ETV Bharat / bharat

କର୍ଣ୍ଣାଟକରେ କୋରୋନା ସ୍କ୍ରିନିଂ, 4 ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର - କର୍ଣ୍ଣାଟକରେ 98 ହଜାର ଲୋକଙ୍କୁ କୋରୋନା ସ୍କ୍ରିନିଂ

କର୍ଣ୍ଣାଟକରେ ବର୍ତ୍ତମାନ ସୁଦ୍ଧା 98 ହଜାର 4ଶହ ଏକ ଜଣ ଯାତ୍ରୀଙ୍କ କୋରୋନା ସ୍କ୍ରିନିଂ କରାଯାଇଛି । ସେଥିରୁ 4 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

98,401 passengers have been screened in Karnataka, All Four COVID-19 cases are stable
କର୍ଣ୍ଣାଟକରେ 98 ହଜାର ଲୋକଙ୍କୁ କୋରୋନା ସ୍କ୍ରିନିଂ, 4 ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର
author img

By

Published : Mar 11, 2020, 5:40 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବର୍ତ୍ତମାନ ସୁଦ୍ଧା 98 ହଜାର 4ଶହ ଏକ ଜଣ ଯାତ୍ରୀଙ୍କୁ କୋରୋନା ପାଇଁ ସ୍କ୍ରିନିଂ କରାଯାଇଛି । ସେହିଭଳି ସେଥିରୁ 4 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତ 4 ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେମାନଙ୍କୁ ସ୍ବତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ।

ପ୍ରମୁଖ ଭାବରେ ବିମାନବନ୍ଦର ଦେଇ ବିଦେଶରୁ ଫେରିଥିବା ଯାତ୍ରୀଙ୍କ ସ୍କ୍ରିନିଂ କରାଯାଇଛି । ତେବେ ମୋଟ 98 ହଜାର 4ଶହ ଏକ ଜଣ ଯାତ୍ରୀଙ୍କୁ କୋରୋନା ପାଇଁ ସ୍କ୍ରିନିଂ କରାଯାଇଛି । କର୍ଣ୍ଣାଟକ ସରକାର କୋରୋନା ପରିସ୍ଥିତି ଉପରେ ନଜର ରଖିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଭାରତରେ ବର୍ତ୍ତମାନ ସୁଦ୍ଧା 60 ଜଣ କୋରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ଏଥିମଧ୍ୟରେ ଡେଲ ଓ ମାଇଣ୍ଡ ଟ୍ରିର 2 କର୍ମଚାରୀ ରହିଛନ୍ତି । କର୍ମଚାରୀ ଦୁଇ ଜଣଙ୍କୁ ସ୍ବତନ୍ତ୍ର ଭାବେ ଚିକିତ୍ସା କରାଯାଉଛି । ଉଭୟ କର୍ମଚାରୀ ନିକଟରେ ବିଦେଶରୁ ଫେରିଥିଲେ । ଏହାକୁ ନେଇ ଦେଶର ସମସ୍ତ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.