ETV Bharat / bharat

ଆଶ୍ବସ୍ତ ଦିଲ୍ଲୀବାସୀ, 15 ଦିନ ପରେ ସୁଧୁରିଲା ବାୟୁ ଗୁଣବତ୍ତା

author img

By

Published : Nov 17, 2020, 10:28 AM IST

ଧୀରେ ଧୀରେ ସୁଧୁରୁଛି ଦିଲ୍ଲୀ ବାୟୁ ଗୁଣବତ୍ତା । ହାଲୁକା ବର୍ଷା ଏବଂ ଅନୁକୂଳ ପବନର ବେଗ ଯୋଗୁଁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦ ଏବଂ ଗୁରୁଗାଓଁରେ ବାୟୁ ଗୁଣବତ୍ତା ଯଥେଷ୍ଟ ଉନ୍ନତ ସ୍ତରରେ ପହଁଚିଛି । ଅଧିକ ପଢନ୍ତୁ...

ଆସ୍ବସ୍ଥ ଦିଲ୍ଲୀବାସୀ, 15 ଦିନ ପରେ ସୁଧୁରିଲା ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ: ଧୀରେ ଧୀରେ ସୁଧୁରୁଛି ଦିଲ୍ଲୀ ବାୟୁ ଗୁଣବତ୍ତା । ପ୍ରଦୂଷଣ ହ୍ରାସ ପାଇବା ସହ ପରିସ୍ଥିତି ଟ୍ରାକକୁ ଫେରୁଛି । ଶାନ୍ତିରେ ନିଶ୍ବାସ ନେଉଛନ୍ତି ଦିଲ୍ଲୀବାସୀ । ହାଲୁକା ବର୍ଷା ଏବଂ ଅନୁକୂଳ ପବନର ବେଗ ଯୋଗୁଁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦ ଏବଂ ଗୁରୁଗାଓଁରେ ବାୟୁ ଗୁଣବତ୍ତା ଯଥେଷ୍ଟ ଉନ୍ନତ ସ୍ତରରେ ପହଁଚିଛି । ଏବଂ ଦୀର୍ଘ 15 ଦିନ ପରେ ନିମ୍ନ ସ୍ତରର ବାୟୁ ଗୁଣବତ୍ତା ବଦଳିଛି ।

ସହରର 24 ଘଣ୍ଟାରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 221 କୁ ଉନ୍ନତ ହୋଇଛି, ଯାହା 'ନିମ୍ନ' ବର୍ଗରେ ଅଛି । ନଭେମ୍ବର 15 ରେ ଏହା 435 ଏବଂ ନଭେମ୍ବର 14 ରେ 414 ଥିଲା | ଶେଷ ଥର ପାଇଁ ଦିଲ୍ଲୀର AQI 'ନିମ୍ନ' ଶ୍ରେଣୀରେ ନଭେମ୍ବର 2 ରେ ରେକର୍ଡ କରାଯାଇଥିଲା । ସେହିପରି ଏକ୍ୟୁଆଇ ସନ୍ଧ୍ୟା 6 ଟା ସୁଦ୍ଧା 'ମଧ୍ୟମ' ବର୍ଗରେ ପହଞ୍ଚିଥିଲା ।

ଅନ୍ୟପକ୍ଷରେ, ନଭେମ୍ବର 16 ରେ ଅପରାହ୍ନ 4 ଟାରେ ହାରାହାରି 24 ଘଣ୍ଟିଆ AQI ଫରିଦାବାଦରେ 186, ଗାଜିଆବାଦରେ 207, ଗ୍ରେଟର ନୋଏଡାରେ 226, ନୋଏଡାରେ 243 ଏବଂ ଗୁରୁଗାଓଁରେ 246 ଥିଲା । ନଭେମ୍ବର 15 ରେ, ଗାଜିଆବାଦରେ ଏହା 448, ନୋଏଡାରେ 441, ଗ୍ରେଟର ନୋଏଡାରେ 417, ଗୁରୁଗାଓଁରେ 425 ଏବଂ ଫରିଦାବାଦରେ 414 ଥିଲା ।

ଦିଲ୍ଲୀ ପାଇଁ କେନ୍ଦ୍ର ସରକାରଙ୍କ ଏୟାର କ୍ୱାଲିଟି ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ କହିଛି ଯେ ବର୍ଷା ଓ ପ୍ରବଳ ପବନ ହେତୁ ଦିୱାଲୀ ପରେ AQI ଯଥେଷ୍ଟ ଉନ୍ନତ ହୋଇଛି ଏବଂ ମଙ୍ଗଳବାର ଦିନ 'ମଧ୍ୟମ' ବର୍ଗରେ ରହିବାର ସମ୍ଭାବନା ରହିଛି । ବାୟୁ ଗୁଣବତ୍ତା ସାମାନ୍ୟ ଖରାପ ହୋଇ ବୁଧବାର ଦିନ 'ନିମ୍ନ ଶ୍ରେଣୀକୁ ଆସିବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.