ETV Bharat / bharat

NEET-JEE ବନ୍ଦ ପାଇଁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ 7 ରାଜ୍ୟ - କେନ୍ଦ୍ର ସରକାର

କେନ୍ଦ୍ର ସରକାରଙ୍କ NEET-JEE ପରୀକ୍ଷା କରିବା ନିଷ୍ପତି ବିରୋଧରେ 7ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟ ଯିବେ ବୋଲି କଂଗ୍ରେସ ଶାସିତ ରାଜ୍ୟ ଏବଂ ସହଯୋଗୀ ଦଳର ନେତୃତ୍ବହ୍କ ବୈଠକରେ ନିଷ୍ପତି ହୋଇଛି । ଅଧିକ ପଢନ୍ତୁ..

NEET-JEE ବନ୍ଧ ପାଇଁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ 7 ରାଜ୍ୟ

author img

By

Published : Aug 26, 2020, 5:10 PM IST

ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ଯକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ବେରେ ଅନୁଷ୍ଠିତ ହୋଇଯାଇଛି ଭର୍ଚ୍ଚୁଆଲ ମିଟିଙ୍ଗ । ଏଥିରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ । ଦେଶରେ NEET-JEE ପରୀକ୍ଷା କରାଇବାକୁ କେନ୍ଦ୍ର ସରକାର ତାରିଖ ଧାର୍ଯ୍ୟ କରିଥିବାବେଳେ ଏହାକୁ ବର୍ତ୍ତମାନ ସମୟରେ ବନ୍ଦ କରିବାକୁ ଦାବି କରିଛି ବିରୋଧି କଂଗ୍ରସ ଏବଂ ତାହାର ସମର୍ଥକ ଦଳ ।

ସେପଟେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ବିରୋଧରେ 7ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟ ଯିବେ ବୋଲି ବୈଠକରେ ନିଷ୍ପତି ହୋଇଛି । ବୈଠକରେ ଏକ ସାଧାରଣ ସହମତିରେ ପ୍ରକାଶ ପାଇଛି ଯେ NEET-JEE ପରୀକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ।

ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚୁଆଲ ମିଟିଙ୍ଗରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବାଘେଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ, ପୁଡୁଚେରୀ ସିଏମ ନାରାୟଣସାମୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.