ଲକ୍ଷ୍ନୌ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଲକଡାଉନ ସମୟରେ ସରକାରୀ ଓ ଘରୋଇ ସ୍କୁଲ ମାନଙ୍କ ପକ୍ଷରୁ ଅନଲାଇନ ଶିକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଏନେଇ ଘରୋଇ ଅଭିଭାବକଙ୍କଠାରୁ ସ୍କୁଲ ଫି ଆଦାୟ କରୁଛନ୍ତି । ଯାହାକୁ ବିରୋଧ କରି ଉତ୍ତର ପ୍ରଦେଶର ସମାଜସେବୀ ଏବଂ ଅବିଭାବକ ଗ୍ରୁପର ପ୍ରମୁଖ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ସ୍ମାରକପତ୍ର ଦାଖଲ କରିବାକୁ ନିଷ୍ପତ୍ତି ନେଇଥିଲେ । ରବିବାର ଆଦିତ୍ୟନାଥଙ୍କ ଯୋଜନାବଦ୍ଧ ଅଯୋଧ୍ୟା ଗସ୍ତ ସମୟରେ ସେମାନେ ଏହି ସ୍ମାରକପତ୍ର ଦାଖଲ କରିବାକୁ ଯାଇଥିଲେ । ହେଲେ ସେମାନଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି ।
ଅଟକ ରଖାଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ହିନ୍ଦୁ ମହାସଭାର ଜିଲ୍ଲା ସଭାପତି ମନିଶ ପାଣ୍ଡେ, ଜିଲ୍ଲା ଅଭିଭାବକ କମିଟିର ସଭାପତି ନୱାବ ସିଂହ , ଧରମ ସେନା ସଭାପତି ସନ୍ତୋଷ ଦୁବେ ଏବଂ ସ୍ଥାନୀୟ କଂଗ୍ରେସ ନେତା ଶରଦ ଶୁକ୍ଲା ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ସେମାନଙ୍କୁ ନିଜ ନିଜ ଘରେ ଅଟକ ରଖାଯାଇଥିବା ଅଯୋଧ୍ୟା ଡେପୁଟି ପୋଲିସ ଅଧୀକ୍ଷକ ଅରବିନ୍ଦ ଚୌରାସିଆ କହିଛନ୍ତି ।
ଏହି କାର୍ଯ୍ୟକର୍ତ୍ତାମାନେ ଲକଡାଉନ ଯୋଗୁଁ ସ୍କୁଲ ଫି ଛାଡ କରିବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିବାକୁ ଯୋଜନା କରିଥିଲେ। ଲକଡାଉନ ଯୋଗୁଁ ସମସ୍ତ ଅଭିଭାବକଙ୍କ ଆର୍ଥିକ ଅବସ୍ଥା ବିଗିଡି ଯାଇଛି । ତେଣୁ ଫି ଛାଡ କରିବାକୁ ଘରୋଇ ବିଦ୍ୟାଳୟ ମାଲିକଙ୍କୁ ନିବେଦନ କରିବାକୁ ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିବାକୁ ଚାହୁଁଛୁ ବୋଲି ପାଣ୍ଡେ କହିଛନ୍ତି ।