ନୂଆଦିଲ୍ଲୀ: ଜେଏନୟୁରେ ଜାନୁଆରୀ 5 ତାରିଖରେ ହୋଇଥିବା ହିଂସାକାଣ୍ଡ ବିରୋଧରେ ଆନ୍ଦୋଳନ କରିିଛି ଛାତ୍ର ସଙ୍ଗଠନ ଏବିଭିପି। ପ୍ରଦର୍ଶନକାରୀ 'ରେଡ ଟେରର ଡାଉନ ଡାଉନ' ଏବଂ ଆମ ଆଧ୍ୟୟନକୁ ପୁନଃ ପ୍ରାପ୍ତ କରାଯାଉ ବୋଲି ଲେଖାଥିବା ପୋଷ୍ଟର ଧରି ଜେଏନୟୁ ପରିସରରେ ପରିକ୍ରମା କରିଛନ୍ତି । ସାବରମତୀ ଟି-ପଏଣ୍ଟରୁ ଏକ ରାଲି ବାହାର କରି ସେମାନେ ବିଶ୍ବବିଦ୍ୟାଳୟର ମୁଖ୍ୟଦ୍ବାର ଅଭିମୁଖେ ଯାଇଥିଲେ । ଏହି ସମୟରେ ସେମାନଙ୍କ ସହ ପୋଲିସ କର୍ମଚାରୀଙ୍କୁ ସାଧା ପୋଷାକରେ ଦେଖିବାକୁ ମିଳିଥିଲା।
ଗତ ରବିବାର ରାତିରେ କେତେକ ମୁଖାପିନ୍ଧା ଦୁର୍ବୃତ୍ତ ଲାଠି ଓ ଲୁହାଛଡ଼ ସହ ଜେଏନୟୁରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ପାଇଁ ବାମପନ୍ଥୀ ଛାତ୍ର ସଙ୍ଗଠନ ଏସଏଫଆଇ ଓ ବିଜେପି ସମ୍ପର୍କିତ ଛାତ୍ରସଂଘ ଏବିଭିପି ପରସ୍ପରକୁ ଦୋଷ ଦେଉଛନ୍ତି।