରକାର ।

author img

By

Published : May 13, 2019, 2:02 PM IST

Updated : May 13, 2019, 2:36 PM IST

ଫାଇଲ ଫଟୋ

କୋଲକାତା: ପଶ୍ଚିମବଙ୍ଗରେ ମମତା ରାଜ୍‌ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିନା ଅନୁମତିରେ ପକ୍ଷୀ ବି ଉଡି ପାରିନେ ପଶ୍ଚିମବଙ୍ଗ ଆକାଶରେ । ଏହାର ପୁଣି ଏକ ପ୍ରମାଣ ମିଳିଛି । ପଶ୍ଚିମବଙ୍ଗର ଯାଦବପୁରଠାରେ ସୋମବାର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ରୋଡ୍‌ ସୋ' ଲାଗି ଅନୁମତି ମିଳିଲାନାହିଁ । ଖାଲି ସେତିକି ନୁହେଁ ଅମିତଙ୍କ ହେଲିକେପ୍ଟରକୁ ମଧ୍ୟ ଲ୍ୟାଣ୍ଡ୍‌ କରିବା ଲାଗି ଅନୁମତି ଦେଲେ ନାହିଁ ପଶ୍ଚିମବଙ୍ଗ ସରକାର ।

ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ସମୟରେ ବିଜେପି ଓ ଟିଏମ୍‌ସି ମଧ୍ୟରେ ଟଣାଓଟରା ଲାଗିରହିଛି। ଗତକାଲି ସେଠାରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଏବଂ ଜଣେ ବିଜେପି ସାଂସଦ ପ୍ରାର୍ଥୀ ଭାରତୀ ଘୋଷଙ୍କ ଉପରେ ଟିଏମ୍‌ସି କର୍ମୀମାନେ ଆକ୍ରମଣ କରିଥିବାର ଅଭିଯୋଗ ଆସିଥିଲା।

ଏଠାରେ ସୂଚନାଯୋଗ୍ୟ ଯେ ପଶ୍ଚମବଙ୍ଗରେ ସପ୍ତମ ପର୍ଯ୍ୟାୟ ତଥା ସପ୍ତଦଶ ଲୋକସଭା ନିର୍ବାଚନର ଅନ୍ତିମ ଚରଣରେ 19ମେ'ରେ 9ଟି ଲୋକସଭା ଆସନ ପାଇଁ ମତଦାନ କରାଯିବ । ଏହାକୁ ଆଖି ଆଗରେ ରଖି ପ୍ରଚାର ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସୋମବାର ପଶ୍ଚିମବଙ୍ଗର ଯାଦବପୁରଠାରେ 12.30ରେ ରୋଡ୍‌ ସୋ' କରିବାର କାର୍ଯ୍ୟକ୍ରମ ସ୍ତରୀକୃତ କରିଥିଲେ । ମାତ୍ର ଦିଦିଙ୍କ ନାଲିଆଖି ଆଗରେ ବିଜେପି ଚାଣକ୍ୟ ଅମିତ ଶାହଙ୍କ ପ୍ରଚାର ଅଭିଯାନରେ ଲଗାମ ଲାଗି ଯାଇଛି । ମାତ୍ର ଯାଦବପୁର ବ୍ୟତୀତ ଅନ୍ୟ ଦୁଇଟି ରାଲିକୁ ଅନୁମତି ମିଳି ଯାଇଛି ।

ଶାହାଙ୍କ ରାଲି ଉପରେ ରୋକ୍‌ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ପଶ୍ଚିମବଙ୍ଗରେ ଏକଛତ୍ରବଦୀ ଶାସନ ଚାଲୁଛି । ବଡ ନେତାଙ୍କୁ ପ୍ରଚାର ପାଇଁ ପଶ୍ଚିମବଙ୍ଗରେ ଅନୁମତି ନଦେବା ଲୋକତନ୍ତ୍ରର ହତ୍ୟା ବୋଲି ସେ କହିଛନ୍ତି । ଏହା ନିର୍ବାଚନ ଆୟୋଗ ଅଧିକାରର ଖୋଲାଖୋଲି ଉଲଙ୍ଘନ କରାଯାଉଛି । ଏହା ବ୍ୟତିରେକ ଜେଭେଡକର ଅନେକ ମାମଲାରେ ଟିଏମସିର କାର୍ଯ୍ୟକଳାପ ଉପରେ କଟୁ ମନ୍ତବ୍ୟ ସହ ନିନ୍ଦା ବର୍ଷଣ କରିଛନ୍ତି । ଖୁବ ଶୀଘ୍ର ମମତାଙ୍କୁ ଜନତା ଉଚିତ୍‌ ଶିକ୍ଷା ଦେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ଟିଏମ୍‌ସିର ରାଜ୍ୟରେ ମାତ୍ରାଧିକ ଗୁଣ୍ଡାଗର୍ଦ୍ଦି ବିରୋଧରେ ନିର୍ବାଚନ ଆୟୋଗ ନିକଟରେ ଫେରାଦ ଦେବା କଥା ସେ କହିଛନ୍ତି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ଅମିତ ଶାହଙ୍କୁ ମମତା ବାନାର୍ଜୀ ଇଞ୍ଚେ ଇଞ୍ଚେର ପ୍ରତିଶୋଧ ନେବା ଚେତାବନୀ ଦେଇଥିଲେ । କୌଣସି ନେତାମନ୍ତ୍ରୀଙ୍କ ହେଲିକପ୍ଟରକୁ ଓହ୍ଲାଇବା ପାଇଁ ଅନୁମତି ନଦେବା ପଶ୍ଚିମବଙ୍ଗରେ ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଯୋଗୀ, ରାହୁଲ ଗାନ୍ଧୀ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ସମାନ ଧରଣର ଅସୁବିଧାରେ ପକାଇଛନ୍ତି ଦିଦି ।

Intro:Body:

sdg

Conclusion:
Last Updated : May 13, 2019, 2:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.