ETV Bharat / bharat

କୋରୋନା ମୁକାବିଲା; ବିଜେପି ସାଂସଦ ବିଧାୟକ ଦେବେ ଏକ ମାସର ଦରମା

କୋରୋନା ମୁକାବିଲା ପାଇଁ ଏକ ମାସର ଦରମା ସରକାରଙ୍କ ରିଲିଫ ଫଣ୍ଡକୁ ଦାନ କରିବେ ବିଜେପି ସାଂସଦ ବିଧାୟକ । ଏହାବାଦ ଆଉ କଣ ରହିଛି ସଭାପତିଙ୍କ ନିର୍ଦ୍ଦେଶ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Mar 28, 2020, 6:00 PM IST

BJP
BJP

ନୂଆଦିଲ୍ଲୀ: ମହାମାରୀ କୋରୋନା ବିରୋଧରେ ଜୋରଦାର ଲଢେଇ କରୁଛି ହିନ୍ଦୁସ୍ତାନ । ସାରାଦେଶ କୋଭିଡ-19 ବିରୋଧରେ ଏକାଠି ହୋଇ ସଂଗ୍ରାମ କରୁଥିବା ବେଳେ ଏଥିପାଇଁ ଆବଶ୍ୟକ ହେଉଛି ଅର୍ଥ । ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କ ସମେତ ରାଜ୍ୟ ସରକାର ମାନେ ଦାନ ଆହ୍ବାନ କରିଛନ୍ତି । ଯାହା କେବଳ ଭାରତୀୟ ମାନେ ହିଁ କରିପାରିବେ ।

ସରକାରଙ୍କ ଆହ୍ବାନ ପରେ କୋଭିଡ-19 ବିରୋଧରେ ସଂଗ୍ରାମ ପାଇଁ ଅନେକ ସଂସ୍ଥା, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବିଶିଷ୍ଟ ବ୍ୟକ୍ତି ଓ ରାଜନେତା ଜାତୀୟ ଓ ରାଜ୍ୟ ରିଲିଫ ପାଣ୍ଠିକୁ ଦାନ କରୁଛନ୍ତି । ଏଥିରେ ଆଜି( ଶନିବାର) ସାମିଲ ହୋଇଛି ଭାରତୀୟ ଜନତା ପାର୍ଟି (ବିଜେପି) । ଦଳର ଜାତୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆଜି ସମସ୍ତ ଦଳୀୟ ସାଂସଦ ଓ ବିଧାୟକ ମାନେ ସେମାନଙ୍କର ଏକ ମାସର ଦରମା କୋରୋନା ମୁକାବିଲା ପାଇଁ ସରକାରଙ୍କୁ ଦାନ କରିବେ ବୋଲି ଘୋଷଣା କରିଛନ୍ତି । ଏହାବାଦ ଦଳର ସମସ୍ତ ସାଂସଦ ମାନେ ସେମାନଙ୍କର ସାଂସଦ ପାଣ୍ଠି( ଏମପି ଲାଡ)ରୁ ଏକ କୋଟି ଟଙ୍କା କୋରୋନା ମୁକାବିଲାରେ ଖର୍ଚ୍ଚ କରିବେ ।

ଏହି ଏକକୋଟି ଟଙ୍କା ସମ୍ପୃକ୍ତ ସାଂସଦଙ୍କ ସଂସଦୀୟ କ୍ଷେତ୍ର ଓ ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବେ ବୋଲି ନଡ୍ଡା ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.