ETV Bharat / bharat

ଯୋଗର କମାଲ, 80 ବୟସରେ ବି ପୁରା ଫିଟ

ଯୋଗର କମାଲ ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶ ମାଣ୍ଡଲାରେ । 80 ବୟସର ବୃଦ୍ଧ ଏବେ ବି ରହିଛନ୍ତି ପୁରା ଫିଟ । ଅଧିକ ପଢନ୍ତୁ....

80 year old man is yoga instructor in mandla
ଯୋଗର କମାଲ
author img

By

Published : Jun 18, 2020, 10:28 PM IST

ଭୋପାଳ: ମଧ୍ୟପ୍ରଦେଶ ମଣ୍ଡୱାର ଅନିଲ କୁମାର ଶୁକ୍ଲା ବୃଦ୍ଧ ବୟସ୍କରେ ବି ଏକଦମ ଯୁବକ । ଏହାର ରାଜ ହେଉଛି ଯୋଗ । ଯୋଗାଭ୍ୟାସ ଯୋଗୁଁ 80 ବର୍ଷରେ ବି ସେ ଲାଗୁଛନ୍ତି ପୁରା ଯୁବକ । ହୁଏତ ମୁଣ୍ଡର କେଶ ଧଳା ହୋଇଗଲାଣି କିନ୍ତୁ ଶରୀରରେ ଏବେ ବି ତାକତ କିଛି କମ ନାହିଁ ।

20 ବର୍ଷ ତଳେ ଚାକିରୀରୁ ଅବସର ନେଇଥିଲେ ଅନିଲ । ଏହାପରେ ସୁଗାର ଏବଂ ବ୍ଲଡ ପ୍ରେସର ଭଳି ରୋଗ ତାଙ୍କୁ ମାଡି ବସିଥିଲା । ଜ୍ବାଇଁ ତାଙ୍କୁ ପ୍ରଥମେ ଯୋଗ କରିବା ପାଇଁ କହିଥିଲେ । ଆଉ ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଥିଲା । ଆଉ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ । ପ୍ରତିଦିନ ସକାଳ 4ଟାରୁ ଉଠି ସେ ଯୋଗାଭ୍ୟାସ କରନ୍ତି । ନିଜ ସ୍ବାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତି ।

ସେ ବାବା ରାମ ଦେବଙ୍କ ଠାରୁ ଅନୁପ୍ରାଣିତ ବୋଲି କହନ୍ତି । ଦୀର୍ଘ ବର୍ଷ ଧରି ଏହି ଅଭ୍ୟାସ ଜାରି ରଖିଥିବାରୁ ସେ ଯୁବକ ଭଳି ଦିଶୁଛନ୍ତି । ବୟସ ବଢୁଛି ସିନା କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରନ୍ତି ବୋଲି କହନ୍ତି । ଏତେ ବୟସରେ ବି ନିଜ କାମ ନିଜେ ହିଁ କରନ୍ତି ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.