ETV Bharat / bharat

ଗାନ୍ଧୀଙ୍କ ଆଦର୍ଶ ଆପଣାଇଲେ ଶେଷ ହେବ ହିଂସା: ଶିକ୍ଷାାମନ୍ତ୍ରୀ - ଗାନ୍ଧିଙ୍କ ଆଦର୍ଶ ଆପଣାଇଲେ ଶେଷ ହେବ ହିଂସା

ଦିଲ୍ଲୀର ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ସ୍କୁଲ ଶିକ୍ଷା ଏବଂ ସ୍ବାକ୍ଷରତା ବିଭାଗ ଦ୍ବାରା ଏକ ବଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଛାତ୍ରଛାତ୍ରୀଙ୍କୁ ଗାନ୍ଧୀଙ୍କ ନିତୀ ଓ ଆଦର୍ଶ ବିଷୟରେ ବୁଝାଇଥିଲେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 1, 2019, 10:10 PM IST

ନୂଆଦିଲ୍ଲୀ: ମହାତ୍ମାଗାନ୍ଧିଙ୍କ 150 ତମ ଜୟନ୍ତୀ ଅବସରରେ ସମଗ୍ର ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ (HRD)ରେ ମଙ୍ଗଳବାର ଦିଲ୍ଲୀର ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟର ସ୍କୁଲ ଶିକ୍ଷା ଏବଂ ସ୍ବାକ୍ଷରତା ବିଭାଗ ଦ୍ବାରା ଏକ ବଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ଶତାଧିକ ସ୍କୁଲ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ଅବସରରେ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ସିଧାସଳଖ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ସେ ଛାତ୍ରଛାତ୍ରୀମାନଙ୍କୁ ସତ୍ୟ, ଅହିଂସା ଓ ଏରକତା ମାର୍ଗରେ ପରିଚାଳିତ ହେବାକୁ ବୁଝାଇଥିଲେ ।

ଏହା ବ୍ୟତୀତ ଶିକ୍ଷା ମନ୍ତ୍ରୀ 4ଟି ରାଜ୍ୟର ଛାତ୍ରଛାତ୍ରୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ବାର୍ତ୍ତା ଦେଇଥିଲେ । ଏହି ଛାତ୍ରମାନଙ୍କ ମଧ୍ୟରେ ଆସାମ, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ରାଜସ୍ଥାନ ଛାତ୍ରଛାତ୍ରୀ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମ ଜରିଆରେ ବିଦ୍ୟାର୍ଥୀ ମାନଙ୍କୁ ମଧ୍ୟ ପ୍ରଶ୍ନ ପଚାରିବାର ସୁଯୋଗ ମିଳିଥିଲା ।

ନୈତିକ ଶିକ୍ଷାକୁ ପାଠ୍ୟ କାର୍ଯ୍ୟକ୍ରମରେ ଯୋଡିବାକୁ ଶିକ୍ଷା ମନ୍ତ୍ରୀଙ୍କୁ ପଚାରିବାରୁ ସେ କହିଲେ ଯେ, ନୂତନ ଶିକ୍ଷା ନିତିରେ ସେ ଏହା ଉପରେ ନିଶ୍ଚୟ ବିଚାର କରିବେ । ନିଶଙ୍କ ଦୁନିଆସାରା ବ୍ୟାପିଥିବା ଆତଙ୍କବାଦ ଓ ବଢୁଥିବା ହିଂସା ଉପରେ ମଧ୍ୟ କଥାହୋଇଥିଲେ । ଏହି ପରିପେକ୍ଷିରେ ସେ କହିଥିଲେ ଯେ, ସମଗ୍ର ଦୁନିଆକୁ ଗାନ୍ଧିଙ୍କର ଆବଶ୍ୟକତା ରହିଛି । ଗାନ୍ଧିଙ୍କ ଆଦର୍ଶକୁ ଲୋକ ନିଜ ନିଜର ଜୀବନରେ ସାମିଲ କରିବା ନିହାତି ଜରୁରୀ ଅଟେ । ଏହାକରିବା ଦ୍ବାରା ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ପ୍ରେମର ବୃଦ୍ଧି ଘଟିବ ଆଉ ହିଂସା ଦୂରେଇବ।

Intro:Body:

ranju

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.