ETV Bharat / bharat

ପୁଣି ଫେରିଲେ ପଙ୍ଗପାଳ ଦଳ, ନଷ୍ଟ କରୁଛନ୍ତି ଫସଲ - ପୁଣି ଫେରିଲେ ପଙ୍ଗପାଳ ଦଳ, ନଷ୍ଟ କରୁଛନ୍ତି ଫସଲ

ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ପଙ୍ଗପାଳ ଆକ୍ରମଣ । ନଷ୍ଟ କରୁଛନ୍ତି ଫସଲ, ଚିନ୍ତାରେ ଚାଷୀ। କ୍ଷେତକୁ ପଙ୍ଗପାଳର ଆକ୍ରମଣରୁ ରକ୍ଷା କରିବା ପାଇଁ କରାଯାଉଛି ରାସାୟନିକ ସ୍ପେ । ଅଧିକ ପଢନ୍ତୁ...

A swarm of locusts attacked trees and crops in two villages in Charkhari area of Uttar Pradesh's Mahoba district
ପୁଣି ଫେରିଲେ ପଙ୍ଗପାଳ ଦଳ, ନଷ୍ଟ କରୁଛନ୍ତି ଫସଲ
author img

By

Published : Jun 21, 2020, 9:47 AM IST

ଲକ୍ଷ୍ମୌ : ପୁଣି ଫେରିଲେ ପଙ୍ଗପାଳ ଦଳ । ସାରାବିଶ୍ବରେ ମହାମାରୀ କୋରୋନା ତାଣ୍ଡବ ରଚୁଥିବା ବେଳେ ଏବେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଚାଷୀଙ୍କୁ ଘାରିଛି ପଙ୍ଗପାଳ ଚିନ୍ତା । ଉତ୍ତରପ୍ରଦେଶର ମହୋବା ଜିଲ୍ଲାର ଚାରଖରୀ ଅଞ୍ଚଳର ଦୁଇଟି ଗାଁରେ ପଙ୍ଗପାଳ ଗଛ ଓ ଫସଲ ଉପରେ ଆକ୍ରମଣ କରିଛନ୍ତି । ତେବେ ଗ୍ରାମବାସୀ ଡ୍ରମ୍ ଏବଂ ଅନ୍ୟାନ୍ୟ ଉପାୟ ବ୍ୟବହାର କରି ପଙ୍ଗପାଳ ଦଳଙ୍କୁ ଘଉଡାଇବା ସହ ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦେଇଥିଲେ ବୋଲି କୃଷି ବିଭାଗର ଡେପୁଟି ଡାଇରେକ୍ଟର ଜି ରାମ କହିଛନ୍ତି । ତେବେ ବିଭାଗୀୟ ଅଧିକାରୀମାନେ ଗାଁରେ ପହଞ୍ଚି ପଙ୍ଗପାଳ ଥିବା ଗଛ ଓ କ୍ଷେତ ଉପରେ ରାସାୟନିକ ସ୍ପେ କରିଥିଲେ । ଫଳରେ ଶହ ଶହ ପଙ୍ଗପାଳ ମୃତ୍ୟୁବରଣ କରିଥିଲେ ।

ସେହିପରି, ପଙ୍ଗପାଳ ଦଳ ଏଟଓ୍ବା ଗାଁରେ ମଧ୍ୟ ପ୍ରବେଶ କରିଥିଲେ । ତେବେ ଗତ 5 ଦିନ ଧରି ପଙ୍ଗପାଳ ମହୋବା ଜଙ୍ଗଲରେ ରହି ବିଭିନ୍ନ ଗାଁକୁ ଆକ୍ରମଣ କରୁଛନ୍ତି । ଏନେଇ ଗ୍ରାମବାସୀ, କୃଷକ ସଚେତନ ରହିଥିବା ବେଳେ ଅଗ୍ନିଶମ ବିଭାଗ ଓ କୃଷି ବିଭାଗ ପଙ୍ଗପାଳଙ୍କୁ ଘଉଡାଇବା ପାଇଁ ପୁରା ସତର୍କ ରହିଛନ୍ତି ବୋଲି କହିଛନ୍ତି କୃଷି ବିଭାଗର ଡେପୁଟି ଡାଇରେକ୍ଟର।

ସୌଜନ୍ୟ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.