ହାଇଦ୍ରାବାଦ: ଆଜିର ଯୁଗରେ ଏକାଠି ରହିବା ଯୁବପିଢିଙ୍କ ପାଇଁ ପ୍ରାଥମିକତା ପାଲଟିଛି । ଲିଭ୍ ଇନ ହେଉ ଅବା ମ୍ୟୁଚାଲ, ପାର୍ଟନରଙ୍କ ସହ ରହିବା ଏବଂ ତାଙ୍କୁ ବୁଝିବାକୁ ସମସ୍ତେ ଚାହୁଁଛନ୍ତି । ଲାଇଫ୍ ଟାଇମ ସାଙ୍ଗରେ ରହିବା ଆଗରୁ ପ୍ରଥମେ ଉଭୟ ପରସ୍ପରକୁ ଜାଣିବାକୁ ଚାହାନ୍ତି ।
ହେଲେ ଏପରି ସମୟରେ ଅଫିସ ଚାପ ହେଉ ଅବା ଲାଇଫଷ୍ଟାଇଲ, ଅନେକ ଲୋକ ଏକାଠି ରହିପାରୁନାହାନ୍ତି । ନୂଆ ଚାକିରୀ ପାଇଁ ଅଲଗା ଅଲଗା ରହିବାକୁ ବାଧ୍ୟ ହେଉଛନ୍ତି । ସମାନ ସହରରେ ଚାକିରୀ ନକରିବା ମଧ୍ୟ ଏକ ସମସ୍ୟା । ଯୁବପିଢି ପାଇଁ ଏହା ଏକ କଷ୍ଟକର ସମୟ କାହିଁକିନା ପାର୍ଟନରଙ୍କଠାରୁ ଅଲଗା ରହିବାର ଦୁଃଖ ସେମାନଙ୍କୁ ଘାରିଥାଏ । ତେବେ ଅଲଗା ରହିବା ପରୋକ୍ଷରେ ଏକ ଆଶୀର୍ବାଦ ବୋଲି ରିସର୍ଚ୍ଚରମାନେ କହିଛନ୍ତି ।
ନିକଟରେ ଆମେରିକାର ୟୁନିଭର୍ସିଟି ଅଫ୍ କୋଲୋରାଡୋରେ ଏହା ଉପର ଏକ ରିସର୍ଚ୍ଚ ହୋଇଛି । ଏଥିରେ ଦର୍ଶାଯାଇଛି ଯେ ଅନୁପସ୍ଥିତି ଲୋକଙ୍କ ମଧ୍ୟରେ ଉତ୍ସାହ ବଢାଇଥାଏ । ପାର୍ଟନରର ଅନୁପସ୍ଥିତି ଫଳରେ ତାଙ୍କର ଅଭାବକୁ ଅନୁଭବ କରିହୁଏ । ଏହା ଆମ ମାନସିକ ସ୍ତରରେ ଏକ ଇମୋସନାଲ ପ୍ରଭାବ ପକାଇଥାଏ । ରିସର୍ଚ୍ଚ ଅନୁସାରେ ଏହାର ପ୍ରଭାବ ଶରୀର ଭିତର ହରମୋନ୍ ଓ କୋଷ ଉପରେ ପଡିଥାଏ । ଯାହାଦ୍ବାରା ଆମ ଭିତରେ ଏକ ଉତ୍ସାହ ବଢିଥାଏ । ଏହା ଶାରୀରିକ ଓ ମାନସିକ ସ୍ତରରେ ପ୍ରଭାବ ପକାଇଥାଏ ଯାହା ଆମକୁ ପାର୍ଟନରଙ୍କ ପାଇଁ ଉତ୍ସାହ ବଢାଇଥାଏ ।
ଅନୁପସ୍ଥିତି ରହିବା ଦ୍ବାରା ପାର୍ଟନରଙ୍କ ପ୍ରତି ଅଧିକ ଇଚ୍ଛା ସୃଷ୍ଟି ହୋଇଥାଏ । ଯଦି ଶାରୀରିକ ସ୍ତରରେ କୌଣସି ସମ୍ପର୍କ ଥାଏ ତେବେ ଏହା ଶରୀରରେ ଏକ ହରମୋନ କ୍ଷରଣ କରେ । ଯାହା ମନରେ ଇଚ୍ଛାଶକ୍ତି ଅଧିକ ସୃଷ୍ଟି କରେ । ମାନସିକ ସ୍ତରରେ ପାର୍ଟନରଙ୍କ ଅନୁପସ୍ଥିତ ନେଇ ଏହି ହରମୋନ୍ ପ୍ରଭାବ ପକାଏ । ଫଳରେ ଆମେ ତାଙ୍କ ପ୍ରତି ଅଧିକ ଆସକ୍ତି ହୋଇଥାଉ । ସେଥିପାଇଁ ଅନୁପସ୍ଥିତିକୁ ଅଧିକ ଅନୁଭବ କରୁ ବୋଲି ରିସର୍ଚ୍ଚର କହିଛନ୍ତି ।