ETV Bharat / bharat

ଅନ୍ଧବିଶ୍ବାସ କବଳରେ ଶିକ୍ଷିତ ପରିବାର: ପୁତୁରାକୁ ଶିକ୍ଷକଙ୍କ ବଳି ଉଦ୍ୟମ - superstition

ଆସାମର ଉଦଲଗୁରୀ ଜିଲ୍ଲାରେ ଅନ୍ଧବିଶ୍ବାସର ଜାଲରେ ପଡି ଜଣେ ବିଜ୍ଞାନ ଶିକ୍ଷକ ପରିବାର ସହ ମିଶି ନିଜ 3 ବର୍ଷର ପୁତୁରାକୁ ବଳି ଦେଇଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Jul 6, 2019, 11:59 PM IST

ଗୌହାଟି: ଆସାମର ଉଦଲଗୁରୀ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅନ୍ଧବିଶ୍ବାସର ଜାଲରେ ପଡି ଜଣେ ବିଜ୍ଞାନ ଶିକ୍ଷକ ପରିବାର ସହ ମିଶି ନିଜ 3 ବର୍ଷର ପୁତୁରାକୁ ବଳି ଦେଇଥିବା ଅଭିଯୋଗ ହୋଇଛି । ତେବେ ଆଶ୍ଟର୍ଯ୍ୟର କଥା ହେଉଛି ଏହି ଅମାନବୀୟ କାଣ୍ଡରେ ଶିଶୁର ମା-ବାପା ମଧ୍ୟ ସାମିଲ ଥିଲେ । ସେମାନେ ନିଜ ଆଧ୍ୟାତ୍ମିକ ଉଦେଶ୍ୟକୁ ପୂରଣ କରିବା ପାଇଁ ସ୍ବ-ଇଚ୍ଛାରେ ନିଜ ପୁଅର ବଳି ଦେବାକୁ ରାଜି ହୋଇଯାଇଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସୂଚନା ଅନୁଯାୟୀ, ବିଜ୍ଞାନ ଶିକ୍ଷକ ଯାଦବ ସହରିଆଙ୍କର ଝିଅ ଆତ୍ମହତ୍ୟା କରିବା ପରେ ସେମାନଙ୍କ ସ୍ଥିତି ବିଗିଡିବାରେ ଲାଗିଥିଲା । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମାନବ ଶିଶୁ ବଳି ଦେବାକୁ କେହି ଜଣେ ସେମାନଙ୍କୁ ଉପଦେଶ ଦେଇଥିଲା । ଏହା ପରେ ଯାଦବ ନିଜ ପତ୍ନୀ, ଶାଳି, ସଡୁ ଏବଂ ପୁଅ ସହ ମିଶି ଶିଶୁଟିକୁ ବଳି ଦେଉଥିଲେ । ସେମାନେ ଉଲଗ୍ନ ହୋଇ ଏହି କାଣ୍ଡ କରୁଥିବା ବେଳେ ଏହି ଘଟଣା ସମ୍ବନ୍ଧରେ ତାଙ୍କ ପଡୋଶୀ ଜାଣିବାକୁ ପାଇଥିଲେ । ସେମାନେ ଶିଶୁଟିକୁ ଉଦ୍ଧାର କରିବାକୁ ଯିବାରୁ ଯାଦବ ସହରିଆ ଏବଂ ତାଙ୍କ ପରିବାର ସେମାନଙ୍କ ଉପରକୁ ଆକ୍ରମଣ କରିଥିଲେ । ତେବେ ଉପାୟହୀନ ହୋଇ ସେମାନେ ପୋଲିସ ଏବଂ ସିଆରପିଏଫକୁ ଫୋନ୍‌ କରିଥିଲେ । ପୋଲିସ ଏବଂ ସିଆରପିଏଫ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିବା ସହ ସେମାନଙ୍କୁ ଗିରଫ କରିଥିଲେ ।

ପରିବାରର ସମସ୍ତେ ଶିକ୍ଷିତ ହେବା ସହ ସେମାନଙ୍କ ମଧ୍ୟରୁ ଜଣେ ମେଡିକାଲ ନର୍ସ ଭାବେ କାର୍ଯ୍ୟରତ ଥିଲେ । ତେବେ ସଭ୍ୟସମାଜରେ ଶିକ୍ଷିତ ଏବଂ ବିଜ୍ଞାନର ଜ୍ଞାନ ରଖୁଥିବା ପରିବାରର ଏଭଳି ଜଘନ୍ୟ ଏବଂ ଅମାନବୀୟ କାଣ୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Intro:ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକରେ ବିଦ୍ୟୁତବିଭ୍ରାଟ କୁ ନେଇ SUCIପଖ୍ୟରୁ ସେଶୁ କାର୍ଯ୍ୟାଳୟ ସମୁଖରେ ବିଖ୍ୟୋଭ ପଦର୍ଶନ କରିବା ସହ ଘେରଉ କରିଥିଲେ। ଫନି ଯିବାର ୩ ମାସ ବିତିଗଲାଣି କନ୍ତୁ କେତେକ ଗ୍ରାମକୁ ବିଜୁଳି ସଞୋଗ କରାଜାଇ ନାହିଁ। କେତେକ ଜାଗାରେ ଘଣ୍ଟାଘଣ୍ଟା ଧରି ବିଜୁଳି କାଟ କରାଯାଉଥିବା ସଂଘଠନ ଅଭିଯୋଗ କରିଛି। ବିଜୁଳି ସଂଯୋଗ କରିବା ଓ ଅଘୋସିତ କାଟ ନ କରିବା ପାଇଁ ସେସୁ ଅଧିକାରୀ ପ୍ରତିସୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଛିBody:AVO Conclusion:AVO

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.