ଆମେଥି: ରାଜୀବ ଗାନ୍ଧୀଙ୍କୁ ମୋଦି ଭ୍ରଷ୍ଟାଚାର ନଂ-1 କହିବା ପରେ ଚିଠି ଲେଖିଲେ ଆମେଥିର ଯୁବକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି ଟିପ୍ପଣୀ ଲୋକଙ୍କୁ ଆଘାତ ଦେଇଛି । ତେଣୁ ଏପରି କିଛି ଆପତ୍ତିଜନକ ମନ୍ତବ୍ୟ ନ ଦେବାକୁ ନିର୍ବାଚନ କମିଶନଙ୍କୁ ରକ୍ତରେ ଚିଠି ଲେଖି ଜଣାଇଛନ୍ତି ମନୋଜ କଶ୍ୟପ ।
ସେ ତାଙ୍କ ଚିଠିରେ ଲେଖିଛନ୍ତି, ଦିବଙ୍ଗତ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ନେଇ ମୋଦିଙ୍କ ଟିପ୍ପଣୀ ତାଙ୍କୁ ଆଘାତ ଦେଇଛି । ରାଜୀବ ଗାନ୍ଧୀ ତାଙ୍କ ଶାସନ କାଳରେ ଭୋଟରଙ୍କ ବୟସ ସୀମା 18କୁ ଖସାଇଥିଲେ । ଏଥିସହ ଦେଶରେ ପଞ୍ଚାୟତିରାଜ ସମିତି ଓ କମ୍ୟୁଟରକରଣୀ କରିଥିଲେ ବୋଲି ଚିଠି ମାଧମ୍ୟମରେ ଜଣାଇଛନ୍ତି କଶ୍ୟପ ।
ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି, ଦିବଙ୍ଗତ ଅଟଳ ବିହାରୀ ବାଜପେୟୀ ମଧ୍ୟ ତାଙ୍କ ଆର୍ଟିକିଲରେ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ । ତେବେ ରାଜୀବ ଗାନ୍ଧୀଙ୍କୁ ଏନେଇ ଯଦି କେହି ଅପମାନ କରେ, ତେବେ ଏହା ତାଙ୍କୁ ହତ୍ୟା କରିବା ସହ ସମାନ ବୋଲି କଶ୍ୟପ କହିଛନ୍ତି ।
ରାଜୀବ ଗାନ୍ଧୀ ଆମେଥି ଲୋକ ଓ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟରେ ରହିଛନ୍ତି, ତେଣୁ ତାଙ୍କ ବିରୋଧରେ ଏଭଳି କୌଣସି ଟିପ୍ପଣୀ ଗ୍ରହଣୀୟ ନୁହେଁ । ଏଥିସହ ସେ ଲେଖିଛନ୍ତି ଏହା କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିବା ବେଳେ ଏହା ରାଜନେତାଙ୍କ ସହ ତାଙ୍କର ଭାବନାତ୍ମକ ଜଡିତ ରହିଛି ।