ETV Bharat / bharat

ହାଥରସ ମାମଲାର ସିବିଆଇ ଯାଞ୍ଚରେ ନଜର ରଖିବ ଆହ୍ଲାବାଦ ହାଇକୋର୍ଟ - ହାଥରସ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ

ହାଥରସ ଗଣଦୁଷ୍କର୍ମ ମାମଲାର ଶୁଣାଣି ରାଜ୍ୟ ବାହରକୁ ସ୍ଥାନାନ୍ତର କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ସିବିଆଇ ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି, ତେଣୁ ଏଥିରେ ତୁରନ୍ତ ହସ୍ତାନ୍ତରର ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ପ୍ରକାଶ କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Allahabad High Court will look into the CBI probe into the Hathras case
ହାଥରସ ମାମଲାର ସିବିଆଇ ଯାଞ୍ଚ ଉପରେ ନଜର ରଖିବ ଆହ୍ଲାବାଦ ହାଇକୋର୍ଟ: ସୁପ୍ରିମକୋର୍ଟ
author img

By

Published : Oct 27, 2020, 3:56 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ଯାଞ୍ଚରେ ନଜର ରଖିବ ଆହ୍ଲାବାଦ ହାଇକୋର୍ଟ । ଏଥିସହ ବର୍ତ୍ତମାନ ମାମଲାର ଶୁଣାଣି ରାଜ୍ୟ ବାହାରକୁ ସ୍ଥାନାନ୍ତର କରାଯିବ ନାହିଁ । ଏନେଇ ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ପ୍ରକାଶ କରିଥିବା ସୂଚନା ମିଳିଛି ।

ସୁପ୍ରିମକୋର୍ଟ ବର୍ତ୍ତମାନ ମାମଲାର ଶୁଣାଣି ରାଜ୍ୟ ବାହରକୁ ସ୍ଥାନାନ୍ତର କରିବାକୁ ମନା କରିଦେଇଛନ୍ତି ଏବଂ ମାମଲାର ତଦନ୍ତ ଶେଷ ହେବା ପରେ ଏହାର ଶୁଣାଣି ସ୍ଥାନାନ୍ତର ବୋଲି ବିବେଚନା କରାଯାଇପାରେ । ଏଥିସହ ଆହ୍ଲାବାଦ ହାଇକୋର୍ଟ ବର୍ତ୍ତମାନ ଏହି ମାମଲାରେ ନଜର ରଖିବ । ତେବେ ଜଷ୍ଟିସ ଏସଏ ବୋବଡେଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।

ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ସିବିଆଇ ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି, ତେଣୁ ଏଥିରେ ତୁରନ୍ତ ହସ୍ତାନ୍ତରର ଆବଶ୍ୟକତା ନାହିଁ । ଅନ୍ୟ ସମସ୍ତ ବିଷୟ ଉପରେ ମଧ୍ୟ ହାଇକୋର୍ଟ ନଜର ରଖିଛନ୍ତି । ଶୁଣାଣି ସମୟରେ ୟୁପି ସରକାର ଦେଇଥିବା ଆଫିଡେଭିଟକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି । ଯେଉଁଥିରେ ପୀଡିତାଙ୍କ ପରିବାର, ଏହି ମାମଲା ସହ ଜଡିତ ସାକ୍ଷୀଙ୍କୁ ଦୃଢ ସୁରକ୍ଷା ଯୋଗାଇ ଦିଆଯିବା ଲାଗି ରାଜ୍ୟ ସରକାର ଦାବି କରିଛନ୍ତି । ଏଥିସହ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ମଧ୍ୟ ଦାବି କରାଯାଇଥିଲା ।

ମାମଲାରେ ଆହ୍ଲାବାଦ ହାଇକୋର୍ଟ ନଜର ରଖିଛନ୍ତି, ତେଣୁ ସୁପ୍ରିମକୋର୍ଟଙ୍କ ହସ୍ତାନ୍ତର ଏଥିରେ ଆବଶ୍ୟକ ନାହିଁ । ତେବେ ବର୍ତ୍ତମାନ ମାମଲାର ଯାଞ୍ଚ କରାଯାଉଛି, ଏଣୁ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ କିମ୍ବା ଅନ୍ୟ ସ୍ଥାନରେ ଶୁଣାଣିକୁ ସ୍ଥାନାନ୍ତର କରିବା ସଂପର୍କରେ ବିଚାର କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନା ଥାଉ କି ଗତ ସେପ୍ଟେମ୍ବର 14 ତାରିଖରେ ଉତ୍ତରପ୍ରଦେଶର ଜଣେ ଦଳିତ ଯୁବତୀକୁ ଗଣଦୁଷ୍କର୍ମ କରାଯାଇଥିଲା । ପରେ ସେପ୍ଟେମ୍ବର 29 ତାରିଖରେ ପୀଡିତାର ମୃତ୍ୟୁ ଘଟିଥିଲା । ରାତ୍ରି ସମୟରେ ପରିବାର ଲୋକଙ୍କ ବିନା ଅନୁମତିରେ ପୋଲିସ ପୀଡିତାଙ୍କ ମୃତଦେହର ଅନ୍ତିମ ସଂସ୍କାର କରିଥିଲା ତେବେ ଏହାକୁ ନେଇ ବିଭିନ୍ନ ମହଲରୁ ବିବାଦ ଉପୁଜିଥିଲା । ପରେ ବିଚାର ପାଇଁ ମାମଲାଟିର ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.